ଓଡ଼ିଶାର ଇ-ଗେଜେଟ୍‌ ପୋର୍ଟାଲ ଉଦ୍‌ଘାଟିତ: ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨ା୧(ବ୍ୟୁରୋ): ରାଜ୍ୟରେ ୫ମ ଥର ପାଇଁ ବିଜେଡି ନେତୃତ୍ୱାଧୀନ ସରକାର ଶାସନ କ୍ଷମତାକୁ ଫେରିବାପରେ ବିଭିନ୍ନ ପ୍ରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ନୀତି ବିରୋଧରେ ସରକାର ଏକ ପ୍ରକାର ମିଶନ ଆରମ୍ଭ କରିଦେଇଛନ୍ତି। ସେହିକ୍ରମରେ ବର୍ତ୍ତମାନ ସରକାରୀ ଗେଜେଟ୍‌ ବ୍ୟବସ୍ଥାରେ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଗେଜେଟ୍‌ ପ୍ରସ୍ତୁତି ପରେ ତାର ବିଷୟବସ୍ତୁକୁ ଯେପରି ପରିବର୍ତ୍ତନ ଏବଂ ବିକୃତ କରା ନ ଯିବ ସେଥିଲାଗି ସେଥିରେ ଅନଲାଇନ ବ୍ୟବସ୍ଥା କରାଯାଇଛି।
ରାଜ୍ୟ ସରକାରଙ୍କ ୫-ଟି ସୂତ୍ରର ରୂପାୟନ ଦିଗରେ ବୁଧବାର ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂଆବର୍ଷ ଅବସରରେ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋର୍ଟାଲ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଇ-ଗେଜେଟ୍‌ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ସକାଶେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ତ୍ରିପାଠୀ କହିଛନ୍ତି ଯେ, ଇ-ଗେଜେଟ୍‌ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲ ଖୁଣ୍ଟ। ଏହାଦ୍ୱାରା ଗେଜେଟ୍‌ ବିଜ୍ଞପ୍ତି ତ୍ୱରିତ ଏବଂ ତ୍ରୁଟିମୁକ୍ତ ହେବ। ଏହାଦ୍ୱାରା ଟ୍ରକ ଟ୍ରକ କାଗଜର ପରିବହନ ଆବଶ୍ୟକ ପଡିବନାହିଁ। ଅନ୍ୟପଟେ ମୁଦ୍ରଣ ଖର୍ଚ୍ଚ ମଧ୍ୟ ହ୍ରାସ ହେବ। ଇ-ଗେଜେଟ୍‌ ସମ୍ପର୍କରେ ସୂଚନା ଦେବାକୁ ଯାଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ କହିଛନ୍ତି ଯେ, ଏଥିରେ ବିଭାଗ ଓ ବିଷୟଓ୍ବାରୀ ଗେଜେଟ୍‌ ଖୋଜିବାର ବ୍ୟବସ୍ଥା ରହିବ। ଗେଜେଟ୍‌ ସକାଶେ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ବା ଲୋକସେବା ଭବନ ଆସିବାକୁ ପଡିବନାହିଁ। ଯେକୌଣସି ବ୍ୟକ୍ତି http://egazetteodisha.nic.inରେ ଲଗ୍‌ଇନ କରି ସେମାନଙ୍କ ଆବଶ୍ୟକ ଅନୁଯାୟୀ ଗେଜେଟ୍‌ ପାଇପାରିବେ। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ ମିଶ୍ର କହିଛନ୍ତି, ଇ-ଗେଜେଟ୍‌ ହେଉଛି ଏକ ସ୍ବୀକୃତିପ୍ରାପ୍ତ ସାର୍ବଜନୀନ ପତ୍ରିକା। ଏହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି। ଏପରି ମୁଦ୍ରଣ ଆଇ.ଟି ଆଇନର ଧାରା ୮ ଅନୁଯାୟୀ ଆଇନତଃ ସିଦ୍ଧ ଅଟେ। ଏ ସମ୍ପର୍କରେ ଦର୍ଶାଇବାକୁ ଏକ ଇ-ଗେଜେଟ୍‌ ଉପସ୍ଥାପନା କରାଯାଇଥିଲା। ସେଥିରୁ ଜଣାପଡିଛି ଯେ, ବିଭିନ୍ନ ବିଭାଗଗୁଡିକ ଇ-ଗେଜେଟ୍‌ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିବାପରେ ପ୍ରକାଶନ ଲାଗି ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲରେ ଅପଲୋଡ୍‌ କରିବେ। ଏହାଦ୍ୱାରା ଗେଜେଟ୍‌ ନମ୍ବର ଏବଂ ତାରିଖ ପୋର୍ଟାଲରେ ପ୍ରଦର୍ଶିତ ହେବ। ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା କରାଯାଇଛି। ଫଳରେ କୌଣସି ବିଷୟ ବସ୍ତୁକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ବା ବିକୃତ କରାଯାଇପାରିବ ନାହିଁ। ଏହି ପୋର୍ଟାଲ ଏନଆଇସି ଦ୍ୱାରା ଡିଜାଇନ କରାଯାଇଛି, ଯାହା ଭାରତରେ ପ୍ରଥମ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri