ଓଡ଼ିଶାର ଗଣପର୍ବ

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜଲୋ
ଘେନି ନୂଆ ସଜବାଜ….।“ଭାରତ ପଲ୍ଲୀପ୍ରଧାନ ରାଷ୍ଟ୍ର। ପଲ୍ଲୀ ହେଉଛି ତା’ର ଜୀବନ। ଏକଦା ପଲ୍ଲୀସଂସ୍କୃତି ଥିଲା ଆମ ମହାନ୍‌ ଭାରତୀୟ ସଂସ୍କୃତି ଓ ପରମ୍ପରାର ପୃଷ୍ଠଭୂମି। ପଲ୍ଲୀ ଜୀବନ ସରଳ ତଥା ସୁଲଳିତ । ପଲ୍ଲୀ ଜୀବନରେ କୃଷି ହେଉଛି ଜୀବନ ଓ ଜୀବିକା। ଏହି କୃଷି ସଭ୍ୟତା ଆରମ୍ଭ ହୋଇଛି ବହୁ ପୁରାକାଳରୁ ଓ ଏହି ପଲ୍ଲୀର ପୃଷ୍ଠଭୂମିରୁ। ପଲ୍ଲୀକୁ ଛାଡିଦେଇ ଭାରତୀୟ ସଂସ୍କୃତିର କଳ୍ପନା କଦାପି କରାଯାଇପାରିବ ନାହିଁ। ସବୁଠାରୁ ପ୍ରାଚୀନ ଗ୍ରନ୍ଥ ଋକ୍‌ ବେଦରେ ମନୁଙ୍କର ରାଜା ବେନ୍‌ଙ୍କ ପୁତ୍ର ପୃଥ୍ବି ମଧ୍ୟ କୃଷକ ପରିବାରର ଥିଲେ, ଯାହାଙ୍କ ନାମାନୁସାରେ ଧରିତ୍ରୀର ଅନ୍ୟ ନାମ ପୃଥିବୀ ରଖାଯାଇଛି। ଋକ୍‌ ବେଦରେ ବର୍ଣ୍ଣିତ ହୋଇଛି-
”ବଶ୍ୱି ପୁଷ୍ଟେ ଗ୍ରାମେ/ ଅସ୍ମିନ୍‌ ଅନାତୁରମ।“
କୁହାଯାଇଛି ଗ୍ରାମ ଶାନ୍ତି ଓ ସ୍ବାବଲମ୍ବୀ ନର ପ୍ରତୀକ ବିକଶିତ ହେଉ। ଲୋକଙ୍କୁ କୃଷି କର୍ମରେ ଲିପ୍ତହେବା ପାଇଁ ପରୋକ୍ଷରେ ଉପଦେଶ ଦିଆଯାଇଛି।
‘ଅକ୍ଷୌ ମାଂ ଦିବ୍ୟା କୃଷିମିକ୍ତୃ ଷସ୍ବମାଟି’ ମଣିଷ ସହ ସହବନ୍ଧିତ। ମାଟିକୁ ଛାଡି ସେ ତିଳେହେଲେ ରହିପାରିବ ନାହିଁ। ଅଥର୍ବ ବେଦରେ ମାଟିକୁ ସର୍ବଶ୍ରେଷ୍ଠ ସ୍ଥାନ ପ୍ରଦାନ କରାଯାଇଛି। ‘ମାତା ଭୂମିଃ ପୁତ୍ରୋଅୟଂ ପୃଥିବ୍ୟା’। ଅର୍ଥାତ୍‌ ପୃଥିବୀ ମାତା ଓ ମୁଁ ତା’ର ପୁତ୍ର। ତେଣୁ ମାଟି ମା’ର ପୂଜା କରେ, ମାଟିର ଧୂଳିକୁ ନେଇ ସେ ମଥାରେ ମାରେ। ଆଶୀର୍ବାଦ ଭିକ୍ଷା କରେ ତା’ଠାରୁ।
ଆମର ଆଲୋଚିତ ରଜପର୍ବ ପଲ୍ଲୀକୈନ୍ଦ୍ରିକ ଓଡ଼ିଆଙ୍କର ଏକ ଲୋକପ୍ରିୟ କୃଷିଭିତ୍ତିକ ପର୍ବ, ଯହିଁରେ ମାଟି ମା’ର ବନ୍ଦନା ତଥା ଆରାଧନା କରାଯାଇଥାଏ।
ମାଟି ମା’-ନାରୀ ଜାତି ବି ଆମର ମା’। ଏଣୁ ଏହି ପର୍ବଟି କନ୍ୟାରତ୍ନମାନେ ବହୁ ଆଡମ୍ବର ସହକାରେ ଓଡ଼ିଶାରେ ପାଳନ କରିଥାନ୍ତି। ବିଶେଷତଃ ଉପକୂଳବାସୀ ଏହାକୁ ଗଣପର୍ବ ଭାବରେ ପାଳନ କରିଥାନ୍ତି। ଶାସ୍ତ୍ରମତେ ମା’ ଧରିତ୍ରୀ ଏହି ତିନି ଦିନ ଧରି ଋତୁମତୀ ବା ରଜସ୍ବଳା ହୋଇଥାନ୍ତି। ମା’ଙ୍କୁ କର୍ଷଣ କରିବା ଶାସ୍ତ୍ରସମ୍ମତ ନୁହେଁ। ତାଙ୍କୁ ସେଇ ତିନିଦିନ ପୂର୍ଣ୍ଣ ବିଶ୍ରାମ ଦିଆଯାଏ-ପୂଜା ମଧ୍ୟ କରାଯାଏ। ଏହି ସମୟରେ ହଳ ବା ଚାଷବାସ କାର୍ଯ୍ୟ ନିଷିଦ୍ଧ ଥାଏ। ରଜପର୍ବ ସୂର୍ଯ୍ୟ ସିଦ୍ଧାନ୍ତ ଅନୁଯାୟୀ ପାଳନ ହୋଇଥିବାରୁ ଶ୍ରୀମନ୍ଦିରରେ ଦ୍ୱି-ଅୟନ ପର୍ବ ପାଳନ ହୁଏ। ଯଥା ମକର ସଂକ୍ରାନ୍ତିକୁ ଉତ୍ତରାୟଣ ଏବଂ କର୍କଟ ସଂକ୍ରାନ୍ତିକୁ ଦକ୍ଷିଣାୟନ ପର୍ବ କୁହାଯାଏ।
ବୃଷର ଶେଷ ଦିନକୁ ପହିଲି ରଜ କୁହାଯାଏ। ଏହି ରଜରେ ହଳ ପ୍ରବାହ, ଭୂମି ଖନନ, ସମସ୍ତ କୃଷି କର୍ମ ଏବଂ ଶୁଭ ହୋମାଦି ତିନିଦିନ ପାଇଁ ନିଷିଦ୍ଧ ଥାଏ। ବିଭିନ୍ନ ଦେବୀ ପୀଠରେ ଏହି ପର୍ବ ବିଧିମତେ ପାଳିତ ହୋଇଥାଏ।
ରଜର ପ୍ରଥମ ଦିନଟି ସଜବାଜ-ବେଶ୍‌ ଆକର୍ଷଣୀୟ। ଝିଅମାନେ କଣ୍ଢେଇଗୁଡ଼ିକୁୁ ଏକାଠି କରି ସଜାଇ ରଖିଥାନ୍ତି। ନିଜେ ମଧ୍ୟ ସଜବାଜ ହୁଅନ୍ତି। ଘରର ସ୍ତ୍ରୀଲୋକମାନେ ରଜରେ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ଆଗରୁ ରନ୍ଧନ ସାମଗ୍ରୀ ପ୍ରସ୍ତୁତ କରି ରଖିଥାନ୍ତି। କଟା, ବଟା, ଛେଚା ଏପରିକି ଗଛରୁ କିଛି ତୋଳା ହୁଏନାହିଁ। ରଜର ପୋଡ଼ପିଠା ଏକ ପ୍ରସିଦ୍ଧ ସୁସ୍ବାଦୁ ବ୍ୟଞ୍ଜନ, ଏହାର ପ୍ରସ୍ତୁତି ପ୍ରଣାଳୀ ବଡ଼ ବିଚିତ୍ର। ଘରେଘରେ ରଜଭାର, ରଜପଣା, ରଜ ଘାଣ୍ଟ ପୁଣି ରଜ ମଣ୍ଡା, ଲାଉପୋଡ଼, ଆରିସା, କାକରା ପ୍ରସ୍ତୁତ କରାଯାଇ ବିତରଣ କରାଯାଇଥାଏ। ଝିଅମାନେ ଆମ୍ବ କି ବରଗଛ ଡାଳରେ ରଜଦୋଳି ଲଗାଇ ଗୀତ ଗାଇ ଦୋଳି ଖେଳନ୍ତି ଓ ମଜା ନିଅନ୍ତି। ସେମାନେ ଗାଆନ୍ତି-
”ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ଦିଶୁଥାଇ ଝଟ ଝଟ…. ଇତ୍ୟାଦି।“
ରଜରେ ବନ୍ଧୁ ମିଳନ ହୁଏ-ବିଦେଶରୁ ଅର୍ଥାତ୍‌ ସହରରୁ ରଜ ପାଳିବା ପାଇଁ କିଛି କିଛି ପରିବାର ଚାକିରି କ୍ଷେତ୍ରରୁ ଛୁଟିକାଟିବା ପାଇଁ ଗ୍ରାମାଭିମୁଖୀ ହୁଅନ୍ତି। ଗାଁରେ ତାସ ଓ ପଶା ଖେଳ ହୁଏ। ଡୁଡୁ, ବୋହୂଚୋରି, ବାଗୁଡି ଇତ୍ୟାଦି ଖେଳ ଚାଲେ। ଜାଗାଏ ଜାଗାଏ ମେଳା ବସେ ଓ ମନୋରଞ୍ଜନ ପାଇଁ ଯାତ୍ରା ଅବା ଅପେରା ତଥା ଗୋଟିପୁଅ ନାଚର ଆୟୋଜନ ହୋଇଥାଏ। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକମନ, ଏକ ଚିତ୍ତ, ଏକ ପ୍ରାଣରେ ଏହାକୁ ବେଶ୍‌ ଆଡମ୍ବର ସହକାରେ ମନେଇଥାନ୍ତି ଓ ଉପଭୋଗ କରିଥାନ୍ତି।
ଶେଷଦିନ ଭୂମିନଅଁଣ କୁହାଯାଏ ବା ବସୁମତୀ ଗାଧୁଆ ହୋଇଥାଏ। ଏହି ଦିନ ମାଟି ମା’କୁ ଗାଧୋଇଦେଇ ବିଭିନ୍ନ ଫଳଭୋଗ ଦିଆଯାଇଥାଏ। ଏହି ରଜର ବିଶେଷତା ହେଉଛି ରଜଦୋଳି ଗୀତ। ଏହି ଗୀତ ଆମ ଲୋକ ଗୀତକୁ ପରିପୁଷ୍ଟ କରିଛି। ଏହି ଗୀତର ମାଧୁର୍ଯ୍ୟ ଓ ଶବ୍ଦଲିପି ଭିନ୍ନ ଧରଣର। ଗୀତର ପ୍ରତିଟି ସ୍ତବକରେ ପଲ୍ଲୀକଥା, ନିଜ କଥା ତଥା ମାଟି ଓ ମଣିଷର କଥା କୁହାଯାଇଛି। ଯେପରି-
”ପାଚିଲା ଆମ୍ବ ପଣସ
ଆସ ନାନୀମାନେ ଦୋଳିରେ ବସ
ଦୋଳିରେ ବସ, ନ କରି ମନ ବିରସ।“
ଏହି ପର୍ବ ଆମ ଓଡ଼ିଶୀ ପ୍ରାଚୀନ ପରମ୍ପରାକୁ ବହନ କରେ। ଏବେ ଆମେ ମିଶ୍ର ସଂସ୍କୃତିକୁ ଆପଣେଇ ନେଇଥିବା ବେଳେ ଆମର ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ପାସୋରି ବସିଲୁଣି। ରଜପର୍ବ ବାସ୍ତବିକ ବର୍ଷାବରଣ କରେ, ବର୍ଷାର ଆଗମନୀ ହୁଏ-ପୁନରାୟ ଧରଣୀରାଣୀ ଶସ୍ୟଶାମଳା ହୁଏ। ଜନଜୀବନକୁ ଏହା ନିଗୁଢ଼ ପ୍ରେମ ଓ ସ୍ନେହ, ଶ୍ରଦ୍ଧାରେ ବାନ୍ଧିଦେଇଥାଏ।
ଡ.କିଶୋର ମହାନ୍ତି
ସିଡିଏ, କଟକ, ମୋ-୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଜିରୋ ନାଇଟ୍‌ ସେଲିବ୍ରେଶନ୍‌: ରାତି ୧୨ଟା ପରେ ମ୍ୟୁଜିକ ମନା

ଭୁବନେଶ୍ୱର,୩୦।୧୨: ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri