ଓସ୍କାର ଦୌଡ଼ରେ ଆଉ ଜଣେ ଓଡ଼ିଆଙ୍କ ଚଳଚ୍ଚିତ୍ର: ବିଶ୍ୱ ଦରବାରରେ ଓଡ଼ିଶାକୁ ସଫଳତା

ଭୁବନେଶ୍ୱର,୩ା୧(ବ୍ୟୁରୋ): ନକଲ ତଥା କପି ପେଷ୍ଟ୍‌ର ଟ୍ରେଣ୍ଡ୍‌କୁ ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବିଭିନ୍ନ ସମୟରେ ସମାଲୋଚିତ ହେଉଥିବାବେଳେ ମୌଳିକଧର୍ମୀ ଫିଲ୍ମ ଦେଖିବାକୁ ପାଉ ନ ଥିବାରୁ ଦର୍ଶକ ଧୀରେ ଧୀରେ ଓଡ଼ିଆ ଫିଲ୍ମରୁ ମୁହଁ ଫେରାଇ ନେଉଛନ୍ତି। କ୍ରମାଗତଭାବେ ସିନେମା ହଲ୍‌ରେ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ପେସାଦାର ପ୍ରଯୋଜକଙ୍କ ସଂଖ୍ୟା ମଧ୍ୟ କମୁଛି। ହେଲେ ଏଭଳିସ୍ଥଳେ କେତେକ ଏଭଳି ଓଡ଼ିଆ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ଗୌରବାନ୍ବିତ କରୁଛନ୍ତି। ନିକଟରେ ଏକାଡେମୀ ଅଫ୍‌ ମୋଶନ ପିକ୍‌ଚର୍‌ ଆର୍ଟସ ଆଣ୍ଡ୍‌ ସାଇନ୍ସେସ୍‌ ଦ୍ୱାରା ବିଶ୍ୱର ସର୍ବବୃହତ୍‌ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ ୨୦୧୯ରେ ଓଡ଼ିଆ ଫିଲ୍ମ ନିର୍ମାତାଙ୍କ ଚଳଚ୍ଚିତ୍ର ‘ଜୋଶେଫ୍‌’ ସାମିଲ ହୋଇଥିବାବେଳେ ଏବେ ଆଉ ଜଣେ ଓଡ଼ିଆ ପ୍ରତିଭାଙ୍କୁ ଏହି ଦିଗରେ ସଫଳତା ମିଳିଛି। ଅନ୍ତର୍ଜାତୀୟସ୍ତରରେ ଖ୍ୟାତନାମା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଡ୍ୟୁସର ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ଫିଲ୍ମ ‘ଦି ଲାଷ୍ଟ୍‌ କଲର୍‌’ ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ୩୪୪ ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି।
୨୦୧୯ରେ ମୋଟ ୩୪ ଓଡ଼ିଆ ଫିଲ୍ମ ନିର୍ମିତ ହୋଇଥିବାବେଳେ ତନ୍ମଧ୍ୟରୁ ଅଧିକାଂଶ ଚିରାଚରିତ ପ୍ରେମକାହାଣୀ ଉପରେ ଆଧାରିତ। ଏପରି କି, ଏକାଧିକ ନକଲ ଫିଲ୍ମ ମଧ୍ୟ ରହିଛି। ଯେଉଁଥିପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଗଠିତ ଜୁରି କମିଟି ଚଳିତବର୍ଷ ଓଡ଼ିଆ ଫିଲ୍ମର ମୌଳିକତା ନେଇ ପ୍ରଶ୍ନ ଉଠାଇଥିବାବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଡାଏଲଗ୍‌ ଓ ଶ୍ରେଷ୍ଠ କାହାଣୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନକଲ ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣଭାବେ ବାଦ୍‌ ଦେଇଥିଲେ। ତେବେ ଗୋଟିଏପଟେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଦର୍ଶକଙ୍କୁ ଏଭଳି ନିରାଶ କରୁଥିବାବେଳେ ଅନ୍ୟପଟେ କିନ୍ତୁ ଓଡ଼ିଆ ପ୍ରତିଭାମାନେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରୁଛନ୍ତି। ନିକଟରେ ଓଡ଼ିଶାର ଯୁବ ଚଳଚ୍ଚିତ୍ର ନିର୍ମାତା ଅମୃତେନ୍ଦୁ ବରାଳ ନିଜ ଡକୁମେଣ୍ଟାରି ଫିଲ୍ମ ‘ମିଶନ୍‌ ଗଙ୍ଗେ’ ପାଇଁ ସୋସାଇଟି ଫର୍‌ ଆକ୍ନୋଲେଜ୍‌ମେଣ୍ଟ୍‌ ଫର୍‌ ୱାର୍କ ଏକ୍ସିଲେନ୍ସ ଦ୍ୱାରା ଇଣ୍ଟରନ୍ୟାଶନାଲ୍‌ ଏକ୍ସିଲେନ୍ସି ଆୱାର୍ଡରେ ସମ୍ମାନିତ ହୋଇଥିଲେ। ପ୍ରଥମ ଓଡ଼ିଆ ଭାବେ ସେ ଏହି ସମ୍ମାନ ପାଇଥିବାବେଳେ ତାଙ୍କ ଫିଲ୍ମ ‘ମିଶନ୍‌ ଗଙ୍ଗେ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଥିଲା। ପରିବେଶ ସଚେତନତାର ବାର୍ତ୍ତା ଦେଇଥିବା ଏହି ଫିଲ୍ମ ଗଙ୍ଗା ନଦୀ ତଟରୁ ୫୦ ଟନ୍‌ ଅବର୍ଜନା ସଫା କରିବାରେ ମଧ୍ୟ ସଫଳ ହୋଇପାରିଥିଲା। ସେହିଭଳି ଅଶୋକ ମହାପାତ୍ରଙ୍କ ପ୍ରଯୋଜିତ ଏବଂ ସୁଶାନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋସେଫ୍‌-ବର୍ନ ଇନ୍‌ ଗ୍ରେସ୍‌’ ବିଶ୍ୱର ସର୍ବବୃହତ୍‌ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ରେ ସାମିଲ ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିଲା। ଏକ ଭିନ୍ନ ସ୍ବାଦର କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ପ୍ରଯୋଜନା, ନିର୍ଦ୍ଦେଶନା ଏବଂ କାହାଣୀ ପଛରେ ଓଡ଼ିଆ ପ୍ରତିଭାମାନେ ରହିଥିଲେ। ଆଉ ଏବେ ସେଲିବ୍ରିଟି ସେଫ୍‌ ବିକାଶ ଖନ୍ନାଙ୍କ ନିର୍ଦ୍ଦେଶିତ ଏବଂ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ଫିଲ୍ମ ‘ଦି ଲାଷ୍ଟ୍‌ କଲର୍‌’ ଓସ୍କାର ଦୌଡ଼ରେ ରହିଥିବା ସୂଚନା ମିଳିଛି। ୯୨ତମ ଏକାଡେମୀ ଆଓ୍ବାର୍ଡର ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ଏହି ଫିଚର୍‌ ଫିଲ୍ମ ସାମିଲ ହୋଇଛି। ବିକାଶ ଖାନ୍ନାଙ୍କ ନିର୍ଦ୍ଦେଶିତ ଏହା ପ୍ରଥମ ଫିଲ୍ମ ହୋଇଥିବାବେଳେ ତାଙ୍କ ରଚିତ ପୁସ୍ତକ ‘ଦି ଲାଷ୍ଟ୍‌ କଲର୍‌’ ଉପରେ ଏହା ଆଧାରିତ। କେବଳ ଏହି ଫିଲ୍ମ ନୁହେଁ, ଜିତେନ୍ଦ୍ର ନିଜର ଫିଲ୍ମ ପ୍ରଯୋଜନା ସଂସ୍ଥା ମାଧ୍ୟମରେ ଏକାଧିକ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସହ ଯୋଡ଼ିହୋଇ ଉଚ୍ଚକୋଟୀର ଫିଲ୍ମ ନିର୍ମାଣ କରିବା ସହ ତାହାକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସ୍ବଳ୍ପ ବଜେଟ୍‌ରେ ଭଲ ଫିଲ୍ମ ନିର୍ମାଣ କରିବାକୁ ସର୍ବଦା ପ୍ରଚେଷ୍ଟା କରୁଥିବା ଏହି ଯୁବ ଉଦ୍ୟୋଗୀ ୨୦୧୫ରେ ପ୍ରଥମ ଫିଲ୍ମ ‘ମଣ୍ଟୋସ୍ତାନ’ ନିର୍ମାଣ କରିଥିଲେ, ଯାହା ୨୦୧୬ରେ କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଥିଲା। ସେହିଭଳି ତାଙ୍କର ‘ସାଇଡ୍‌ ଏ ସାଇଡ୍‌ ବି’ ଫିଲ୍ମର ପ୍ରିମିୟର ଶୋ ୨୦୧୭ କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri