‘ଓସ୍କାର’ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଓସ୍କାର ଆଓ୍ବାର୍ଡ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତରଙ୍କ ଫିଲ୍ମ ‘ଗଲି ବୟ’ ଚଳିତବର୍ଷ ଓସ୍କାର ଆଓ୍ବାର୍ଡ ପାଇଁ ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର୍‌ ଫିଲ୍ମ କ୍ୟାଟେଗୋରିରେ ଭାରତ ପକ୍ଷରୁ ଅଫିସିଆଲ ଏଣ୍ଟ୍ରି ଥିଲା। ୯୨ତମ ଏକାଡେମୀ ଆଓ୍ବାର୍ଡ ପାଇଁ ମଙ୍ଗଳବାର ଚୂଡ଼ାନ୍ତ ତାଲିକା ଘୋଷଣା କରାଯାଇଥିବାବେଳେ ଏଥିରେ ‘ଗଲି ବୟ’ର ନାମ ନ ଥିଲା। ଏହାପରେ ଫିଲ୍ମଟି ପ୍ରତିଯୋଗିତାରୁ ବାଦ୍‌ ପଡ଼ିଥିବା ସ୍ପଷ୍ଟ ହୋଇଛି।
ଚଳିତବର୍ଷ ଫେବୃୟାରୀ ୧୪ରେ ‘ଗଲି ବୟ’ ରିଲିଜ୍‌ ହୋଇଥିଲା। ଫିଲ୍ମରେ ରଣବୀର ସିଂ, ଆଲିୟା ଭଟ୍ଟ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୟକୁ ଚାରିଆଡ଼ୁ ଖୁବ୍‌ ପ୍ରଶଂସା ମିଳିଥିଲା। ସିନେ-ସମୀକ୍ଷକ ଓ ଦର୍ଶକ ଉଭୟେ ଫିଲ୍ମକୁ ପସନ୍ଦ କରିଥିଲେ। ଫିଲ୍ମର କାହାଣୀ ସହିତ ଗୀତ ମଧ୍ୟ ସୁପର୍‌ହିଟ୍‌ ରହିଥିଲା। ବସ୍ତି ଅଞ୍ଚଳର ଏକ ଯୁବ ରାପର୍‌ଙ୍କ କାହାଣୀକୁ ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ଅନେକ ବିଚାରବିମର୍ଶ ପରେ ଫିଲ୍ମକୁ ଓସ୍କାର ଆଓ୍ବାର୍ଡ ଲାଗି ଭାରତ ପକ୍ଷରୁ ପଠାଇବାକୁ ସ୍ଥିର କରାଗଲା। ଏଥିପାଇଁ ସିନେପ୍ରେମୀ ଆଶାବାଦୀ ଥିବା ସହ ଉତ୍ସାହିତ ମଧ୍ୟ ଥିଲେ। ହେଲେ ମଙ୍ଗଳବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଭାରତୀୟ ସିନେପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ‘ଓସ୍କାର ଆଓ୍ବାର୍ଡ’ର ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର୍‌ ଫିଲ୍ମ କ୍ୟାଟେଗୋରିରେ ମୋଟ ୯୧ଟି ଫିଲ୍ମ ଏଣ୍ଟ୍ରି ହୋଇଥିବାବେଳେ ଚୂଡ଼ାନ୍ତ ତାଲିକାରେ କେବଳ ୧୦ଟି ଫିଲ୍ମକୁ ଚୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri