ଓଭରବ୍ରିଜ୍‌ ସୁରକ୍ଷା ଚିନ୍ତା: ଅଣ୍ଟା ଭିଡ଼ିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୩।୯ – ବାଲେଶ୍ୱର ଫକୀରମୋହନ ଗୋଲେଇଠାରୁ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଗତ ୧୯୮୪ରେ ଲୋକାର୍ପିତ ଓଡ଼ିଶାର ପ୍ରଥମ ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ସୁରକ୍ଷା ଓ ମରାମତି ଲାଗି କୌଣସି ଠୋସ ପଦକ୍ଷେପ ନିଆଯାଉ ନ ଥିବାରୁ ସିଭିଲ୍‌ ସୋସାଇଟି ଅସନ୍ତୋଷ ପ୍ରକାଶ କରିବା ସହ ଅଣ୍ଟା ଭିଡିଛି। ଏହାର ତୁରନ୍ତ ମରାମତି କରା ନ ଗଲେ ଆସନ୍ତା ୬ତାରିଖରେ ବାଲେଶ୍ୱର ରେଳଷ୍ଟେଶନ ନିକଟସ୍ଥ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋସାଇଟି ଗଣଧାରଣା ଦେବ ବୋଲି ନିଷ୍ପତ୍ତି ନେଇଛି। ଏନେଇ ପଢୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନ ସଭାଗୃହରେ ସିଭିଲ୍‌ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସୋସାଇଟି ସଭ୍ୟାସଭ୍ୟ ଓ ବିଭିନ୍ନ ଗଣ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି।
ଗତ ୫ବର୍ଷ ହେଲା ଜିଲାର ବହୁ ଗଣସଙ୍ଗଠନ ଏହି ପୋଲର ସୁରକ୍ଷା ଓ ମରାମତି ପାଇଁ ଦାବି କରିଆସୁଛନ୍ତି। ମୟୂରଭଞ୍ଜ ଓ ଉତ୍ତର ଓଡ଼ିଶାକୁ ସଂଯୋଗ କରୁଥିବା ଏହି ପୋଲ ଉତ୍ତର ଓଡ଼ିଶାର ତଥା ବାଲେଶ୍ୱର ଜିଲାର ଜୀବନରେଖା କୁହାଯାଉଥିବା ସଂଯୋଗ ପଥକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷମାନେ ବିଳମ୍ବ କରୁଛନ୍ତି। ଗତ ୨୫ ତାରିଖ ପ୍ରସ୍ତାବିତ ଗଣଧାରଣା ପାଇଁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚ କର୍ତ୍ତୃପକ୍ଷ, ଜିଲା ପ୍ରଶାସନଙ୍କ ସମେତ ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିଲାନି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗଣଧାରଣା ପାଇଁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଶାନ୍ତିପୂର୍ଣ୍ଣ ଗଣଧାରଣାରେ ସମସ୍ତ ନାଗରିକ, ଛାତ୍ର, ଯୁବକ, ମହିଳା, ଶ୍ରମିକ, ବୁଦ୍ଧିଜୀବୀ, ସାଂସ୍କୃତିକ, ବ୍ୟବସାୟୀ, ପରିବହନ, ସଙ୍ଗଠନ ସଦସ୍ୟ ଓ ବ୍ୟକ୍ତିବିଶେଷ ଯୋଗଦେବାକୁ ନିବେଦନ କରାଯାଇଛି। ସୋସାଇଟି ସମ୍ପାଦକ ଆଇନଜୀବୀ ମନୋଜ ନାୟକ ବୈଠକରେ ଓଭରବ୍ରିଜ୍‌ର ସୁରକ୍ଷା ଓ ମରାମତି ଦାବିରେ ଗ୍ରହଣ କରାଯାଇଥିବା କାର୍ଯ୍ୟପନ୍ଥାର ସୂଚନା ପ୍ରଦାନ କରିଥିଲେ। ସୋସାଇଟି ଉପଦେଷ୍ଟା ତଥା ବରିଷ୍ଠ ନାଗରିକ ମଞ୍ଚର ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ବିଭିନ୍ନ ଗଣସଙ୍ଗଠନ ତରଫରୁ ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା, ପରମାନନ୍ଦ ପଣ୍ଡା, ଅରୁଣ ଜେନା, ରୋଜି ପଟ୍ଟନାୟକ, ସରସ୍ବତୀ ପଣ୍ଡା, ବସନ୍ତ ସ, ମହମ୍ମଦ ସଫିକ୍‌, ସନ୍ତୋଷ ସାହୁ, ରାଜଲକ୍ଷ୍ମୀ ଚାଟାର୍ଜୀ, ମୁନା ପଣ୍ଡା, ଶରତ ଦଳେଇ, ପୂର୍ଣ୍ଣଚନ୍ଦ୍ର ପାତ୍ର, ବିକାଶ ଦାସ, ପ୍ରଦୀପ ଚାଟାର୍ଜୀ, ଜୟନ୍ତ ମହାନ୍ତି, ସଞ୍ଜୟ କୁମାର ଚୌଧୁରୀ, ପଞ୍ଚାନନ ପରିଡ଼ା, ଅଜିତ ବରାଳ, ସୁରେନ୍ଦ୍ର ପଣ୍ଡା, ଷ୍ଟାଲିନ୍‌ ମିଶ୍ର, ଅସିତ ବରଣ ଦାସ ଓ ସୁଦର୍ଶନ ଦାସ ପ୍ରମୁଖ ସହମତି ପ୍ରକାଶ କରିଥିଲେ। ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri