ଓଡ଼ିଶାରୁ ସର୍ବାଧିକ କୋଇଲା ସେସ୍‌ ସଂଗୃହୀତ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଖଣି ଥିବା ରାଜ୍ୟରୁ ସ୍ବତନ୍ତ୍ର ଟିକସ ଆଦାୟ ହୋଇଥାଏ। ଏହି ଟିକସ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଥାଏ। ହେଲେ ଖଣି ଥିବା ରାଜ୍ୟର ସେପରି ଉନ୍ନତି ହେଉଥିବା ମନେ ହେଉ ନାହିଁ। ଓଡ଼ିଶାରୁ ପ୍ରତିବର୍ଷ ବହୁ ପରିମାଣରେ କୋଇଲା ସେସ୍‌ ଆଦାୟ କରାଯାଉଥିଲେ ସୁଦ୍ଧା କୋଇଲା ରୟାଲଟି ସଂଶୋଧନ ନେଇ ରାଜ୍ୟ କରୁଥିବା ଦାବି ପୂରଣ ହେଉନାହିଁ। କେନ୍ଦ୍ର ସରକାରଙ୍କ ନିକଟରେ ଏହା ବିଚାରାଧୀନ ରହିଛି। ଶେଷଥର ପାଇଁ ୨୦୧୪ ସେପ୍ଟେମ୍ବରରେ କୋଇଲା ରୟାଲ୍‌ଟି ସଂଶୋଧନ ହୋଇଥିଲା। ରାଜ୍ୟ ବର୍ତ୍ତମାନ ରୟାଲ୍‌ଟି ବାବଦ ଅର୍ଥ ୧୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଁ ଦାବି କରୁଛି। ଗତ ଡିସେମ୍‌ୂର ୨ ତାରିଖରେ ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ରଙ୍କ ଅଣତାରକା ପ୍ରଶ୍ନ ନଂ.୧୫୫୬ରେ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଉତ୍ତର ରଖି ରୟାଲ୍‌ଟି ସଂଶୋଧନ ସମ୍ପର୍କିତ ପ୍ରସ୍ତାବକୁ ବିଚାର କରିବା ପାଇଁ ୨୦୧୮ରେ ଏକ ଷ୍ଟଡି କମିଟି ଗଠନ କରାଯାଇଛି ବୋଲି କହିଥିଲେ।
୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟରୁ ୧୩୩୪.୫୯ କୋଟି ଟଙ୍କାର କୋଇଲା ସେସ୍‌ ସଂଗୃହୀତ ହୋଇଛି। ସେହିଭଳି ୨୦୧୬-୧୭ରେ ୫୭୨୦.୩୪ କୋଟି, ୨୦୧୫-୧୬ରେ ୨୬୦୧.୦୧ କୋଟି, ୨୦୧୪-୧୫ରେ ୧୧୭୯.୧୪ କୋଟି ଏବଂ ୨୦୧୩-୧୪ରେ ୫୭୮.୧୫ କୋଟି ଟଙ୍କାର ସେସ୍‌ ସଂଗ୍ରହ ହୋଇଛି। ୨୦୧୩-୧୪ରୁ ୨୦୧୬-୧୭ ପର୍ଯ୍ୟନ୍ତ ଓଡ଼ିଶାରୁ କୋଇଲା ସେସ୍‌ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ପରିମାଣରେ ସଂଗୃହୀତ ହୋଇଥିଲା। ହେଲେ ୨୦୧୭-୧୮ରେ ଆମ ରାଜ୍ୟଠାରୁ ପଡ଼ୋଶୀ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ଅଧିକ ସେସ୍‌ ଆଦାୟ ହୋଇଛି। ଏହିବର୍ଷ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ଯଥାକ୍ରମେ ୨୩୨୮.୦୯ ଏବଂ ୧୫୦୬.୭ କୋଟି ଟଙ୍କାର ସେସ୍‌ ଆଦାୟ ହୋଇଥିବା ଜଣାପଡିଛି।
ସେହିପରି ୨୦୧୩ରୁ ୨୦୧୮ ମଧ୍ୟରେ ଓଡ଼ିଶାରୁ ୧୧,୪୧୩.୮୮ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି। ଏହା ସମସ୍ତ ରାଜ୍ୟ ତୁଳନାରେ ସର୍ବାଧିକ ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଛତିଶଗଡ଼ରୁ ୧୧,୧୨୪.୭୨ କୋଟି, ଝାଡ଼ଖଣ୍ଡରୁ ୯୪୬୦.୬୯ କୋଟି, ମଧ୍ୟପ୍ରଦେଶରୁ ୪୯୪୯.୫୫ କୋଟି, ମହାରାଷ୍ଟ୍ରରୁ ୩୦୯୯.୦୮ କୋଟି ଏବଂ ପଶ୍ଚିମବଙ୍ଗରୁ ୨୧୨୨.୫୨ କୋଟି ଟଙ୍କାର ସେସ୍‌ ସଂଗୃହୀତ ହୋଇଛି। ଓଡ଼ିଶା ସମେତ ସାରା ଦେଶରୁ ସଂଗୃହୀତ ହୋଇଥିବା ସେସ୍‌କୁ ଅର୍ଥନୈତିକ ବ୍ୟାପାର (ବଜେଟ ଡିଭିଜନ୍‌) ଦ୍ୱାରା ବିଭିନ୍ନ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ସେସ୍‌ରୁ ସଂଗୃହୀତ ଅର୍ଥରୁ ନୂତନ ଏବଂ ନବୀକରଣଯୋଗ୍ୟ ମନ୍ତ୍ରଣାଳୟକୁ ୩୯୮୯.୮୬ କୋଟି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ୨୪୪.୯୪ କୋଟି ଏବଂ ଜଳସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରଣାଳୟକୁ ୧୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ୨୦୧୬-୧୭ରେ ଉପରୋକ୍ତ ୩ ମନ୍ତ୍ରଣାଳୟକୁ ଯଥାକ୍ରମେ ୩୮୩୬.୦୧ କୋଟି, ୯୫୫.୭୪ କୋଟି ଏବଂ ୧୬୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନୁରୂପ ଭାବେ ୨୦୧୭-୧୮ରେ ଉପରୋକ୍ତ ୩ ମନ୍ତ୍ରଣାଳୟକୁ ୩୬୮୭.୮୪ କୋଟି, ୧୦୮୫.୪୫ କୋଟି ଏବଂ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri