Categories: ଜାତୀୟ

କଂଗ୍ରେସକୁ ଝଟ୍‌କା ଦେଲେ ମମତା

କୋଲକାତା,୯।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଙ୍କୁ ଝଟ୍‌କା ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ଜାନୁୟାରୀ ୧୩ରେ ଆୟୋଜିତ ବିରୋଧୀ ଦଳ ବୈଠକରେ ସେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ମମତାଙ୍କ ମତରେ କଂଗ୍ରେସ ଓ ବାମଦଳ ପଶ୍ଚିମବଙ୍ଗରେ ଦୂଷିତ ରାଜନୀତି କରୁଛନ୍ତି। ସେଥିପାଇଁ ସେ ଏକା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି) ବିରୋଧରେ ଲଢିବେ ବୋଲି ସ୍ଥିର କରିଥିବା କହିଛନ୍ତି। ସୂଚନାଯୋଗ୍ୟ, ମମତା ସିଏଏ ଓ ଏନ୍‌ଆର୍‌ସିକୁ ଆରମ୍ଭରୁ ବିରୋଧ କରୁଥିବା ବେଳେ ଏହାକୁ ନେଇ କିଛି ରାଲି ମଧ୍ୟ ଆୟୋଜନ କରି ସାରିଛନ୍ତି। ଏହାକୁ ନେଇ ସେ ସବୁ ବେଳେ ମୋଦି ସରକାର ବିଶେଷ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି।

Share