‘ଓସ୍କାର’ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଓସ୍କାର ଆଓ୍ବାର୍ଡ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତରଙ୍କ ଫିଲ୍ମ ‘ଗଲି ବୟ’ ଚଳିତବର୍ଷ ଓସ୍କାର ଆଓ୍ବାର୍ଡ ପାଇଁ ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର୍‌ ଫିଲ୍ମ କ୍ୟାଟେଗୋରିରେ ଭାରତ ପକ୍ଷରୁ ଅଫିସିଆଲ ଏଣ୍ଟ୍ରି ଥିଲା। ୯୨ତମ ଏକାଡେମୀ ଆଓ୍ବାର୍ଡ ପାଇଁ ମଙ୍ଗଳବାର ଚୂଡ଼ାନ୍ତ ତାଲିକା ଘୋଷଣା କରାଯାଇଥିବାବେଳେ ଏଥିରେ ‘ଗଲି ବୟ’ର ନାମ ନ ଥିଲା। ଏହାପରେ ଫିଲ୍ମଟି ପ୍ରତିଯୋଗିତାରୁ ବାଦ୍‌ ପଡ଼ିଥିବା ସ୍ପଷ୍ଟ ହୋଇଛି।
ଚଳିତବର୍ଷ ଫେବୃୟାରୀ ୧୪ରେ ‘ଗଲି ବୟ’ ରିଲିଜ୍‌ ହୋଇଥିଲା। ଫିଲ୍ମରେ ରଣବୀର ସିଂ, ଆଲିୟା ଭଟ୍ଟ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୟକୁ ଚାରିଆଡ଼ୁ ଖୁବ୍‌ ପ୍ରଶଂସା ମିଳିଥିଲା। ସିନେ-ସମୀକ୍ଷକ ଓ ଦର୍ଶକ ଉଭୟେ ଫିଲ୍ମକୁ ପସନ୍ଦ କରିଥିଲେ। ଫିଲ୍ମର କାହାଣୀ ସହିତ ଗୀତ ମଧ୍ୟ ସୁପର୍‌ହିଟ୍‌ ରହିଥିଲା। ବସ୍ତି ଅଞ୍ଚଳର ଏକ ଯୁବ ରାପର୍‌ଙ୍କ କାହାଣୀକୁ ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ଅନେକ ବିଚାରବିମର୍ଶ ପରେ ଫିଲ୍ମକୁ ଓସ୍କାର ଆଓ୍ବାର୍ଡ ଲାଗି ଭାରତ ପକ୍ଷରୁ ପଠାଇବାକୁ ସ୍ଥିର କରାଗଲା। ଏଥିପାଇଁ ସିନେପ୍ରେମୀ ଆଶାବାଦୀ ଥିବା ସହ ଉତ୍ସାହିତ ମଧ୍ୟ ଥିଲେ। ହେଲେ ମଙ୍ଗଳବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଭାରତୀୟ ସିନେପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ‘ଓସ୍କାର ଆଓ୍ବାର୍ଡ’ର ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର୍‌ ଫିଲ୍ମ କ୍ୟାଟେଗୋରିରେ ମୋଟ ୯୧ଟି ଫିଲ୍ମ ଏଣ୍ଟ୍ରି ହୋଇଥିବାବେଳେ ଚୂଡ଼ାନ୍ତ ତାଲିକାରେ କେବଳ ୧୦ଟି ଫିଲ୍ମକୁ ଚୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri