ଓମ୍‌ଫେଡ୍‌ ଜାରି କଲା ନୂତନ ଗାଇଡ୍‌ଲାଇନ: ଡାଏରୀ ପଏଣ୍ଟରୁ ସିଧାସଳଖ କିଣିହେବ ଓମ୍‌ଫେଡ୍‌ ସାମଗ୍ରୀ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓମ୍‌ଫେଡ୍‌ ହୋଲ୍‌ସେଲର, ରିସେଲର୍‌ମାନଙ୍କ ଲାଗି ଏକ ନୂଆ ଗାଇଡ୍‌ଲାଇନ ରବିବାର ଜାରି କରାଯାଇଛି। ଏହି ପରିବର୍ତ୍ତିତ ଗାଇଡ୍‌ଲାଇନ ଅନୁଯାୟୀ, ସମସ୍ତ ବ୍ୟକ୍ତି, ଫାର୍ମ ଏଜେନ୍ସି, ହୋଲ୍‌ସେଲର ଏବଂ ଡିଷ୍ଟ୍ରିବ୍ୟୁଟର ଓମ୍‌ଫେଡ୍‌ର ସବୁ ପ୍ରକାର ଜିନିଷକୁ ରାଜ୍ୟର ଯେକୌଣସି ଡାଏରୀ ପଏଣ୍ଟରୁ ସିଧାସଲଖ କ୍ରୟ କରିପାରିବେ। ଓମ୍‌ଫେଡ୍‌ର ହୋଲ୍‌ସେଲ ପଏଣ୍ଟରେ ଏକ ସର୍ବନିମ୍ନ ବିଲ୍‌ ପୈଠକରି କ୍ରୟ କରିପାରିବେ। ଭୁବନେଶ୍ୱରର ଡାଏରୀରୁ ସର୍ବନିମ୍ନ ୭ହଜାର ୫୦୦ଟଙ୍କାର ବିଲ୍‌ ପୈଠକରି କ୍ଷୀର ଜାତୀୟ ଜିନିଷ କିଣିହେବ। ଅନ୍ୟ ଡାଏରୀ ସେଣ୍ଟରଗୁଡିକରେ ୫ହଜାର ଟଙ୍କାର ବିଲ୍‌ କରି କିଣିହେବ। କ୍ଷୀର ଜାତୀୟ ଜିନିଷ କ୍ରୟ କରିବା ପାଇଁ କୌଣସି ଅସୁବିଧା ନାହିଁ। ଯେଉଁ ହୋଲ୍‌ସେଲରମାନେ ସର୍ବନିମ୍ନ ବିଲ୍‌ ପୈଠକରି ଓମ୍‌ଫେଡ୍‌ ଜାତୀୟ ଜିନିଷ କିଣୁଛନ୍ତି ସେମାନେ ଚାହିଁଲେ ରିଟେଲ ଦରରେ ଖାଲି କ୍ଷୀର ଡାଏରୀ ପଏଣ୍ଟରୁ ନେଇପାରିବେ। ସର୍ବନିମ୍ନ ୩୦ଲିଟର କ୍ଷୀର ବିଲ୍‌ କରି ନେଇହେବ। ଯଦି କୌଣସି ବଡ଼ କାର୍ଯ୍ୟକ୍ରମ ଲାଗି କେହି ବ୍ୟକ୍ତି, ଫାର୍ମ, ଏଜେନ୍ସି, ହୋଲ୍‌ସେଲର ଚାହାନ୍ତି ସେମାନେ ଆଗୁଆ ଆଡ୍‌ଭାନ୍ସ କରି ଡାଏରୀରୁ କ୍ଷୀର ନେଇପାରିବେ। ସେମାନେ ଟେଲିଫୋନ କିମ୍ବା ହ୍ବାଟ୍ସଆପ୍‌ ମାଧ୍ୟମରେ ନିଜର ଅର୍ଡର ଦେଇପାରିବେ। ପରିବର୍ତ୍ତିତ ଗାଇଡ୍‌ଲାଇନ ଅନୁଯାୟୀ ଏବେ କୌଣସି ଡିଷ୍ଟ୍ରିବ୍ୟୁଟର ଏବଂ ହୋଲ୍‌ସେଲରଙ୍କୁ ଜିନିଷ ନେବା ସକାଶେ ଏଗ୍ରିମେଣ୍ଟ କରିବା ପାଇଁ ପଡିବ ନାହିଁ ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri