ଓସ୍କାର ଦୌଡ଼ରେ ଆଉ ଜଣେ ଓଡ଼ିଆଙ୍କ ଚଳଚ୍ଚିତ୍ର: ବିଶ୍ୱ ଦରବାରରେ ଓଡ଼ିଶାକୁ ସଫଳତା

ଭୁବନେଶ୍ୱର,୩ା୧(ବ୍ୟୁରୋ): ନକଲ ତଥା କପି ପେଷ୍ଟ୍‌ର ଟ୍ରେଣ୍ଡ୍‌କୁ ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବିଭିନ୍ନ ସମୟରେ ସମାଲୋଚିତ ହେଉଥିବାବେଳେ ମୌଳିକଧର୍ମୀ ଫିଲ୍ମ ଦେଖିବାକୁ ପାଉ ନ ଥିବାରୁ ଦର୍ଶକ ଧୀରେ ଧୀରେ ଓଡ଼ିଆ ଫିଲ୍ମରୁ ମୁହଁ ଫେରାଇ ନେଉଛନ୍ତି। କ୍ରମାଗତଭାବେ ସିନେମା ହଲ୍‌ରେ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ପେସାଦାର ପ୍ରଯୋଜକଙ୍କ ସଂଖ୍ୟା ମଧ୍ୟ କମୁଛି। ହେଲେ ଏଭଳିସ୍ଥଳେ କେତେକ ଏଭଳି ଓଡ଼ିଆ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ଗୌରବାନ୍ବିତ କରୁଛନ୍ତି। ନିକଟରେ ଏକାଡେମୀ ଅଫ୍‌ ମୋଶନ ପିକ୍‌ଚର୍‌ ଆର୍ଟସ ଆଣ୍ଡ୍‌ ସାଇନ୍ସେସ୍‌ ଦ୍ୱାରା ବିଶ୍ୱର ସର୍ବବୃହତ୍‌ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ ୨୦୧୯ରେ ଓଡ଼ିଆ ଫିଲ୍ମ ନିର୍ମାତାଙ୍କ ଚଳଚ୍ଚିତ୍ର ‘ଜୋଶେଫ୍‌’ ସାମିଲ ହୋଇଥିବାବେଳେ ଏବେ ଆଉ ଜଣେ ଓଡ଼ିଆ ପ୍ରତିଭାଙ୍କୁ ଏହି ଦିଗରେ ସଫଳତା ମିଳିଛି। ଅନ୍ତର୍ଜାତୀୟସ୍ତରରେ ଖ୍ୟାତନାମା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଡ୍ୟୁସର ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ଫିଲ୍ମ ‘ଦି ଲାଷ୍ଟ୍‌ କଲର୍‌’ ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ୩୪୪ ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି।
୨୦୧୯ରେ ମୋଟ ୩୪ ଓଡ଼ିଆ ଫିଲ୍ମ ନିର୍ମିତ ହୋଇଥିବାବେଳେ ତନ୍ମଧ୍ୟରୁ ଅଧିକାଂଶ ଚିରାଚରିତ ପ୍ରେମକାହାଣୀ ଉପରେ ଆଧାରିତ। ଏପରି କି, ଏକାଧିକ ନକଲ ଫିଲ୍ମ ମଧ୍ୟ ରହିଛି। ଯେଉଁଥିପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଗଠିତ ଜୁରି କମିଟି ଚଳିତବର୍ଷ ଓଡ଼ିଆ ଫିଲ୍ମର ମୌଳିକତା ନେଇ ପ୍ରଶ୍ନ ଉଠାଇଥିବାବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଡାଏଲଗ୍‌ ଓ ଶ୍ରେଷ୍ଠ କାହାଣୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନକଲ ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣଭାବେ ବାଦ୍‌ ଦେଇଥିଲେ। ତେବେ ଗୋଟିଏପଟେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଦର୍ଶକଙ୍କୁ ଏଭଳି ନିରାଶ କରୁଥିବାବେଳେ ଅନ୍ୟପଟେ କିନ୍ତୁ ଓଡ଼ିଆ ପ୍ରତିଭାମାନେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରୁଛନ୍ତି। ନିକଟରେ ଓଡ଼ିଶାର ଯୁବ ଚଳଚ୍ଚିତ୍ର ନିର୍ମାତା ଅମୃତେନ୍ଦୁ ବରାଳ ନିଜ ଡକୁମେଣ୍ଟାରି ଫିଲ୍ମ ‘ମିଶନ୍‌ ଗଙ୍ଗେ’ ପାଇଁ ସୋସାଇଟି ଫର୍‌ ଆକ୍ନୋଲେଜ୍‌ମେଣ୍ଟ୍‌ ଫର୍‌ ୱାର୍କ ଏକ୍ସିଲେନ୍ସ ଦ୍ୱାରା ଇଣ୍ଟରନ୍ୟାଶନାଲ୍‌ ଏକ୍ସିଲେନ୍ସି ଆୱାର୍ଡରେ ସମ୍ମାନିତ ହୋଇଥିଲେ। ପ୍ରଥମ ଓଡ଼ିଆ ଭାବେ ସେ ଏହି ସମ୍ମାନ ପାଇଥିବାବେଳେ ତାଙ୍କ ଫିଲ୍ମ ‘ମିଶନ୍‌ ଗଙ୍ଗେ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଥିଲା। ପରିବେଶ ସଚେତନତାର ବାର୍ତ୍ତା ଦେଇଥିବା ଏହି ଫିଲ୍ମ ଗଙ୍ଗା ନଦୀ ତଟରୁ ୫୦ ଟନ୍‌ ଅବର୍ଜନା ସଫା କରିବାରେ ମଧ୍ୟ ସଫଳ ହୋଇପାରିଥିଲା। ସେହିଭଳି ଅଶୋକ ମହାପାତ୍ରଙ୍କ ପ୍ରଯୋଜିତ ଏବଂ ସୁଶାନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋସେଫ୍‌-ବର୍ନ ଇନ୍‌ ଗ୍ରେସ୍‌’ ବିଶ୍ୱର ସର୍ବବୃହତ୍‌ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ରେ ସାମିଲ ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିଲା। ଏକ ଭିନ୍ନ ସ୍ବାଦର କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ପ୍ରଯୋଜନା, ନିର୍ଦ୍ଦେଶନା ଏବଂ କାହାଣୀ ପଛରେ ଓଡ଼ିଆ ପ୍ରତିଭାମାନେ ରହିଥିଲେ। ଆଉ ଏବେ ସେଲିବ୍ରିଟି ସେଫ୍‌ ବିକାଶ ଖନ୍ନାଙ୍କ ନିର୍ଦ୍ଦେଶିତ ଏବଂ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ଫିଲ୍ମ ‘ଦି ଲାଷ୍ଟ୍‌ କଲର୍‌’ ଓସ୍କାର ଦୌଡ଼ରେ ରହିଥିବା ସୂଚନା ମିଳିଛି। ୯୨ତମ ଏକାଡେମୀ ଆଓ୍ବାର୍ଡର ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ଏହି ଫିଚର୍‌ ଫିଲ୍ମ ସାମିଲ ହୋଇଛି। ବିକାଶ ଖାନ୍ନାଙ୍କ ନିର୍ଦ୍ଦେଶିତ ଏହା ପ୍ରଥମ ଫିଲ୍ମ ହୋଇଥିବାବେଳେ ତାଙ୍କ ରଚିତ ପୁସ୍ତକ ‘ଦି ଲାଷ୍ଟ୍‌ କଲର୍‌’ ଉପରେ ଏହା ଆଧାରିତ। କେବଳ ଏହି ଫିଲ୍ମ ନୁହେଁ, ଜିତେନ୍ଦ୍ର ନିଜର ଫିଲ୍ମ ପ୍ରଯୋଜନା ସଂସ୍ଥା ମାଧ୍ୟମରେ ଏକାଧିକ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସହ ଯୋଡ଼ିହୋଇ ଉଚ୍ଚକୋଟୀର ଫିଲ୍ମ ନିର୍ମାଣ କରିବା ସହ ତାହାକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସ୍ବଳ୍ପ ବଜେଟ୍‌ରେ ଭଲ ଫିଲ୍ମ ନିର୍ମାଣ କରିବାକୁ ସର୍ବଦା ପ୍ରଚେଷ୍ଟା କରୁଥିବା ଏହି ଯୁବ ଉଦ୍ୟୋଗୀ ୨୦୧୫ରେ ପ୍ରଥମ ଫିଲ୍ମ ‘ମଣ୍ଟୋସ୍ତାନ’ ନିର୍ମାଣ କରିଥିଲେ, ଯାହା ୨୦୧୬ରେ କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଥିଲା। ସେହିଭଳି ତାଙ୍କର ‘ସାଇଡ୍‌ ଏ ସାଇଡ୍‌ ବି’ ଫିଲ୍ମର ପ୍ରିମିୟର ଶୋ ୨୦୧୭ କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri