Categories: ଜାତୀୟ

କଂଗ୍ରେସକୁ ଟାର୍ଗେଟ କଲେ ଶାହ

ଦିସପୁର,୯।୯: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଆସାମ ଗସ୍ତରେ ଯାଇ ସେଠାରେ ଆୟୋଜିତ ନର୍ଥ ଇଷ୍ଟ ଡେମୋକ୍ରେଟିକ୍‌ ଆଲାଏନ୍ସ(ଏନ୍‌ଇଡିଏ)ରେ ଯୋଗ ଦେଇଥିଲେ। ଏଠାରେ ଉଦ୍‌ବୋଧନ ଦେବା ଅବସରରେ ସେ କହିଥିଲେ ସବୁ ରାଜ୍ୟ ଭାରତର ଅଂଶ। ଏହାସହ ପୂର୍ବ ଭାରତର ସମସ୍ତ ୮ ରାଜ୍ୟ ଏନ୍‌ଇଡିଏ ସହ ରହିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଏହି ସମୟରେ ସେ ତାଙ୍କ ସମ୍ବୋଧନରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଥିଲେ ନର୍ଥ-ଇଷ୍ଟକୁ କଂଗ୍ରେସ ମୁକ୍ତ କରିବା ଏକ ଚ୍ୟାଲେଞ୍ଜ ଥିଲା ଯାହା ସେ କରି ଦେଖାଇଥିବା କହିଥିଲେ। କାରଣ ନର୍ଥ-ଇଷ୍ଟର ବିକାଶ ସ୍ଥାନରେ କଂଗ୍ରେସ ଏଠାରେ ଭ୍ରଷ୍ଟାଚର ବଢାଇ ଦେଇଥିଲା। ତେଣୁ ଲାଗୁଥିଲା ଏହା ଭାରତଠାରୁ ଅଲଗା। କିନ୍ତୁ ନାଗାଲାଣ୍ଡ ଭାରତର ଅଂଶ ବୋଲି ସେ କହିଥିଲେ।

Share