Posted inଖେଳ

ଓଡ଼ିଶାର ରଣଜୀ ଯାତ୍ରା

ଓଡ଼ିଶାର ରଣଜୀ ଅଭିଯାନ ବେଶ୍‌ ଉତ୍ସାହଜନକ ରହିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଦମ୍‌ଦାର ପ୍ରଦର୍ଶନ କରି ଓଡ଼ିଶା କ୍ୱାର୍ଟର ଫାଇନାଲରେ ବେଙ୍ଗଲକୁ ଭେଟିଛି। ବେଙ୍ଗଲକୁ ହରାଇପାରିଲେ ଦୀର୍ଘ ୧୬ ବର୍ଷ ପରେ ଓଡ଼ିଶା ସେମିରେ ପ୍ରବେଶ କରିବ। କୋଚ୍‌ ରଶ୍ମିରଞ୍ଜନ ପରିଡାଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଏଥର ଚମକପ୍ରଦ ପ୍ରଦର୍ଶନ କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ..

ଚଳିତ ସିଜନରେ ଓଡ଼ିଶା ଦଳର ରଣଜୀ ପ୍ରଦର୍ଶନ ବେଶ୍‌ ଉସତ୍ାହଜନକ ରହିଛି। ଯୁବ ଏବଂ ଅଭିଜ୍ଞ ଖେଳାଳିମାନଙ୍କୁ ନେଇ ବେଶ୍‌ ଭଲ ସଫଳତା ପାଇବା ଆମ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପାଇଁ ସନ୍ତୋଷଜନକ ରହିଛି। ୨ବର୍ଷ ପରେ ପୁନର୍ବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଓଡ଼ିଶା। ଗ୍ରୁପ୍‌-ସି’ ରେ ସ୍ଥାନ ପାଇଥିବା ଓଡ଼ିଶା ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ପାଇଁ ଶକ୍ତିଶାଳୀ ଦଳଗୁଡିକୁ ଟକ୍କର ଦେଇଛି। ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଗୁଡିକରେ ଭେଟେରାନ୍‌ ବୋଲର ବସନ୍ତ ମହାନ୍ତି ସମସ୍ତ ମ୍ୟାଚ୍‌ରେ ବେଶ୍‌ ଭଲ ବୋଲିଂ କରିବା ସହିତ ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ତାଙ୍କୁ ବେଶ୍‌ ସହାୟତା କରିଛନ୍ତି। ବ୍ୟାଟିଂରେ ବିପ୍ଳବ ସାମନ୍ତରାୟ କେତେକ ଉପଯୋଗୀ ଇନିଂସ ଖେଳିଥିବା ବେଳେ ଦେବାଶିଷ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଦେବବ୍ରତ ପ୍ରଧାନ ବିଭିନ୍ନ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସହିତ ଟିମ୍‌ ଓଡ଼ିଶାକୁ ସଫଳତା ଦେବାରେ ସହାୟତା କରିଛନ୍ତି। ଦୀର୍ଘ ଦିନ ପରେ ଏପରି ସଫଳତା ବିଭିନ୍ନ ବର୍ଗର ଯୁବ ଖେଳାଳିଙ୍କୁ ଉସତ୍ାହିତ କରିଛି। ଏଥି ସହିତ ଓଡ଼ିଶା ଏଲିଟ ଗ୍ରୁପ ସି’ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଜମ୍ମୁ ଓ କଶ୍ମୀର ପରେ ରହିଛି। ଲିଗ୍‌ ପର୍ଯ୍ୟାୟରେ ଦଳରେ ପ୍ରଦର୍ଶନରେ ସ୍ଥିରତା ରହିଥିଲା। ପରବର୍ତ୍ତୀ ଅବସ୍ଥାରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଚମକତ୍ାର ପ୍ରଦର୍ଶନ କରି ଦଳ ଠିକଣା ସମୟରେ ସଫଳତା ପାଇଛି। ଏଥିପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ ସମ୍ପାଦକ ସଞ୍ଜୟ ବେହେରା ସମ୍ପୂର୍ଣ୍ଣ ଟିମ୍‌କୁ ଉସତ୍ାହିତ କରିବା ସହିତ ପୁରସ୍କାର ରାଶି ଘୋଷଣା କରିବା ଦ୍ୱାରା ଟିମର ମନୋବଳ ବେଶ୍‌ ବୃଦ୍ଧି ପାଇଛି।
ଗ୍ରୁପ୍‌-ସି ଏଲିଟ ଗ୍ରୁପ୍‌ରେ ଟିମ୍‌ ଓଡ଼ିଶା ସ୍ଥାନ ପାଇଛି ତଥାପି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ବେଶ୍‌ ଚ୍ୟାଲେଞ୍ଜ୍‌ ପୂର୍ଣ୍ଣ ରହିଥିଲା। ଶ୍ରେଷ୍ଠ ୮ଟି ଦଳ ମଧ୍ୟରେ ସାମିଲ ହେବା କାମ ଗୌରବର କଥା ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଠିକ୍‌ ସମୟରେ କର ବା ମର ସ୍ଥିତିରେ ଥାଇ ଟିମ୍‌ ଓଡ଼ିଶା ଘରୋଇ ବାରବାଟୀ ଷ୍ଟାଡିୟମରେ ବେଶ୍‌ ସଫଳ ପ୍ରଦର୍ଶନ ମାଧ୍ୟମରେ ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହେଲା। ଘରୋଇ ପରିବେଶ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ କ୍ୱାର୍ଟର ଫାଇନାଲ ମ୍ୟାଚରେ ପଡୋଶୀ ବେଙ୍ଗଲକୁ ଭେଟିଛି। ବେଙ୍ଗଲ ସହିତ ଅନେକ ମ୍ୟାଚ ଖେଳିଥିବା ଟିମ୍‌ ଓଡ଼ିଶା ତାର ଗେମ୍‌ ପ୍ଲାନ ସହିତ ବେଶ୍‌ ଅଭ୍ୟସ୍ତ। ଯଦିଓ ଓଡ଼ିଶାର ସଫଳ ଦ୍ରୁତତମ ପେସ୍‌ ବୋଲର ରାଜେଶ ମହାନ୍ତି ମହାରାଷ୍ଟ୍ର ସହିତ ମ୍ୟାଚ ଖେଳିବା ସମୟରେ ଆଘାତ ସମସ୍ୟା ଯୋଗୁ ବାଦ୍‌ ପଡିଛନ୍ତି ତଥାପି ପଡୋଶୀ ବେଙ୍ଗଲକୁ ରୋକିବାର ଦକ୍ଷତା ରଖିଛି ଟିମ୍‌ ଓଡ଼ିଶା।
ଗ୍ରୁପ୍‌-ସି’ ରେ ଶକ୍ତିଶାଳୀ ମହାରାଷ୍ଟ୍ର, ହରିୟାଣା, ଜମ୍ମୁ ଓ କଶ୍ମୀର, ତ୍ରିପୁରା, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଆସାମ, ସର୍ଭିସେସ୍‌ ଓ ଛତିଶଗଡ ସହିତ ସ୍ଥାନ ପାଇଥିଲା ଟିମ୍‌ ଓଡ଼ିଶା। ଅପେକ୍ଷାକୃତ କମ୍‌ ଶକ୍ତିଶାଳୀ ଛତିଶଗଡ, ଉତ୍ତରାଖଣ୍ଡ ରହିଥିଲେ ମଧ୍ୟ ଅନ୍ୟ ସମସ୍ତ ଟିମ୍‌ଗୁଡିକ ବେଶ୍‌ ଶକ୍ତିଶାଳୀ ରହିଥିଲେ। ଛତିଶଗଡ଼, ସର୍ଭିସେସ୍‌ ଏବଂ ଆସାମ ସହିତ ଇନିଂସ ବିଜୟ ଆମ ପାଇଁ ସଫଳ ପ୍ରଦର୍ଶନ ମାଧ୍ୟମରେ ସମ୍ଭବ ହୋଇଥିବା ବେଳେ ଜମ୍ମୁ ଓ କଶ୍ମୀର ଏବଂ ମହାରାଷ୍ଟ୍ରଠାରୁ ପରାଜୟ ଦଳକୁ ବ୍ୟାକ୍‌ଫୁଟକୁ ନେଇ ଯାଇଥିଲା। ତେବେ ହରିୟାଣା ବିପକ୍ଷରେ ୧ ଉଇକେଟରେ ମ୍ୟାଚ ବିଜୟୀ ହେବା ବେଶ୍‌ ଉସତ୍ାହଜନକ ରହିଥିଲା।
ସୋପାନକୁ ସଫଳତାର ସହିତ ଅତିକ୍ରମ କରି ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରିବା ନିଶ୍ଚିତ ରୂପେ ଦଳଗତ ସଫଳତା । ଏହି ସିଜନରେ ନବାଗତ ଯୁବ ପ୍ରତିଭାଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଥିବାର ଦେଖାଯାଇଛି। ଯଦିଓ କୌଣସି ଖେଳାଳି ସମସ୍ତ ମ୍ୟାଚରେ ଭଲ ସଫଳତା ପାଇବା ସହିତ ବିସିସିଆଇ ସିଲେକ୍ଟରମାନଙ୍କୁ ପ୍ରଭାବିତ କଲାପରି ପ୍ରଦର୍ଶନ କରିପାରି ନାହାନ୍ତି, ତଥାପି ଠିକଣା ସମୟରେ ସେମାନଙ୍କର ପ୍ରଦର୍ଶନ ସମସ୍ତଙ୍କୁ ଆକୃଷ୍ଟ ଏବଂ ପ୍ରଭାବିତ କରିଛି। ଏହା ନିଶ୍ଚିତ ଯେ ଲିଗ ପର୍ଯ୍ୟାୟରେ ନବାଗତ ମାନଙ୍କ ପ୍ରଦର୍ଶନ ଅଭିଜ୍ଞ ଖେଳାଳିମାନଙ୍କୁ ପଛରେ ପକାଇଦେଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଦେବାଶିଷ ସାମନ୍ତରାୟ। ସେ ସମସ୍ତଙ୍କୁ ପଛରେ ପକାଇବାରେ ସକ୍ଷମ ହୋଇଛନ୍ତି। ୨ଟି ଶତକ ସହିତ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି ଏହି ମିଡଲଅର୍ଡର ବ୍ୟାଟ୍ସମ୍ୟାନ। ନିଜର ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଦେବବ୍ରତ ପ୍ରଧାନ ଚର୍ଚ୍ଚାରେ ଅଛନ୍ତି। ସେ ୨୨ଟି ଉଇକେଟ ସହିତ ୨ଟି ଅର୍ଦ୍ଧଶତକ ସହ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଅନ୍ୟତମ ଉଇକେଟ କିପର ବ୍ୟାଟସମ୍ୟାନ ରାଜେଶ ଧୁପର ମଧ୍ୟ ତାଙ୍କର ପ୍ରଭାବୀ ପ୍ରଦର୍ଶନ ମାଧ୍ୟମରେ ଦଳପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ନୂଆ ରୂପେ ଶାନ୍ତନୁ ମିଶ୍ରଙ୍କୁ କୋଚ୍‌ ଏବଂ ଚୟନକର୍ତ୍ତାମାନେ ଇନିଂସ ଓପନ କରିବା ପାଇଁ ସୁଯୋଗ ଦେବା ସହିତ ପରୀକ୍ଷା କରିଥିବା ବେଳେ ଦେବାଶିଷ ସାମନ୍ତରାୟଙ୍କ ପରେ ସେ ଦ୍ୱିତୀୟ ସର୍ବାଧିକ ସ୍କୋରର ରହିବା ଖୁସିର କଥା। କ୍ଲବ କ୍ରିକେଟ ଖେଳୁଥିବା ଏହି ସମସ୍ତ ଖେଳାଳିମାନେ ପାରାମାଉଣ୍ଟ ସ୍ପୋର୍ଟିଂ, ରାଇଜିଂ ଷ୍ଟୁଡେଣ୍ଟ ଏବଂ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ଏବଂ କଟର ସବୁଠାରୁ ସଫଳ ଖେଳାଳି ରୂପେ ରଣଜୀ ଟ୍ରଫିରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଅଭିଜ୍ଞ ବିପ୍ଳବ ସାମନ୍ତରାୟ ଶେଷ ମ୍ୟାଚରେ ଝାଡଖଣ୍ଡ ସହିତ ଅର୍ଦ୍ଧଶତକ କରିବା ସହିତ ଫର୍ମକୁ ଫେରିଥିଲେ। କ୍ୱାର୍ଟର ଫାଇନାଲ ସେ ଭଲ ଖେଳିବେ ବୋଲି ଆଶା କରାଯାଉଛି। ଗୋବିନ୍ଦ ପୋଦ୍ଦାର ତାଙ୍କ ଦକ୍ଷତା ଅନୁଯାୟୀ ବ୍ୟାଟିଂ କରିବାକୁ ସକ୍ଷମ ହୋଇ ନ ଥିଲେ ମଧ୍ୟ ଉପଯୋଗୀ ଇନିଂସ ଖେଳିଛନ୍ତି।
ହରିୟାଣା, ମହାରାଷ୍ଟ୍ର, ବିଦର୍ଭ ପରି ଶକ୍ତିଶାଳୀ ଦଳ ଦ୍ୱିତୀୟ ରାଉଣ୍ଡକୁ କ୍ୱାଲିଫାଇ କରି ପାରି ନଥିବା ବେଳେ ଓଡ଼ିଶା ଏହା କରି ଦେଖାଇଛି। ଓଡ଼ିଶା ୨ବର୍ଷ ପରେ ପୁନର୍ବାର କ୍ୱାଲିଫାଏ କରିବା ଆମ ପାଇଁ ଗର୍ବର ବିଷୟ। ପଡୋଶୀ ବେଙ୍ଗଲ ସହିତ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବାକୁ ଥିବା ବେଳେ ବେଙ୍ଗଲ ଅଧିନାୟକ ମନୋଜ ତିୱାରୀ ଭଲ ଫର୍ମରେ ରହି ୮ଟି ମ୍ୟାଚରୁ ୬୪୧ରନ୍‌ କରିଛନ୍ତି। କେରଳକୁ ପରାସ୍ତ କରିବା ସହିତ ରାଜସ୍ଥାନ ଏବଂ ପଞ୍ଜାବ ହାଇଦ୍ରାବାଦ୍‌ ପରି ଶକ୍ତିଶାଳୀ ଦଳକୁ ଚକମା ଦେଇଛି ବେଙ୍ଗଲ ଦଳ। କେବଳ ବିଦର୍ଭ ଠାରୁ ହାରିଥିବା ଦଳ ବେଙ୍ଗଲ ଓଡ଼ିଶା ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବାକୁ ବେଶ୍‌ ସକ୍ଷମ। ସର୍ଭିସେସ୍‌ ଦଳକୁ ପଏଣ୍ଟ ଟେବୁଲରେ ଅଳ୍ପ ବ୍ୟବଧାନରେ ପଛରେ ପକାଇ କ୍ୱାର୍ଟର ଫାଇନାଲରେ ଘରୋଇ ଡ୍ରିମସ ଗ୍ରାଉଣ୍ଡରେ ଖେଳିବାକୁ ଥିବା ଏହି ମ୍ୟାଚ ବେଶ୍‌ ଉକତ୍ଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ୫ଟି ବିଜୟ ୨ଟି ପରାଜୟ ଏବଂ ୨ଟି ଡ୍ର ମ୍ୟାଚ ସହିତ ଟିମ୍‌ ଓଡ଼ିଶାର ମନୋବଳ ବେଶ୍‌ ଉପରେ ରହିଛି। ସିମର ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି ଏବଂ ରାଜେଶ ମହାନ୍ତି ପ୍ରତ୍ୟେକ ୩୦ରୁ ଉର୍ଦ୍ଧ୍ୱ ଉଇକେଟ ନେଇଥିବା ବେଳେ ରାଜେଶ ମହାନ୍ତିଙ୍କ ଆଘାତ ଜନିତ ସମସ୍ୟା ଦଳକୁ ବ୍ୟାକ୍‌ ଫୁଟରେ ରଖିଛି। ଗୋବିନ୍ଦ ପୋଦ୍ଦାର, ଅଭିଜ୍ଞ ବିପ୍ଳବ ସାମନ୍ତରାୟ ଏବଂ ଦେବବ୍ରତ ପ୍ରଧାନଙ୍କ ଉପଯୋଗୀ ମିଡିୟମ ପେସ୍‌ ବୋଲିଂ ଡ୍ରିମସର ଖୋଲା ପଡିଆରେ ବେଶ୍‌ କାମରେ ଆସିବ। ସିନିୟର ଦଳର ଭଲ ପ୍ରଦର୍ଶନ ଉପରେ ସର୍ବଦା ରାଜ୍ୟ ଜୁନିୟର କ୍ରିକେଟ ପାଇଁ ଶୁଭଦାୟକ ସାବ୍ୟସ୍ତ ହୋଇଥାଏ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri