Categories: ଜାତୀୟ

ଓ୍ବିପ୍ରୋର ନୂଆ ଅଧ୍ୟକ୍ଷ ହେବେ ରିଶଦ୍‌ ପ୍ରେମ୍‌ଜୀ: ଅଜୀମ୍‌ ପ୍ରେମ୍‌ଜୀ ନେବେ ଅବସର

ନୂଆଦିଲ୍ଲୀ,୩୦।୭: ଆଇଟି କମ୍ପାନୀ ଓ୍ବିପ୍ରୋର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅଜୀମ୍‌ ପ୍ରେମ୍‌ଜୀଙ୍କ ପୁଅ ରିଶଦ୍‌ ପ୍ରେମ୍‌ଜୀ ଦାୟିତ୍ୱ ଗ୍ରହଣ କରିବେ। ମଙ୍ଗଳବାର ୭୩ ବର୍ଷ ବୟସ୍କ ଅଜୀମ୍‌ ପ୍ରେମ୍‌ଜୀ ଅବସର ନେବା ପରେ ରିଶଦ୍‌ ଏହି ପଦବୀରେ ନିଯୁକ୍ତ ହେବେ। ଅଜୀମ୍‌ ପ୍ରେମ୍‌ଜୀ ଦୀର୍ଘ ୫୩ ବର୍ଷ ଧରି କମ୍ପାନୀର ଡୋର ଧରିବା ପରେ ଅବସର ନେଉଛନ୍ତି। ଏବେ କମ୍ପାନୀର ମୁଖ୍ୟ ରଣନୀତି ଅଧିକାରୀ ତଥା ନିର୍ଦ୍ଦେଶକ ମଣ୍ଡଳ ସଦସ୍ୟ ଭାବେ କାର୍ଯ୍ୟକରୁଥିବା ରିଶଦ୍‌ ଜୁଲାଇ ୩୧ଠାରୁ ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ। ତେବେ ଅଜୀମ୍‌ ପ୍ରେମ୍‌ଜୀ ୨୦୨୪ ପର୍ଯ୍ୟନ୍ତ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ସଂସ୍ଥାପକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।

Share