Posted inଖେଳ

ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ ‘ନୋ ଫ୍ଲାଏ ଜୋନ୍‌’ରେ ପରିଣତ

ମାଞ୍ଚେଷ୍ଟର,୧୦।୭(ପି.ଟି.)- ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ର ଭେନ୍ୟୁ ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମକୁ ‘ନୋ ଫ୍ଲାଏ ଜୋନ୍‌’ରେ ପରିଣତ କରାଯାଇଥିଲା। ସୁରକ୍ଷା ତଥା ନିରାପତ୍ତା ଦୃଷ୍ଟିକୋଣରୁ ଏପରି କରାଯାଇଥିଲା ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅବଗତ କରିଥିଲା। ହେଡିଙ୍ଗଲେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିବା ଅବସରରେ ଏକ ପ୍ରାଇଭେଟ ପ୍ଲେନ୍‌ ଭାରତ ବିରୋଧୀ ବ୍ୟାନର ବହନ କରି ଷ୍ଟାଡିୟମ ଉପର ଦେଇ ଯାଇଥିଲା। ଏହି ଘଟଣା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି କୁହାଯାଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଏ ନେଇ ସବିଶେଷ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛୁ ବୋଲି ଇସିବି ବିସିସିଆକୁ କହିଥିଲା।
ପୂର୍ବରୁ ଖେଳାଳିଙ୍କ ସୁରକ୍ଷା ନେଇ ବିସିସିଆଇ ତା’ର ଉଦ୍‌ବେଗ ପ୍ରକାଶ କରିଥିଲା। ଏ ନେଇ ମଧ୍ୟ ଇସିବି ଅନୁକୂଳ ମନୋଭାବ ପୋଷଣ କରିଥିଲା ବିସିସିଆଇ ମୁଖ୍ୟ କର୍ଯ୍ୟନିର୍ବାହୀ ରାହୁଲ ଜୋହରୀଙ୍କୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲା। ମ୍ୟାଚ୍‌ ଦିବସରେ ଗୋଟଏ ଦିନ ପାଇଁ ଷ୍ଟାଡିୟମକୁ ‘ନୋ ଫ୍ଲାଏ ଜୋନ୍‌’ରେ ପରିଣତ କରାଯିବ ବୋଲି ଇସିବି କହିଥିଲ। ଶନିବାର ହେଡିଙ୍ଗ୍‌ଲେରେ ଖେଳାଯାଇଥିବା ଭାରତ- ଶ୍ରୀଲଙ୍କା ମ୍ୟାଚ୍‌ରେ ଏକ ପ୍ରାଇଭେଟ ପ୍ଲେନ୍‌ ‘ଇଣ୍ଡିଆ ଷ୍ଟପ୍‌ ମବ ଲିଞ୍ଚିଂ’ ଓ ‘ଜଷ୍ଟିସ୍‌ ଫର କାଶ୍ମୀର’ ଲେଖାଥିବା ଏକ ବ୍ୟାନର ବହନ କରି ଷ୍ଟାଡିୟମ ନିକଟ ଦେଇ ଯାଇଥିଲା। ଟୁର୍ନାମେଣ୍ଟରେ ଦ୍ୱିତୀୟଥର ପାଇଁ ଏଭଳି ଅଭାବନୀୟ ଘଟାଣା ଘଟିବା ପରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବେଶ୍‌ ଅପଦସ୍ଥ ହୋଇଥିଲା। ଏହାପୂର୍ବରୁ ପାକିସ୍ତାନ- ଆଫଗାନିସ୍ତାନ ମ୍ୟାଚ୍‌ ଅବସରରେ ଏକ ବିମାନ ‘ଜଷ୍ଟିସ୍‌ ଫର ବାଲୋଚ୍‌ସ୍ତାନ’ ଲେଖାଥିବା ବ୍ୟାନର ବହନ କରି ଷ୍ଟାଡିୟମ ଉପରେ ଯାଇଥିଲା। ଏହି ମ୍ୟାଚ୍‌ ଅବସରରେ ପାକିସ୍ତାନ ଓ ଆଫଗାନିସ୍ତାନ ପ୍ରଶଂସକମାନେ ହାତାହାତୀ ମଧ୍ୟ ହୋଇଥିଲେ। ଏହି ବ୍ୟାନର ବହନ କରିବା ଘଟଣାରୁ ଏପରି ପରିସ୍ଥିତି ଉପଜୁଥିଲା ବୋଲି କୁହାଯାଇଥିଲା। ଆଇସିସି ଆଚରଣବିଧିର ଉଲ୍ଲଂଘନ କରୁଥିବାରୁ ଏପରି ରାଜନୈତିକ ସ୍ଳୋଗାନକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଥିଲା। ଉଲ୍ଲେଖଥାଉ କି, ସର୍ବସାଧାରଣଙ୍କ ସୁବିଧା ପାଇଁ ପ୍ରାଇଭେଟ ପ୍ଲେନ୍‌ ଉଡାଇବା ନେଇ କୌଣସି କଟକଣା ନାହିଁ। ପୁଣି ହେଡିଙ୍ଗ୍‌ଲେର ନିକଟରେ ଥିବା ବ୍ରାଡଫର୍ଡ ଅଞ୍ଚଳରେ ପାକିସ୍ତାନୀ ନାଗରିକ ଅଧିକ ସଂଖ୍ୟାରେ ରହିଥାନ୍ତି। ତେଣୁ ଏଭଳି ଅଭାନୀୟ ଘଟଣା ଘଟିଲା ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri