Posted inଖେଳ

ଓ୍ବିମ୍ବେଲଡନ ଓପନ୍‌ ଟେନିସ୍‌: ପ୍ରଜନେଶ ପ୍ରଥମ ରାଉଣ୍ଡରେ ରାଓନିକ୍‌ଙ୍କୁ ଭେଟିବେ

ଲଣ୍ଡନ, ୨୮ା୬ (ପି.ଟି.)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ଡ୍ର’ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଭାରତ ଟପ୍‌ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ପ୍ରଥମ ରାଉଣ୍ଡରେ ବିଶ୍ୱର ୧୭ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି କାନାଡ଼ାର ମିଲୋସ ରାଓନିକ୍‌ଙ୍କୁ ଭେଟିବେ। ବିଶ୍ୱର ୯୪ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ବାମହାତୀ ପ୍ରଜନେଶ ପ୍ରଥମ ଥର ଓ୍ବିମ୍ବେଲଡନ ଗ୍ରାସକୋର୍ଟରେ ଖେଳିବେ। ଭାରତୀୟ ଖେଳାଳିଙ୍କ କିନ୍ତୁ ହାର୍ଡକୋର୍ଟରେ ଭଲ ଖେଳିଥାନ୍ତି। ଚଳିତ ସିଜନରେ ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ପଦାର୍ପଣ ହେବ। ପୂର୍ବରୁ ସେ ଅଷ୍ଟ୍ରେଲିଆନ ଓପନ ଏବଂ ଫ୍ରେଞ୍ଚ ଓପନ୍‌ରେ ଭାଗନେଇ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପୁରୁଷ ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ପ୍ରଜନେଶ ଏକମାତ୍ର ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ରାମକୁମାର ରମାନାଥନ ଏବଂ ଅଙ୍କିତା ରାଇନା ସେମାନଙ୍କ ଦ୍ୱିତୀୟ ରାଉଣ୍ଡ କ୍ୱାଲିଫାଇଂ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇ ପ୍ରତିଯୋଗିତାରେ ଭାଗ ନେବାରୁ ବଞ୍ଚତ୍ତ ହୋଇଛନ୍ତି। ପୁରୁଷ ଡବଲ୍ସରେ ଡିଭିଜ ଶରନ ଏବଂ ତାଙ୍କ ବ୍ରାଜିଲିଆନ ପାର୍ଟନର ମାର୍ସିଲୋ ଡେମୋଲାଇନର ୧୩ତମ ସିଡ୍‌ ଜର୍ମାନୀର କେଭିନ କ୍ରାଓ୍ବିଜ୍‌ ଏବଂ ଆନ୍ଦ୍ରିଆସ ମିିଜ୍‌ଙ୍କୁ ଭେଟି ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ସେହିପରି ରୋହନ ବୋପାନ୍ନା ଓ ପାବ୍‌ଲୋ କ୍ୟୁଭାସ ପ୍ରଥମେ ନ୍ୟୁଜିଲାଣ୍ଡର ମାର୍କସ ଡାନିଏଲ୍‌ ଏବଂ ନେଦରଲାଣ୍ଡ୍ସର ଓ୍ବେସ୍‌ଲି କୁଲ୍‌ହେଫ୍‌ଙ୍କୁ ଭେଟିବେ।
ଭାରତୀୟ ଯୋଡ଼ି ଜୀବନ ନେଦୁଚେଝିଆନ ଓ ପୂରବ ରାଜା ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ ଅଷ୍ଟ୍ରେଲିଆର ଭେଟେରାନ ଲେଟନ ହଓ୍ବେିଟ୍‌ ଓ ଜୋର୍ଡାନ ଥମ୍ପସନ ଯୋଡ଼ିଙ୍କ ବିପକ୍ଷରେ ଖେଳିବେ। ସେହିପରି ଭେଟେରାନ ଲିଆଣ୍ଡର ପେସ୍‌ ଓ ବେନଏଟ୍‌ ପାଇରେ ସେମାନଙ୍କ ଓପନିଂ ମ୍ୟାଚ କାଜାଖସ୍ତାନ ଯୋଡ଼ି ଆଲକ୍‌ଜାଣ୍ଡର ବବ୍‌ଲିକ୍‌ ଏବଂ ମିଖାଇଲ କୁକୁସ୍କିନଙ୍କ ବିପକ୍ଷରେ ଖେଳିବେ। ମିକ୍ସଡ ଡବଲ୍ସ ଡ୍ର’ ଆସନ୍ତା ସପ୍ତାହରେ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri