Categories: ଜାତୀୟ

କଂଗ୍ରେସକୁ ଝଟ୍‌କା: ସଞ୍ଜୟ ସିଂ ରାଜ୍ୟ ସଭାରୁ ଦେଲେ ଇସ୍ତଫା; ଭାଜପାରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ,୩୦।୭: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ମଙ୍ଗଳବାର କଂଗ୍ରେସ ବରିଷ୍ଠ ରାଜ୍ୟ ସଭା ସଦସ୍ୟ ଇସ୍ତଫା ଦେଇଛନ୍ତି। ସେ ଖୁବ୍‌ ଶୀଘ୍ର ଭାଜପାରେ ଯୋଗଦେବାର ସମ୍ଭାବନା ଥିବା କୁହାଯାଉଛି। ସେ ଗାନ୍ଧୀ ପରିବାରର ଅତି ନିକଟତମ ନେତା ଥିଲେ। ସେ ଲୋକ ସଭା ନିର୍ବାଚନରେ ସୁଲତାନପୁର ଆସନରୁ ପରାଜିତ ହୋଇଥିଲେ। ସଞ୍ଜୟଙ୍କ ପ୍ରଥମ ସ୍ତ୍ରୀ ଗରିମା ସିଂ ଅମେଠିର ଭାଜପା ବିଧାୟକ ଅଛନ୍ତି।

Share