Categories: ଖେଳ

ଓ୍ବେଟରଙ୍କୁ ଖୋଜୁଛନ୍ତି ସଚିନ

ଚେନ୍ନାଇ,୧୫।୧୨- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଚେନ୍ନାଇର ଏକ ହୋଟେଲର ଜଣେ ଓ୍ବେଟରଙ୍କୁ ଖୋଜୁଛନ୍ତି। ୨୪ ବର୍ଷର ଲମ୍ବା କ୍ୟାରିୟରରେ ଏଲବୋ ଗାର୍ଡ ବ୍ୟବହାର ଯୋଗୁ ତାଙ୍କ ବ୍ୟାଟ୍‌ ସୁଇଙ୍ଗ ପ୍ରଭାବିତ ହୋଇଥିଲା। ଏଥିଯୋଗୁ ସେ ଚିନ୍ତିତ ଥିଲେ। ଏ ସମ୍ପର୍କରେ ଜଣେ ଓ୍ବେଟରଙ୍କ ପରାମର୍ଶ ସଚିନଙ୍କ ପାଇଁ ଫାଇଦା ଆଣି ଦେଇଥିଲା। ଓ୍ବେଟରଙ୍କ ପରାମର୍ଶକ୍ରମେ ସେ ଏଲବୋ ଗାର୍ଡରେ ପରିବର୍ତ୍ତନ କରିଥିଲେ। ଉକ୍ତ ଓ୍ବେଟରଙ୍କୁ ପୁଣି ଥରେ ଭେଟିବା ପାଇଁ ସଚିନ ଇଚ୍ଛା ପ୍ରକଟ କରି ଏକ ଭିଡିଓ ଶେୟାର କରିଛନ୍ତି। ଏକ ଟେଷ୍ଟ ସିରିଜ୍‌ବେଳେ ମୁଁ ଚେନ୍ନାଇର ତାଜ୍‌ କରୋମଣ୍ଡେଲ ହୋଟେଲର ଜଣେ ଷ୍ଟାଫଙ୍କୁ ଭେଟିଥିଲି। ତାଙ୍କ ସହ ମୋ ଏଲବୋ ଗାର୍ଡ ସମ୍ପର୍କରେ ଆଲୋଚନା ହେବା ପରେ ଏଥିରେ ପରିବର୍ତ୍ତନ କରିଥିଲି। ମୁଁ ଜାଣି ନାହିଁ ସେ ଏବେ କେଉଁଠାରେ। ତାଙ୍କ ସହ ଆଉ ଥରେ ଭେଟ ହେଲେ ତାହା ମୋ ପାଇଁ ସ୍ମରଣୀୟ ହେବ।

Share