‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ଯୋଜନାରେ ଆଉ ୩ ରାଜ୍ୟ

ନୂଆଦିଲ୍ଲୀ,୨।୬: ଜୁନ୍‌ ପହିଲାରୁ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ଯୋଜନାରେ ଓଡ଼ିଶା ସମେତ ସିକିମ ଏବଂ ମିଜୋରାମ ଭଳି ଆଉ ୩ ରାଜ୍ୟ ସାମିଲ ହୋଇଛନ୍ତି। ଫଳରେ ଉକ୍ତ ଯୋଜନାରେ ଯୋଗଦେଇଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ସଂଖ୍ୟା ୨୦ ଛୁଇଁଥିବା କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ସୋମବାର ସୂଚନା ଦେଇଛନ୍ତି। ଅଗଷ୍ଟ ସୁଦ୍ଧା ଉତ୍ତରାଖଣ୍ଡ, ନାଗାଲାଣ୍ଡ ଏବଂ ମଣିପୁର ଏଥିରେ ସାମିଲ ହେବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ)ରେ ଏହି ଯୋଜନା ଅନ୍ତର୍ଗତ ଦେଶର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଗୋଟିଏ ରାଶନ କାର୍ଡରେ ରାଶନ ସାମଗ୍ରୀ ଉଠାଇ ହେବ। ମାର୍ଚ୍ଚ ୨୦୨୧ ପରଠାରୁ ଏହାକୁ ସାରା ଦେଶରେ ଲାଗୁ କରାଇବାକୁ ଯୋଜନା ରଖାଯାଇଛି। ଏଥିଲାଗି ବର୍ତ୍ତମାନ ଭିତ୍ତିଭୂମିକୁ ବିକଶିତ କରାଯାଉଛି। ଇଲେକ୍‌ଟ୍ରୋନିକ୍ସ ପଏଣ୍ଟ ଅଫ୍‌ ସେଲ୍‌ ସଫ୍ଟଓ୍ବେର, ପିଡିଏସ୍‌ ସିଷ୍ଟମକୁ ସେଣ୍ଟ୍ରାଲ ଇଣ୍ଟିଗ୍ରେଟେଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ସହ ସମନ୍ବିତ କରିବା, ଅନ୍ନ ବିତରଣ ପୋର୍ଟାଲ, ସେଣ୍ଟ୍ରାଲ ରିପୋଜିଟୋରିରେ ହିତାଧିକାରୀଙ୍କ ଡାଟା ଭଳି ବିଭିନ୍ନ ଯୋଜନା ଉପରେ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଷୁମ ପାଣି ପିଉଛନ୍ତି କି; ମିଳିବ ଏସବୁ….

ଉଷୁମ ପାଣି ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବା ଏକ ଭଲ ଅଭ୍ୟାସ। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌…

ଦିନକ ପରେ ଥିଲା କାଶୀରାମଙ୍କ ତୃତୀୟ ବିବାହ ବାର୍ଷିକୀ: ଲିଭିଗଲା ଜୀବନଦୀପ

ଝାରସୁଗୁଡା/ ଲଖନପୁର,(ଆଶିଷ ରଞ୍ଜନ ଦାଶ /ଗୌତମ ସାହୁ/)୨୩।୨:ଜାତୀୟ ରାଜପଥ ୪୯ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରେ ରହିଛନ୍ତି…

୧୨୦୦ ଦିନ ପରେ ଭାଙ୍ଗିଲା ଭାରତର T20 ବିଶ୍ୱକପ ରେକର୍ଡ’, ଏବେ କେମିତି ସେମିଫାଇନାଲରେ ପହଞ୍ଚିବ ଟିମ ଇଣ୍ଡିଆ? ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨୩।୨: ICC T20 ବିଶ୍ୱକପ ୨୦୨୬ ର ପ୍ରଥମ ସୁପର ୮ମ୍ୟାଚ ରେ ଭାରତୀୟ ଦଳକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଲା। ଅହମଦାବାଦର ନରେନ୍ଦ୍ର…

TMCର ହେଭିଓ୍ବେଟ ମୁକୁଲ ରାୟଙ୍କ ପରଲୋକ, ମମତାଙ୍କ ପରେ ନମ୍ବର ଦୁଇରେ ଥିଲେ

କୋଲକାତା,୨୩।୨: ପଶ୍ଚିମବଙ୍ଗ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ମୁକୁଲ ରାୟଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ତାଙ୍କ…

ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ମିଲର୍ସଙ୍କ ବେଖାତିର: ସପ୍ତାହକରେ ୬ମିଲର୍ସଙ୍କୁ ନୋଟିସ୍‌

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ):ପରିବେଶ ପ୍ରଦୂଷଣ ବଢ଼ି ଚାଲିଛି। ସ୍ବାସ୍ଥ୍ୟହାନିର ଏହା ପ୍ରମୁଖ କାରଣ ସାଜିଛି। ଏହାକୁ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱର ସହିତ ନେଇଛନ୍ତି। ଏଥିପାଇଁ ସରକାର ନିୟମ…

ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା: ୬ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଅମରପାଲି,୨୩ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଶିକ୍ଷକ ସମସ୍ୟା। ଏହି ସ୍କୁଲରେ ବାଲ ବାଟିକା ସହିତ ପ୍ରଥମରୁ…

କଂଗ୍ରେସ ଦୁଃସ୍ଥ ରାଜନୀତିକୁ ଓହ୍ଲାଇଛି: ମୋଦି

ନୂଆଦିଲ୍ଲୀ,୨୩ା୨: ଭାରତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଯୁବ କଂଗ୍ରେସ କର୍ମୀଙ୍କ ଅର୍ଦ୍ଧନଗ୍ନ ଶରୀରରେ ବିକ୍ଷୋଭ କରିବା ବିଷୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି।…

ଆତଙ୍କବାଦୀଙ୍କ ‘ଆଧାର’ ଅସ୍ତ୍ର

ନୂଆଦିଲ୍ଲୀ,୨୩ା୨: ଗତବର୍ଷ ନଭେମ୍ବର ୧୦ରେ ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରେ ଆତଙ୍କବାଦୀ କାର୍‌ବୋମା ବିସ୍ଫୋରଣ ଘଟାଇବାରୁ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri