ଓଡ଼ିଆ ସାହିତ୍ୟର ପ୍ରସାରରେ ଇଣ୍ଟରନେଟ୍‌ ବାଧକ

ବ୍ରହ୍ମପୁର ଅଫିସ,୨୬ା୧୨- ଗଞ୍ଜାମ ଜିଲା ଲେଖକ ସାମ୍ମୁଖ୍ୟର ସପ୍ତଦଶତମ ସ୍ବନକ୍ଷତ୍ର ସମାରୋହ ବୁଧବାର ବ୍ରହ୍ମପୁର ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ଡିଜିଟାଲ ଓ ଇଣ୍ଟରନେଟ ବ୍ୟବସ୍ଥାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାରରେ ବାଧକ ସାଜିଥିବା ଦର୍ଶାଇ ସାରସ୍ବତ ସାଧକଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ମୁଖ୍ୟତଃ ଯୁବପିଢ଼ି ଏହି ବ୍ୟବସ୍ଥାରୁ ମୁକୁଳିବା କଷ୍ଟକର ହୋଇପଡ଼ିଛି। ସେମାନେ ପୁସ୍ତକ ପଠନ ପ୍ରତି ବିମୁଖ ଭାବ ପ୍ରକାଶ କରୁଛନ୍ତି। ତେଣୁ ଏହାର ପ୍ରତିକାର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଥିଲେ। ସାମ୍ମୁଖ୍ୟ ସଭାପତି ପ୍ରଫେସର ଡ଼. ରବି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାରସ୍ବତ ସମାରୋହରେ ପ୍ରଫେସର ଡ଼. ରାଜା ରାଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଯୁବଗୋଷ୍ଠୀ ମୋବାଇଲ ଫୋନ ଓ ଇଣ୍ଟରନେଟରୁ ନିବୃତ୍ତ ରହି ଓଡ଼ିଆ ଭାଷା ସାହିତ୍ୟ ପଠନ ପାଇଁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ହାଡ଼ିବନ୍ଧୁ ମାଳୀ ବିବରଣୀ ପାଠ କରିଥିଲେ। ଏହି ଅବସରରେ କବୟିତ୍ରୀ ତଥା ମହାମାୟୀ ମହିଳା କଲେଜ ଗୃହ ବିଜ୍ଞାନ ବିଭାଗ ପ୍ରାଧ୍ୟାପିକା ଜୟନ୍ତୀରାଣୀ ପଣ୍ଡାଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ମୁଖପତ୍ର ଋଷିକୁଲ୍ୟା ଓ ରବି ନାରାୟଣ ମିଶ୍ରଙ୍କ ଗଳ୍ପ ସଂକଳନ ‘ଶୀତ ବାଦର’ କବି ଭିକାରୀ ଚରଣ ମହାପାତ୍ରଙ୍କ କବିତା ସଂକଳନ ‘ପଞ୍ଚପର୍ଣ୍ଣା’, ଜ୍ୟୋତିଷ ବିଶାରଦ ପଣ୍ଡିତ ଶିଶିର କୁମାର ଶତପଥୀଙ୍କ ଜ୍ୟୋତିଷ ଦିଗ୍‌ଦର୍ଶନ ଓ କାଳସର୍ପ ଦୋଷ, ମଙ୍ଗଳ ଦୋଷ ଏବଂ ତା’ର ପ୍ରତିକାର ଶୀର୍ଷକ ଦୁଇଟି ଗ୍ରନ୍ଥ ଲୋକାର୍ପିତ ହୋଇଥିଲା। ସମାରୋହ ପ୍ରଥମ ଅଧିବେଶନ ଶେଷରେ ଲେଖିକା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଡ଼. ସୂଚନା ପାଢ଼ୀ ଧନ୍ୟବାଦ ଦେଇଥିଲେ। ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ସ୍ବର୍ଣ୍ଣପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା ପାଠୋତ୍ସବରେ କବୟିତ୍ରୀ ସ୍ବର୍ଣ୍ଣପ୍ରଭା ପାଢ଼ୀ ଉଦ୍‌ଘାଟନ କରିଥିବା ବେଳେ ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଆରତୀ ଶତପଥୀ, ମନ୍ମଥ ପାଢ଼ୀ, ପ୍ରଫୁଲ୍ଲ ରାଉତ, ଭଗବାନ ତ୍ରିପାଠୀ, କୈଳାସ ରଥ, ଅଶୋକ ସାହୁ, ଦଣ୍ଡପାଣି ମହାପାତ୍ର, ପ୍ରମିଳା ମହଲା, କୁମୁଦିନୀ ଶ୍ରୀପଲ୍ଲବ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଓ ବିଷ୍ଣୁପ୍ରିୟା ଆଚାର୍ଯ୍ୟ ପ୍ରମୁଖ ସ୍ବରଚିତ କବିତା ପାଠ କରିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ

ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri