ଓଲେ ଓଲେ ଗୀତରେ କୋରିଓଗ୍ରାଫର, ଅଭିନେତ୍ରୀଙ୍କ ଦମ୍‌ଦାର ଡ୍ୟାନ୍ସ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ଦୀପା ଧର ଓ କୋରିଓଗ୍ରାଫର ମେଲ୍‌ଭିନ ଲୁଇସ୍‌ଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୨ଜଣଙ୍କ ଦମ୍‌ଦାର ଡ୍ୟାନ୍ସ ଦେଖିବାକୁ ମିଳିଛି। ବଲିଉଡ୍‌ ଅଭିନେତା ଶୈଫ ଅଲ୍ଲୀ ଖାଁଙ୍କ ଫିଲ୍ମ ‘ଜବାନୀ ଜାନେମନ’ର ପପୁଲାର ଗୀତ ‘ଓଲେ ଓଲେ’ରେ ସନ୍ଦୀପା ଓ ମେଲ୍‌ଭିନ ଦୁହେଁ ମିଶି ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥିବା ବେଳେ ଏହାକୁ ଏପର୍ଯ୍ୟନ୍ତ ୫୦ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ମେଲ୍‌ଭିନଙ୍କୁ ଭଲ କୋରିଓଗ୍ରାଫି ପାଇଁ ଜଣାଯାଉଥିବା ବେଳେ ଅଭିନେତ୍ରୀ ସନ୍ଦୀପା ନିଜ ଅଭିନୟ ସହ ଭଲ ଡ୍ୟାନ୍ସ ପାଇଁ ବେଶ୍‌ ଜଣାଶୁଣା।

Share