Posted inଖେଳ

ଓ୍ବିଲିୟମ୍ସଙ୍କୁ ଆଇଏସ୍‌ଏଲ୍‌ ହିରୋ ଅଫ୍‌ ମନ୍ଥ ପୁରସ୍କାର

ମୁମ୍ବାଇ,୧୦।୧୧(ପି.ଟି.)- ଅଷ୍ଟ୍ରେଲିଆ ପେସାଦାର ପୁଟବଲର ଡେଭିଡ ଓ୍ବିଲିୟମ୍ସ ଅକ୍ଟୋବର ମାସ ପାଇଁ ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ୍‌) ହିରୋ ଅଫ୍‌ ଦି ମନ୍ଥ ପୁରସ୍କାର ହାସଲ କରିଛନ୍ତି। ଭାରତର ଏହି ଶ୍ରେଷ୍ଠ ଫୁଟବଲ୍‌ ଲିଗ୍‌ର ଏହି ପୁରସ୍କାର ଦୌଡ଼ରେ ୩୧ ବର୍ଷୀୟ ଓ୍ବିଲିୟମ୍ସଙ୍କ ସମେତ କେରଳ ବ୍ଲାଷ୍ଟର୍ସର ବାର୍ଥୋଲୋମ୍ୟୁ ଓଗବେଚେ, ଦୁଇଥର ଗୋଲ୍ଡେନ ବୁଟ୍‌ ବିଜେତା ଏଫ୍‌ସି ଗୋଆର ପେରାନ କୋରୋମିନାସ, ଜାମସେଦପୁରର ସର୍ଗିଓ କ୍ୟାସଲ ଓ ମୁମ୍ବାଇ ସିଟି ଏଫ୍‌ସିର ଅମରିନ୍ଦର ସିଂ ସାମିଲ ରହିଥିଲେ।
ଗତ ମାସରେ ଅସାଧାରଣ ପ୍ରଦର୍ଶନ ପାଇଁ ଓ୍ବିଲିୟମ୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନିଜର ନୂଆ କ୍ଲବ ଏଟିକେ ପାଇଁ ସେ ୩ଟି ଗୋଲ କରିବା ସହ ଗୋଟିଏ ଗୋଲରେ ସହାୟତା ପ୍ରଦାନ କରିଥିଲେ। ଓ୍ବିଲିଙ୍ଗ୍‌ଟନ ଫୋନିକ୍ସ ପାଇଁ ପୂର୍ବରୁ ଷ୍ଟ୍ରାଇକର ହିସାବରେ ଖେଳିଥିବା ହାଇଦ୍ରାବାଦ ଏଫ୍‌ସି ବିପକ୍ଷରେ ଦୁଇଟି ଗୋଲ ସ୍କୋର କରିଥିଲେ ଓ ଏଥିରେ ଏଟିକେ ୫-୦ ଗୋଲରେ ବିଜୟ ହାସଲ କରିଥିଲା। ସେହିପରି ଚେନ୍ନାଇନ୍‌ ବିପକ୍ଷ ଆଓ୍ବେ ମ୍ୟାଚ୍‌ରେ ସେ ବିଜୟସୂଚକ ଗୋଲ ସ୍କୋର କରିଥିଲେ। ୭ଜଣ ଏକ୍ସପର୍ଟଙ୍କୁ ନେଇ ଗଠିତ ପ୍ୟାନେଲ ତାଙ୍କୁ ଏହି ପୁରସ୍କାର ପାଇଁ ବିନା ଦ୍ୱିଧାରେ ଚୟନ କରିଥିଲେ। ତେବେ ଦୁଇଦିନ ଧରି ହୋଇଥିବା ମତଦାନରେ ପ୍ରଶଂସକମାନେ ଓଗବେଚେଙ୍କୁ ଅଧିକ ପସନ୍ଦ କରିଥିଲେ। ତେବେ ପ୍ୟାନେଲର ପ୍ରଥମ ପସନ୍ଦ ଥିଲା ଓ୍ବିଲିୟମ୍ସ। ସେ ଶନିବାର ଜାମସେଦପୁଣ ଏଫ୍‌ସି ବିପକ୍ଷ ଘରୋଇ ମ୍ୟାଚ୍‌ ପୂର୍ବରୁ ନିଜ କୋଚ ଆଣ୍ଟୋନିଓ ହାବାସଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଅଷ୍ଟ୍ରେଲିଆ ବ୍ରୋସବେନ୍‌ରେ ଜନ୍ମିତ ଓ୍ବିଲିୟମ୍ସ ବିଶ୍ୱର ଏକାଧକ କ୍ଲବ ସହ ଜଡିତ ରହିଆସିଛନ୍ତି। କୁଇନ୍ସଲାଣ୍ଡ ରୋର ସହିତ ସେ ତାଙ୍କର ପ୍ରଥମ ପେସାଦାର ଚୁକ୍ତି କରିଥିଲେ। ସେ ଏକାଧିକ ଏ- ଲିଗ୍‌ ସାଇଡ ତରଫରୁ ଖେଳିଛନ୍ତି। ସେ ୟୁରୋପିଆନ କ୍ଲବ ବ୍ରୋଣ୍ଡବାଇ ଓ ହାଲାଡାସ ପାଇଁ ମଧ୍ୟ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri