Categories: ଜାତୀୟ

ଓ୍ବାକଫ୍‌ ବୋର୍ଡ ସମ୍ପତ୍ତିର ଦୁରୁପଯୋଗ ଅଭିଯୋଗରେ ଏଏପି ବିଧାୟକଙ୍କ ନାଁରେ ଏତଲା

ନୂଆଦିଲ୍ଲୀ,୨୯।୧: ସବୁବେଳେ ବିବାଦରେ ଛନ୍ଦିହେଉଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ବିଧାୟକଙ୍କ ଏବେ ପୁଣି ଅଡ଼ୁଆ ବଢ଼ିଯାଇଛି। ଦିଲ୍ଲୀର ଆଣ୍ଟି କରପ୍ସନ ବ୍ୟୁରୋ(ଏସିବି) ଏଏପି ବିଧାୟକ ଅମାନତୁଲ୍ଲା ଖାଁଙ୍କ ବିରୋଧରେ ମଙ୍ଗଳବାର ଏତଲା ରୁଜୁ କରିଛି। ଦିଲ୍ଲୀ ଓ୍ବାକଫ୍‌ ବୋର୍ଡ ଫଣ୍ଡର ଦୁରୁପଯୋଗ ଓ ନବନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ତାଙ୍କ ବିରୋଧରେ ଏସିବି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାଯୋଗ୍ୟ, ଅମାନତୁଲ୍ଲା ଦିଲ୍ଲୀ ଓ୍ବାକଫ୍‌ ବୋର୍ଡର ଅଧ୍ୟକ୍ଷ ରହିଛନ୍ତି।

Share