ଓଡ଼ିଶା ବଜାରରେ ନୂଆ ରିୟଲମି ୩ ପ୍ରୋ

ଭୁବନେଶ୍ୱର,୨୯-୫(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ନୂଆ ‘ରିୟଲମି ୩ ପ୍ରୋ’ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏହା କମ୍ପାନୀର ଅଧିକୃତ ଷ୍ଟୋର ସମେତ ରିଟେଲ ଷ୍ଟୋରଗୁଡିକରେ ଉପଲବ୍ଧ ହେବ। ସ୍ଥାନୀୟ ଡମଣାଛକସ୍ଥିତ ମିରାକିଲ ମୋବାଇଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରିୟଲମିର ରାଜ୍ୟ ମୁଖ୍ୟ ନିଶ୍କଳଙ୍କ ମହାନ୍ତି, ଷ୍ଟକିଷ୍ଟ ସୁମିତ ଅଗ୍ରଓ୍ବାଲ ଏବଂ ଷ୍ଟୋର ଓନର ଜିତେନ୍ଦ୍ର କୁମାର ସାହୁ ଏହାର ବଜାର ପ୍ରବେଶ କରାଇଥିଲେ। ଏହି ଅବସରରେ କମ୍ପାନୀର ହାପି କଷ୍ଟମରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା। ସେହିଭଳି ଭୁବନେଶ୍ୱରର ୟୁନିକର୍ନ ମୋବାଇଲ ଏବଂ ଲକ୍ଷ୍ମୀ ମୋବାଇଲ ଷ୍ଟୋରରେ ଏହି ମଡେଲଟିକୁ ବଜାର ପ୍ରବେଶ କରାଯାଇଛି। ଏହି ଅବସରରେ ଲକ୍ଷ୍ମୀ ମୋବାଇଲର ସ୍ବତ୍ତ୍ୱାଧିକାରୀ ନକୁଳ ସୁବୁଦ୍ଧି ଏବଂ ୟୁନିକର୍ନ ମୋବାଇଲଠାରେ ସ୍ବତ୍ତ୍ୱାଧିକାରୀ ସୂର୍ଯ୍ୟରଞ୍ଜନ ପାତ୍ର ଉପସ୍ଥିତ ଥିଲେ। ଗୋଟିଏ ମାସ ତଳେ ଅନ୍‌ଲାଇନରେ ଏହି ମଡେଲଟିକୁ ବଜାର ପ୍ରବେଶ କରାଇଥିବା ବେଳେ ଏହା ମଙ୍ଗଳବାରଠାରୁ ସାରା ରାଜ୍ୟରେ ଶୁଭାରମ୍ଭ ହୋଇଥିବା ରାଜ୍ୟ ମୁଖ୍ୟ ନିଶ୍କଳଙ୍କ ମହାନ୍ତି ସୂଚନା ଦେଇଛନ୍ତି। ଅଫଲାଇନରେ ମଧ୍ୟ ଏହାର ବିକ୍ରି ଭଲ ରହିବ ବୋଲି ଆଶାବାଦୀ ଥିବା ମହାନ୍ତି କହିଛନ୍ତି।
ପ୍ରମୁଖ ଫିଚର
-୪ଜିବି+୬୪ ଜିବି ଭାରିଆଣ୍ଟ ମୂଲ୍ୟ ୧୩,୯୯୯ ଟଙ୍କା
୬ଜିବି+ ୬୪ଜିବି ମୂଲ୍ୟ ୧୫,୯୯୯ ଟଙ୍କା
୬ ଜିବି+୧୨୮ ଜିବି ୧୬,୯୯୯ ଟଙ୍କା
-କ୍ୱାଲକମ୍‌ ସ୍ମାପଡ୍ରାଗନ ୭୧୦ ପ୍ରୋସେସର, ଆଡ୍ରେନୋ ୬୧୬ ଜିପିୟୁ ସହ
-କଲରଓଏସ୍‌୬.୦, ଆଣ୍ଡ୍ରଏଡ ୯.୦ ପାଏ
– ୬.୩ ଇଞ୍ଚ ଆଇପିଏସ୍‌ ଏଫ୍‌ଏଚ୍‌ଡି
-୨୫୬ ଜିବି ପର୍ଯ୍ୟନ୍ତ ଏକ୍ସପାଣ୍ଡେବଲ ମେମୋରୀ
– ୪୦୪୫ ଏମ୍‌ଏଏଚ୍‌ ବ୍ୟାଟେରୀ
-୨୫ ମେଗା ପିକ୍ସେଲ ସେଲ୍ଫି କ୍ୟାମେରା, ୬୪ ମେଗା ବ୍ୟାକ୍‌ କ୍ୟାମେରା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri