ଓ୍ବାଟରପ୍ରୁଫ୍‌ ମୋଜା

ମୋଜା, ପୁଣି ଓ୍ବାଟରପ୍ରୁଫ୍‌-ଏ କଥାକୁ ହୁଏ ତ ଅନେକେ ବିଶ୍ୱାସ କରିବା କଷ୍ଟକର ହୋଇପାରେ। ହେଲେ ସେପରି ଏକ ମୋଜା ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି। ଏଭଳି ମ୍ୟାଜିକ୍‌ ମୋଜାକୁ ଜାପାନର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି। ବିଶେଷଭାବରେ ବର୍ଷାଦିନେ ଏହାକୁ ପିନ୍ଧି ଜଣେ ଅନାୟାସରେ ଯିବା ଆସିବା କରିପାରିବ। କେବଳ ସେତିକି ନୁହେଁ, ଏହି ମୋଜା ଏତେ ହାଲୁକା ଯେ ତାକୁ ପିନ୍ଧିବା ପରେ ଜଣେ ଜାଣିପାରିବ ନାହିଁ ଯେ ସେ ହଳେ ମୋଜା ପିନ୍ଧିଛି। ବିଶେଷଭାବରେ ଏଭଳି ହାଇଟେକ ମୋଜା ଆଥଲେଟ୍‌ ଏବଂ ପର୍ବତାରୋହୀଙ୍କ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହେବ ବୋଲି ପ୍ରସ୍ତୁତକାରୀ ବୈଜ୍ଞାନିକମାନେ ଆଶାପୋଷଣ କରିଛନ୍ତି। ଏପରି କି ଏହାକୁ ପିନ୍ଧିବା ପରେ ଆଉ ଜୋତା ପିନ୍ଧିବାକୁ ପଡ଼ିବ ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଡାଇନାମୋ ନାମକ ସୂତାରୁ ଏହି ମୋଜା ପ୍ରସ୍ତୁତ ହୋଇଛି। ପିନ୍ଧିବା ପରେ ବେଶ୍‌ ଆରାମ ଲାଗୁଥିବା ଏହି ମୋଜା ଘଷି ହେଲେ ମଧ୍ୟ ଛିଡିବ ନାହିଁ।