‘ଓଡ଼ିଶାର ଗ୍ରାହକ ଆଧୁନିକ ଜ୍ଞାନକୌଶଳରେ ପାରଙ୍ଗମ’

ଯୁବ ଉଦ୍ୟୋଗୀ ବିଜୟ ଦୁଗାର କୋଲକାତାରେ ଜନ୍ମଗ୍ରହଣ କରିଥିବାବେଳେ ୨୦୦୨ରେ ସେଣ୍ଟ ଜାଭିୟର୍‌ କଲେଜରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ। ୨୦୦୩ରେ ସେ ଉଦ୍ୟୋଗ ଜଗତରେ ପାଦ ଥାପିଥିଲେ। ଏକାଧିକ ମଲ୍ଟି ନ୍ୟାଶନାଲ ବ୍ରାଣ୍ଡ ଷ୍ଟୋରରେ ନିଜର କାର୍ଯ୍ୟଦକ୍ଷତା ଦେଖାଇଥିଲେ। ପୂର୍ବଭାରତର ଗ୍ରାହକଙ୍କୁ ପ୍ରିମିୟମ୍‌ ଆପଲ୍‌ ଉତ୍ପାଦ ଯୋଗାଇଦେବା ଲକ୍ଷ୍ୟରେ ସେ ଆଇଡେଷ୍ଟିନି ପ୍ରତିଷ୍ଠା କରିଥିଲେ। ବିହାର ଓ ଝାଡ଼ଖଣ୍ଡରେ ମାତ୍ର ୩ଟି ଷ୍ଟୋରରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପୂର୍ବ ଭାରତରେ ୨୦ ଆପଲ୍‌ ଷ୍ଟୋର ଏବଂ ୫ଟି ସ୍ବୀକୃତିପ୍ରାପ୍ତ ସର୍ଭିସ୍‌ ସେଣ୍ଟର୍‌ ରହିଛି। ୨୦୧୯ରେ ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ରେ ଆପଲ୍‌ ପ୍ରିମିୟମ୍‌ ରିସେଲର ଖୋଲାଯାଇଥିଲା। ନିକଟରେ କୋଲକାତାରେ ୪ ହଜାର ବର୍ଗଫୁଟ୍‌ ଜମିରେ ସର୍ବବୃହତ୍‌ ଷ୍ଟୋର ପ୍ରତିଷ୍ଠା କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଯୁବ ଉଦ୍ୟୋଗୀ ଦୁଗାରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର- ଓଡ଼ିଶା ବଜାରରେ ପ୍ରିମିୟମ୍‌ ଫୋନ୍‌ର କିପରି ଚାହିଦା ରହିଛି?
ଉ-ପ୍ରିମିୟମ୍‌ ସ୍ମାର୍ଟ ଫୋନ୍‌ କ୍ଷେତ୍ରରେ ଓଡ଼ିଶା ବହୁତ ଆଗରେ ରହିଛି। ଏଠାରେ ଗ୍ରାହକମାନେ ଅତ୍ୟାଧୁନିକ ଗ୍ୟାଜେଟ୍‌ର ବୈଶିଷ୍ଟ୍ୟ, ଜ୍ଞାନକାୈଶଳରେ ବେଶ୍‌ ପାରଙ୍ଗମ। ବିଶେଷକରି ଆପଲ୍‌ ଉପତ୍ାଦଗୁଡ଼ିକ ପ୍ରତି ଆଗ୍ରହ ଦେଖିବାକୁ ମିଳୁଛି, ଯାହା ରାଜ୍ୟରେ ଉଚ୍ଚମାନର ବ୍ରାଣ୍ଡର ଚାହିଦା ବଢ଼ାଉଛି।
ପ୍ର- ଦେଶରେ ରେକର୍ଡ ସଂଖ୍ୟକ ଆଇଫୋନ୍‌ ବିକ୍ରି ହେଉଥିବାବେଳେ ଓଡ଼ିଶାରେ କିପରି ସ୍ଥିତି ରହିଛି?
ଉ- ନିଶ୍ଚିତ ଭାବରେ ଦେଶରେ ଆଖିଦୃଶିଆ ଭାବେ ଆପଲ୍‌ ଉପତ୍ାଦ ବିକ୍ରି ହେବାରେ ଲାଗିଛି। ଓଡ଼ିଶା ଏଥିରୁ ବାଦ୍‌ ପଡ଼ିନାହିଁ। ପ୍ରତିବର୍ଷ ଲଗାତର ଭାବେ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ ପ୍ରଥମେ କେବଳ ଏସ୍‌ପ୍ଲାନେଡ୍‌ରେ ଗୋଟିଏ ଷ୍ଟୋର ଖୋଲାଯାଇଥିଲା। ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ୫ ବର୍ଷ ମଧ୍ୟରେ ଶହୀଦନଗର ଓ ପଟିଆରେ ଆଉ ୨ଟି ଷ୍ଟୋର ଖୋଲାଯାଇଛି। କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଇଏମ୍‌ଆଇ ତଥା ଋଣ ସୁବିଧା ପ୍ରଦାନ କରାଯାଉଥିବାରୁ ଗ୍ରାହକ ଏଥିପ୍ରତି ବିଶେଷ ଭାବେ ଆକୃଷ୍ଟ ହେଉଛନ୍ତି।
ପ୍ର- ଇ-କମର୍ସ ପ୍ଲାଟ୍‌ଫର୍ମ ବ୍ୟବସାୟକୁ ପ୍ରଭାବିତ କରୁଛି କି?
ଉ- ଇ-କମର୍ସ ହେଉ ବା ନିକଟବର୍ତ୍ତୀ ଷ୍ଟୋର ସମସ୍ତଙ୍କର ନିଜ ନିଜର ଗ୍ରାହକ ବେସ୍‌ ରହିଛି। ମାତ୍ର ଆପଲ୍‌ ଉପତ୍ାଦ କଥା ଆସିଲେ ଗ୍ରାହକ ବ୍ୟକ୍ତିଗତ ଭାବେ ଷ୍ଟୋରକୁ ଆସି କିଣିବାକୁ ପସନ୍ଦ କରନ୍ତି। ଷ୍ଟୋରକୁ ଆସୁଥିବା ଗ୍ରାହକ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବା ପରେ କିଣିବା ସୁଯୋଗ ପାଇଥାନ୍ତି, ଯାହାକି ଅନ୍‌ଲାଇନ୍‌ରେ ସମ୍ଭବ ନୁହେଁ। ତେଣୁ ଇ-କମର୍ସ ପ୍ଳାଟ୍‌ଫର୍ମ ଆମ ବ୍ୟବସାୟକୁ ପ୍ରଭାବିତ କଲାଭଳି ମନେ ହୁଏନାହିଁ। ତେବେ ଷ୍ଟୋରରେ ଉପତ୍ାଦଗୁଡ଼ିକର ଦାମ୍‌ ଅଧିକ ବୋଲି ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି। ମାତ୍ର ଏହା ସତ୍ୟ ନୁହେଁ, ଆମ ଷ୍ଟୋରରେ ଅପେକ୍ଷାକୃତ କମ୍‌ ଦରରେ ଉପତ୍ାଦ ଉପଲବ୍ଧ ହୋଇଥାଏ।
ପ୍ର- ଆଗକୁ କ’ଣ ଯୋଜନା ରହିଛି?
ଉ- ଓଡ଼ିଶାରେ ବ୍ୟବସାୟ ବଢ଼ାଇବାକୁ ଚେଷ୍ଟା କରୁଛୁ। ଗ୍ରାହକମାନେ ନିଜ ନିଜ ଅଞ୍ଚଳରେ ସହଜରେ କିପରି ଆପଲ୍‌ ଉପତ୍ାଦ ପାଇପାରିବେ ସେନେଇ ଯୋଜନା ରହିଛି। ୨୦୨୪ରେ ବହୁ ଯୋଜନାକୁ ରୂପରେଖ ଦିଆଯିବ। କେବଳ ବଡ଼ ବଡ଼ ସହର ନୁହେଁ, ଛୋଟ ସହରରେ ମଧ୍ୟ ଗ୍ରାହକ ହାତପାହାନ୍ତାରେ ପ୍ରିମିୟମ୍‌ ଉତ୍ପାଦ ପାଇପାରିବେ।
ପ୍ର- ଆପଣଙ୍କ ସଫଳତାର ମନ୍ତ୍ର କ’ଣ?
ଉ- ଜଣେ ଉଦ୍ୟୋଗୀ ଭାବେ ମୁଁ ଏତିକି ଶିଖିଛି ଯେ, ସବୁବେଳେ ଅତୀତର ଆରାମଦାୟକ ଜୀବନ ତ୍ୟାଗକରି ନୂଆ ନୂଆ ଆହ୍ବାନକୁ ସାମ୍ନା କରିବା ଦ୍ୱାରା ସଫଳତା ମିଳିଥାଏ। ଗୋଟେ ସମୟ ଥିଲା, ଯେତେବେଳେ ମୁଁ ମୋ ଆଖପାଖ ଅଞ୍ଚଳକୁ ବାଦ୍‌ ଦେଲେ ବାହାର ଦୁନିଆକୁ ଦେଖୁ ନ ଥିଲି। ପରେ ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂଆ ନୂଆ ବାଟରେ ପାଦ ରଖିଲି। ତେବେ ଡ୍ରିମ୍‌ ଓ୍ବାର୍କ(ସ୍ବପ୍ନ) ପୂରଣ ପାଇଁ ଟିମ୍‌ ଓ୍ବାର୍କ (ଏକତ୍ର କାର୍ଯ୍ୟ କରିବା) ଜରୁରୀ। ତେଣୁ ଯୁବ ଉଦ୍ୟୋଗୀମାନେ ଏଥିପ୍ରତି ଧ୍ୟାନଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri