Posted inଫୁରସତ

‘ଓ୍ବାର୍କ ଫ୍ରମ୍‌ ହୋମ୍‌’ରୁ ନିଃସଙ୍ଗତା

ଓ୍ବାଶିଂଟନ: ବଦଳିଛି କାମ କରିବାର ତରିକା। ଏହାକୁ ଆହୁରି ସୁବିଧା କରିଦେଇଛି ଅନ୍‌ଲାଇନ ନେଟ୍‌ଓ୍ବାର୍କିଂ। ଘରେ ରହି କରାଯାଇପାରୁଛି ଗୋଟିଏରୁ ବଡ଼ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାମ। ହେଲେ ଏହାର ପ୍ରଭାବରେ ପ୍ରଭାବିତ ହେଉଛି ମାନସିକତା। ବିଶେଷ କରି ଏପରି କାର୍ଯ୍ୟ ଯୁବପିଢ଼ିଙ୍କୁ ଅବସରଗ୍ରସ୍ତ କରାଉଛି। ସେମାନେ ଖୁବ୍‌ କମ୍‌ ବୟସରୁ ନିଃସଙ୍ଗତା ଭଳି ଗମ୍ଭୀର ମାନସିକ ରୋଗର ଶିକାର ହେଉଛନ୍ତି। ଆମେରିକା ପକ୍ଷରୁ ଜାରି କରାଯାଇଥିବା ଲୋନ୍‌ଲିନେସ୍‌ ଇଣ୍ଡେକ୍ସର ଏପରି ତଥ୍ୟ ଏବେ ଘରେ ରହି କାମ କରିବା ଅର୍ଥାତ୍‌ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି।
ଇଣ୍ଡେକ୍ସରେ ପ୍ରକାଶିତ ତଥ୍ୟରେ କୁହାଯାଇଛି, ଘରେ ବସି କାମ କରିବା ଦ୍ୱାରା ଘରକୁ ଲୋକଙ୍କ ଯିବା ଆସିବା କମିଯାଉଛି; ଯାହା ମାନସିକ ଅବସାଦର ମୁଖ୍ୟକାରଣ। ଏ ବିଷୟରେ ବିଧିବଦ୍ଧ ତଥ୍ୟ ହାସଲ କରିବା ଲାଗି ୧୦,୨୦୦ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ସେମାନଙ୍କୁ ବିଭିନ୍ନ ପ୍ରକାରର ୨୦ଟି ପ୍ରଶ୍ନ ପଚରାଯାଇଥିଲା। ଏହାକୁ ୟୁନିଭର୍ସିଟି ଅଫ୍‌ କାର୍ଲିଫର୍ନିଆ ଏବଂ ଲସ୍‌ଏଞ୍ଜଲସ୍‌ ୟୁନିଭର୍ସିଟିର ଲୋନ୍‌ଲିନେସ୍‌ ସ୍କେଲ ଆଧାରରେ ଯାଞ୍ଚ କରାଯାଇଥିଲା।
ଜଣେ ଆମେରିକୀୟ ହାରାହାରି ଜୀବନ କାଳ ମଧ୍ୟରେ ୯୦ ହଜାର ଘଣ୍ଟା କାମ କରିଥାଏ। ଏହାର ଏକ ବଡ଼ ଭାଗ ଘରେ ରହି କାମ କରିବାରେ ଯାଇଥାଏ। ଏହି ସମସ୍ୟା ପୁରୁଣା ପିଢ଼ିଙ୍କ ପରିବର୍ତ୍ତେ ଯୁବବର୍ଗଙ୍କ ମଧ୍ୟରେ ବେଶି ଦେଖିବାକୁ ମିଳୁଛି। ସର୍ଭେରେ ସାମିଲ ହୋଇଥିବା ୪୮% ଯୁବପିଢ଼ି କହିଥିଲେ ସେମାନେ ନିଃସଙ୍ଗତାର ଶିକାର ହୋଇଛନ୍ତି। ଅନ୍ୟପଟେ ୨୮% ବୟସ୍କ ସମାନ ମତ ରଖିଥିଲେ। ଯୁବବର୍ଗଙ୍କ ନିକଟରେ ଦେଖାଯାଉଥିବା ଏପରି ମାନସିକ ଚାପର ପ୍ରମୁଖ କାରଣ ପ୍ରଯୁକ୍ତି ବିଦ୍ୟାର ବିକାଶ। ଅତ୍ୟଧିକ କାମ ଏବଂ କାମ କରିବା ସଂସ୍କୃତି ପାଇଁ ଅଧିକାଂଶ ଏପରି ସମସ୍ୟାରେ ଜୁଝି ହେଉଛନ୍ତି। ସେମାନଙ୍କୁ ଆରାମ କରିବାକୁ ଯଥେଷ୍ଟ ସମୟ ମିଳୁନାହିଁ। ଏହାର ଅନ୍ୟତମ କାରଣ ସୋସିଆଲ ମିଡିଆ। ଯୁବତୀଯୁବକ ମୋବାଇଲ ଫୋନ୍‌, ଗ୍ୟାଜେଟ୍‌, କମ୍ପ୍ୟୁଟର ଭଳି ଯନ୍ତ୍ର ସହ ଅଧିକ ଜଡ଼ିତ ରହୁଛନ୍ତି। ପରିବାର ଲୋକଙ୍କ ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ସୋସିଆଲ ମିଡିଆ ଦୁନିଆରେ ବୁଡ଼ି ରହିବା ସେମାନଙ୍କୁ ବିଷାଦଗ୍ରସ୍ତ କରାଉଛି।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅଧିକାଂଶ ବ୍ୟକ୍ତିଙ୍କଠାରେ ଏକଲାପଣର ଶିକାର ହେବା ଆଶଙ୍କା ଅଧିକ। ୭୦% ୟୁଜର ଏହି କାରଣରୁ ନିଃସଙ୍ଗତାକୁ ଡାକି ଆଣିଥିବା ଅଭିଯୋଗ କରିଛନ୍ତି। ବର୍ଷେ ପୂର୍ବେ ଏହା ୫୩% ଥିଲା। ସର୍ଭେରେ ସାମିଲ ହୋଇଥିବା ଏବଂ ସୋସିଆଲ ମିଡିଆ କମ୍‌ ବ୍ୟବହାର କରୁଥିବା ୫୧% ଲୋକ ଏହି ସମସ୍ୟା ଭୋଗୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,୨୦୧୮ରେ ୫୪% ଆମେରିକୀୟ ଯୁବବର୍ଗ ମାନସିକ ଅବସାଦଗ୍ରସ୍ତ ଥିବାବେଳେ ୨୦୧୯ରେ ଏହା ବୃଦ୍ଧି ଘଟି ୬୧%ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri