ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଆମ୍ବ ପ୍ରଦର୍ଶନୀ

ଢେଙ୍କାନାଳ ଅଫିସ,୬।୨: ଢେଙ୍କାନାଳ ଜିଲା ଓର୍‌ମାସ ପକ୍ଷରୁ ଜୁନ୍‌ ୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମିନିଷ୍ଟାଡିୟମଠାରେ ଆମ୍ବ ପସରା ନାମକ ଏକ ପ୍ରଦର୍ଶନୀ ଖୋଲିଛି। ଏଥିରେ ଗ୍ରାମୀଣ ଉତ୍ପାଦିତ ଆମ୍ବ ଏସ୍‌ଏସ୍‌ଜି ଓ ବିଭିନ୍ନ ଫାର୍ମ ଦ୍ୱାର ପଦର୍ଶନୀ ହୋଇଛି। ମଙ୍ଗଳବାର ଏହାକୁ ଜିଲାପାଳ ଭୂମେସ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଛନ୍ତି। ଅମରପଲାଇ, ବାଇଗଣ ପଲାଇ, ମହାରାଜା, ଲେଙ୍ଗଡା ଆଦି ଅମ୍ବ ପ୍ରଦର୍ଶିତ ହୋଇଛି। ଏହି ଅବସରରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପକ ନିର୍ଦ୍ଦେଶକ ନରୋତ୍ତମ ବେହେରା ଉଦ୍ୟାନ କୃଶି ଉପ ନିର୍ଦ୍ଦେଶକ ଭଗବାନ ଦାସ ଉପସ୍ଥିତ ଥିଲେ।