Categories: ଜାତୀୟ

କଂଗ୍ରେସକୁ ଜେଡିଏସ୍‌ର ଝଟ୍‌କା: ଉପନିର୍ବାଚନରେ କୌଣସି ଦଳ ସହ ହେବ ନାହିଁ ମେଣ୍ଟ

ବେଙ୍ଗାଲୁରୁ,୨।୧୧: କର୍ନାଟକରେ ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି। ଏହାରି ଭିତରେ ଉପନିର୍ଚାଚନ ସମୟରେ କୌଣସି ଦଳ ସହ ଜନତା ଦଳ(ସେକ୍ୟୁଲାର) ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର)ର ନେତା ଏଚ୍‌ଡି କୁମାରସ୍ବାମୀ। ଏଥିସହ ସେ କହିଛନ୍ତି, ଚଳିତ ଥର ଉପନିର୍ବାଚନରେ ଦଳ କାହାରି ସହ ମେଣ୍ଟ ନ କରି ସ୍ବତନ୍ତ୍ର ନିର୍ବାଚନ ଲଢ଼ିବ। ସୂଚନାଯୋଗ୍ୟ, କର୍ନାଟକରେ ସରକାର ଗଠନ ପାଇଁ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ କରିଥିଲା। କିନ୍ତୁ କିଛି ଦିନର ରାଜନୈତିକ ଡ୍ରାମା ଚାଲିବା ପରେ ସରକାର ଭାଙ୍ଗିଯାଇଥିଲା ଏବଂ ସେଠାରେ ଭାଜପା ସରକାର ଗଢ଼ିବାରେ ସଫଳ ହୋଇଥିଲା।

Share