ଓବାମାଙ୍କ ଟୁଇଟ୍‌କୁ କପି କଲେ ଟ୍ରମ୍ପ: ସୋସିଆଲ ମିଡିଆରେ ଭାଇରାଲ

ଓ୍ବାଶିଂଟନ,୨୭।୧: ଆମେରିକାର ବେଶ୍‌ ପରିଚିତ ବାସ୍କେଟବଲ ଖେଳାଳି କୋବେ କ୍ରାୟଣ୍ଟଙ୍କ ଅସମୟ ମୃତ୍ୟୁକୁ ନେଇ ସାରା ଆମେରିକାରେ ଏକ ପ୍ରକାଶ ଶୋକର ଛାୟା ଖେଳି ଯାଇଛି। ଏହି ଖବର ପାଇବା ପରେ ସମସ୍ତେ ଶୋକ ପ୍ରକାଶ କରୁଛନ୍ତି। କୋବେଙ୍କ ମୃତ୍ୟୁ କେବଳ ଖେଳ ଜଗତକୁ ନୁହେଁ ବରଂ ସାରା ବିଶ୍ୱକୁ ସ୍ତମ୍ଭିଭୁତ କରିଛି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍‌ କରି ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ହେଲେ ଟ୍ରମ୍ପଙ୍କର ଏହି ଟୁଇଟ୍‌ ପରେ ସୋସିଆଲ ମିଡିଆ ୟୁଜର୍ସଙ୍କର ରାଗ ଦେଖିବାକୁ ମିଳିଛି। ସେମାନେ କହିଛନ୍ତି ଟ୍ରମ୍ପ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଟୁଇଟ୍‌କୁ କପି କରିଛନ୍ତି।

Share