Categories: ବାଣିଜ୍ୟ

ଓ୍ବାରେନ ବଫେଟ୍‌ଙ୍କ କ୍ଷତି ୫୦ ବିଲିୟନ ଡଲାର

ଭୁବନେଶ୍ୱର,୩। ୫: କରୋନା ମହାମାରି ଯୋଗୁ ଓ୍ବାରେନ ବଫେଟଙ୍କ ବର୍କସାୟାର ହାଥାଓ୍ବେ ଇଙ୍କ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀକୁ ତ୍ରୈମାସିକ ୫୦ ବିଲିୟନ ଡଲାରର ନେଟ୍‌ କ୍ଷତି ସହିବାକୁ ପଡିଥିବା ଶନିବାର ସୂଚନା ମିଳିଛି। ବାଣିଜ୍ୟ ପରିଚାଳନାରେ କମ୍ପାନୀକୁ ଝଟକା ଲାଗିବାରୁ ଏଭଳି ସ୍ଥିତି ଉପୁଜିଛି। କରୋନା ଆସିବା ଫଳରେ ଗ୍ରୁପର ୯୦ ବ୍ୟବସାୟ ମଧ୍ୟରୁ ଅଧିକାଂଶ ପ୍ରଭାବିତ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share