Odisha Elections 2024

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ସଭା ଆରମ୍ଭରେ ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ କହି ତାଙ୍କର ଅଭିଭାଷଣ ଆରମ୍ଭ କରିଥିବା ବେଳେ ଜୟ ଶ୍ରୀରାମ ମଧ୍ୟ କହିଛନ୍ତି। ସେ କହିଛନ୍ତି, ପ୍ରଭୁ ରାମଲାଲାଙ୍କ ମନ୍ଦିର ମୋଦି ନିର୍ମାଣ କରିନାହାନ୍ତି, ଆପଣମାନଙ୍କ ଭୋଟ୍‌ ନିର୍ମାଣ କରିଛି। ଜଗନ୍ନାଥ ଭୂମିକୁ ଆପଣମାନଙ୍କ ଆଶୀର୍ବାଦ ପାଇଁ ଆସିଛି। ଏହା ପରେ ମୋଦି କହିଛନ୍ତି, ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ହେବ। ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ଅଛି। ଭାଜପା ସରକାର ଏଥର ଗଠନ ହେବ। ଜୁନ୍‌ ୧୦ରେ ଓଡ଼ିଶାରେ ଏଥର ଭାଜପା ମୁଖ୍ୟମନ୍ତ୍ରୀ ହେବେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ଧନୀ, ମାତ୍ର ଓଡ଼ିଶାର ଲୋକମାନେ ଗରିବ।

ପ୍ରଧାନମନ୍ତ୍ରୀଙ୍କ ସହ ସଭାମଞ୍ଚରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ବ୍ରହ୍ମପୁର ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ କାଙ୍ଗାଳ ହେଲେ କୋଟିପତିଙ୍କ ପୁଅ, ହରାଇଲେ ୭୦ କୋଟି ଟଙ୍କାର ସମ୍ପତ୍ତି

ଜୟପୁର,୧୯ା୫: ରାଜସ୍ଥାନର ଏଆର୍‌ଏଲ ଗ୍ରୁପ ଏବଂ ଅକ୍ଷତ ବିଲଡର୍ସଙ୍କ ବିରୋଧରେ ଆୟକର ବିଭାଗ ଦ୍ୱାରା କରାଯାଇଥିବା ଚଢ଼ାଉରେ ପ୍ରିୟଜନଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା ଘଟଣା ମଧ୍ୟ...

ଏଏପି ଛାଡ଼ିବେ ସ୍ବାତୀ ମାଲିଓ୍ବାଲ! ଦଳ ଛାଡିଲେ ହରେଇବେ ରାଜ୍ୟ ସଭା ସିଟ୍‌

ନୂଆଦିଲ୍ଲୀ,୧୯।୫: ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲ ଏବଂ ତାଙ୍କ ପାର୍ଟି ଆମ ଆଦମୀ ମଧ୍ୟରେ ସମ୍ପର୍କ ଧିରେଧିରେ ବିଗିଡିବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଲଗାତର ତିନିଦିନ କରିବେ ପ୍ରଚାର

ଭୁବନେଶ୍ୱର,୧୯।୫: ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥର ରାହୁଲ ଓଡ଼ିଶାରେ ବଡ଼ ଛାପ ଛାଡିବାକୁ ଯୋଜନା କରିଛନ୍ତି।...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)।...

ଦକ୍ଷିଣ-ଆଣ୍ଡାମାନ ଛୁଇଁଲା ମୌସୁମୀବାୟୁ

ଭୁବନେଶ୍ୱର,୧୯।୫: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ରବିବାର କୋମରିନ-ମାଲଦୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଅଞ୍ଚଳକୁ ଅଗ୍ରସର ହୋଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଗତ ୨୪...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା...

ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ, ଆପଣ ତ ଭେଜିଟେରିଆନ ଅଟନ୍ତି ମୋଦିଜୀ…

ନୂଆଦିଲ୍ଲୀ,୧୯।୫: ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ସେ ମୋଦିଙ୍କୁ ନିଶାନା କରିଛନ୍ତି।...

ମୋଦିଙ୍କ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ କଡ଼ା ସମାଲୋଚନା କଲେ ମେନକା ଗାନ୍ଧୀ, କହିଲେ …

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ମେନକା ଗାନ୍ଧୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri