ଓମ୍‌ଫେଡ୍‌ ଜାରି କଲା ନୂତନ ଗାଇଡ୍‌ଲାଇନ: ଡାଏରୀ ପଏଣ୍ଟରୁ ସିଧାସଳଖ କିଣିହେବ ଓମ୍‌ଫେଡ୍‌ ସାମଗ୍ରୀ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓମ୍‌ଫେଡ୍‌ ହୋଲ୍‌ସେଲର, ରିସେଲର୍‌ମାନଙ୍କ ଲାଗି ଏକ ନୂଆ ଗାଇଡ୍‌ଲାଇନ ରବିବାର ଜାରି କରାଯାଇଛି। ଏହି ପରିବର୍ତ୍ତିତ ଗାଇଡ୍‌ଲାଇନ ଅନୁଯାୟୀ, ସମସ୍ତ ବ୍ୟକ୍ତି, ଫାର୍ମ ଏଜେନ୍ସି, ହୋଲ୍‌ସେଲର ଏବଂ ଡିଷ୍ଟ୍ରିବ୍ୟୁଟର ଓମ୍‌ଫେଡ୍‌ର ସବୁ ପ୍ରକାର ଜିନିଷକୁ ରାଜ୍ୟର ଯେକୌଣସି ଡାଏରୀ ପଏଣ୍ଟରୁ ସିଧାସଲଖ କ୍ରୟ କରିପାରିବେ। ଓମ୍‌ଫେଡ୍‌ର ହୋଲ୍‌ସେଲ ପଏଣ୍ଟରେ ଏକ ସର୍ବନିମ୍ନ ବିଲ୍‌ ପୈଠକରି କ୍ରୟ କରିପାରିବେ। ଭୁବନେଶ୍ୱରର ଡାଏରୀରୁ ସର୍ବନିମ୍ନ ୭ହଜାର ୫୦୦ଟଙ୍କାର ବିଲ୍‌ ପୈଠକରି କ୍ଷୀର ଜାତୀୟ ଜିନିଷ କିଣିହେବ। ଅନ୍ୟ ଡାଏରୀ ସେଣ୍ଟରଗୁଡିକରେ ୫ହଜାର ଟଙ୍କାର ବିଲ୍‌ କରି କିଣିହେବ। କ୍ଷୀର ଜାତୀୟ ଜିନିଷ କ୍ରୟ କରିବା ପାଇଁ କୌଣସି ଅସୁବିଧା ନାହିଁ। ଯେଉଁ ହୋଲ୍‌ସେଲରମାନେ ସର୍ବନିମ୍ନ ବିଲ୍‌ ପୈଠକରି ଓମ୍‌ଫେଡ୍‌ ଜାତୀୟ ଜିନିଷ କିଣୁଛନ୍ତି ସେମାନେ ଚାହିଁଲେ ରିଟେଲ ଦରରେ ଖାଲି କ୍ଷୀର ଡାଏରୀ ପଏଣ୍ଟରୁ ନେଇପାରିବେ। ସର୍ବନିମ୍ନ ୩୦ଲିଟର କ୍ଷୀର ବିଲ୍‌ କରି ନେଇହେବ। ଯଦି କୌଣସି ବଡ଼ କାର୍ଯ୍ୟକ୍ରମ ଲାଗି କେହି ବ୍ୟକ୍ତି, ଫାର୍ମ, ଏଜେନ୍ସି, ହୋଲ୍‌ସେଲର ଚାହାନ୍ତି ସେମାନେ ଆଗୁଆ ଆଡ୍‌ଭାନ୍ସ କରି ଡାଏରୀରୁ କ୍ଷୀର ନେଇପାରିବେ। ସେମାନେ ଟେଲିଫୋନ କିମ୍ବା ହ୍ବାଟ୍ସଆପ୍‌ ମାଧ୍ୟମରେ ନିଜର ଅର୍ଡର ଦେଇପାରିବେ। ପରିବର୍ତ୍ତିତ ଗାଇଡ୍‌ଲାଇନ ଅନୁଯାୟୀ ଏବେ କୌଣସି ଡିଷ୍ଟ୍ରିବ୍ୟୁଟର ଏବଂ ହୋଲ୍‌ସେଲରଙ୍କୁ ଜିନିଷ ନେବା ସକାଶେ ଏଗ୍ରିମେଣ୍ଟ କରିବା ପାଇଁ ପଡିବ ନାହିଁ ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri