Categories: ଜାତୀୟ

‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ ଦେବାକୁ ସେନା ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୯।୭: ଭାରତୀୟ ସେନା ପକ୍ଷରୁ ଏହାର ଯବାନ ଏବଂ ଅଫିସରଙ୍କ ପାଇଁ ଏକ ସତର୍କ ସୂଚନା ଜାରି ହୋଇଛି। ‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ ଦେବାକୁ ଏଥିରେ ପରାମର୍ଶ ଦିଆଯାଇଛି। ଏଭଳି ଗ୍ରୁପ୍‌ର ସଦସ୍ୟ ସଂଖ୍ୟା ଅଧିକ ରହୁଥିବାବେଳେ ସମ୍ପୃକ୍ତ ସେନା କର୍ମଚାରୀଙ୍କ ଉପରେ କେହି ଗୁପ୍ତ ନଜର ରଖୁଥିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ସୂଚନା ଜାରି କରାଯାଇଛି। ଏହାଦ୍ୱାରା ସେନାର କିଛି ତଥ୍ୟ ଲିକ୍‌ ହେବାର ମଧ୍ୟ ଆଶଙ୍କା ଥିବା ଏହି ସୂଚନାରେ କୁହାଯାଇଛି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏଭଳି ଗ୍ରୁପ୍‌ ସହାୟତାରେ ଗୁରୁତ୍ୱପୂର୍ଣ୍ଣ ମିଲିଟାରୀ ତଥ୍ୟ ସଂଗ୍ରହ ଯୋଜନା କରୁଥିବାରୁ ଏଭଳି ଗ୍ରୁପ୍‌ଠାରୁ ଦୂରେଇ ରହିବାକୁ ଭାରତୀୟ ସେନା ଏହାର କର୍ମଚାରୀଙ୍କୁ ପରାମର୍ଶ ଦେଇଛି।

Share