ଓଠ ରହିବ ଗୋଲାପୀ

ବହୁ କମ୍‌ ମହିଳା ଅଛନ୍ତି ଯେଉଁମାନଙ୍କ ଓଠ ସାଧାରଣତଃ କଳା ହୋଇଥାଏ। କେତେକ କାରଣ ପାଇଁ ଅନେକ ମହିଳାଙ୍କ ଓଠ କଳା ପଡ଼ିଯାଇଥାଏ। ଏଠାରେ ଆପଣଙ୍କୁ କେତୋଟି ଟିପ୍ସ ଦେଉଛୁ ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ଓଠ କଳାରଙ୍ଗରୁ ଧୀରେ ଧୀରେ ଗୋଲାପୀ ହେବାକୁ ଲାଗିବ । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର କୌଣସି ସାଇଡ୍‌ ଇଫେକ୍ଟ ମଧ୍ୟ ହେବନାହିଁ। ଜାଣନ୍ତୁ, ଏ ସମ୍ପର୍କରେ କେତୋଟି ଘରୋଇ ଟିପ୍ସ……

ଲେମ୍ବୁ: ଲେମ୍ବୁ ବ୍ୟବହାର କରିବା ଦ୍ୱାରା ଓଠରେ ଥିବା କଳାଦାଗ ଦୂରହୋଇଥାଏ। ଏଥିରେ ବ୍ଲିଚିଂ ଗୁଣ ରହିଛି ଯାହା ଦ୍ୱାରା ଓଠରେ ଥିବା କଳାଦାଗକୁ ଦୂରକରିବାରେ ସାହାଯ୍ୟ କରିଥାଏ। ଭଲ ହେବ ରାତିରେ ଶୋଇବା ପୂର୍ବରୁ ଦୁଇବୁନ୍ଦା ଲେମ୍ବୁରସ ୨ମାସ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ଓଠର ରଙ୍ଗ ପରିବର୍ତ୍ତନ ହୋଇଥାଏ।
ଗୋଲାପଜଳ : ଗୋଲାପଜଳ ବ୍ୟବହାର କରିବା ଦ୍ୱାରା ଥଣ୍ଡା ଅନୁଭବ ହୁଏ, ଯାହା ମଶ୍ଚରାଇଜର ପରି କାମ କରିଥାଏ। ଗୋଲାପଜଳରେ କେଇବୁନ୍ଦା ମହୁ ମିଶାଇ ଲଗାଇବା ଦ୍ୱାରା ଓଠର କଳାଦାଗ ଦୂର ହୋଇଥାଏ।
ଚିନି: ଓଠରେ ଚିନି ବ୍ୟବହାର କରିବା ଦ୍ୱାରା ଏହା ସ୍କ୍ରବ୍‌ ପରି କାମ କରିଥାଏ। ଫଳରେ ଡେଡ୍‌ ସ୍କିନ୍‌ ଦୂର ହୋଇଥାଏ। ଅଳ୍ପ ଚିନିକୁ ନେଇ ମିକ୍ସଚରରେ ଗ୍ରାଇଣ୍ଡକରି ଦିଅନ୍ତୁ। ଏହି ମିକ୍ସ ହୋଇଥିବା ଚିନିରେ ଅଳ୍ପ ଲହୁଣି ମିଶାଇ ଓଠରେ ଲଗାଇଲେ ଓଠ ମୁଲାୟମ ହେବା ସହ ସଫା ମଧ୍ୟ ହୋଇଥାଏ।
ଡାଳିମ୍ବ : ଡାଳିମ୍ବରସ ଓଠରେ ଲଗାଇବା ଦ୍ୱାରା ଏହା ମଶ୍ଚରାଇଜର ପରି କାମ କରିଥାଏ। ଏହା ଓଠକୁ ସଫ୍ଟ କରିବା ସହ ଗୋଲାପୀ ରଙ୍ଗ କରିବାରେ ମଧ୍ୟ ସାହାଯ୍ୟ କରେ। ଡାଳିମ୍ବର କେତୋଟି ଦାନାକୁ ଗ୍ରାଇଣ୍ଡ କରି ସେଥିରୁ ରସ ବାହାର କରିଦିଅନ୍ତୁ। ଏବେ ସେହି ରସରେ କ୍ଷୀର ଓ ଗୋଲାପଜଳ ମିଶାଇ ହାତରେ ହାଲ୍‌କା ଭାବେ ଲଗାଇବା ଦ୍ୱାରା ଏହାର ଫାଇଦା ଆପଣଙ୍କ ଜଲ୍‌ଦି ମିଳିବ।
ବିଟ୍‌: ବିଟ୍‌ରେ ନାଚୁରାଲ ବ୍ଲିଚ୍‌ ଗୁଣ ରହିଛି। ଏହା ଓଠର କଳାପଣ ଦୂରକରିବାରେ ସାହାଯ୍ୟ କରିଥାଏ। ଏଥିସହ ବିଟ୍‌ ନାଚୁରାଲ୍‌ ରଙ୍ଗ ଓଠକୁ ଗୋଲାପୀ କରିବାରେ ସାହାଯ୍ୟ କରେ। ବିଟ୍‌ର ରସ କିମ୍ବା ପେଷ୍ଟ ରାତିରେ ଶୋଇବା ପୂର୍ବରୁ ଲଗାଇ ଶୋଇପଡ଼ନ୍ତୁ। ରାତି ସାରା ଏମିତି ରଖିବା ପରେ ତାକୁ ସକାଳେ ଓଠକୁ ଭଲଭାବେ ଧୋଇଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶିଙ୍କୁ ଧନୀ ହେବାରୁ କେହି ଅଟାଇପାରିବେନି! ଆକାଉଣ୍ଟକୁ ଆଜି ଆସିବ ଧନ…

ଜ୍ୟୋତିଷ ଶାସ୍ତ୍ରରେ, ମଙ୍ଗଳ ଓ ଯମ ଗ୍ରହର ସଂଯୋଗକୁ ଶୁଭ ଓ ଫଳପ୍ରଦ ବୋଲି ବିବେଚନା କରାଯାଏ। ମଙ୍ଗଳ ଗ୍ରହ କାର୍ଯ୍ୟ ଓ ଶକ୍ତିକୁ ପ୍ରତିନିଧିତ୍ୱ...

କେତୁଙ୍କ ଗୋଚରରେ ଏହି ୩ରାଶିଙ୍କ ବଦଳିଯିବ ଜୀବନ, ଟଙ୍କାରେ ଭର୍ତ୍ତି ହୋଇଯିବ ସିନ୍ଦୁକ!

ବୈଦିକ ଜ୍ୟୋତିଷ ଅନୁସାରେ, କେତୁ ଏକ ଛାୟା ଗ୍ରହ। ଏହାକୁ ଜ୍ଞାନ, ମୋକ୍ଷ ଏବଂ ବିଚ୍ଛିନ୍ନତାର କାରକ ଭାବରେ ବିବେଚନା କରାଯାଏ। ଜାନୁଆରୀରେ କ୍ରୁର ଗ୍ରହ...

Weekly Horoscope: କେମିତି କଟିବ ଆଗାମୀ ସପ୍ତାହ? ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ ହେବ ପରିବର୍ତ୍ତନ

ଏକ ନୂତନ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏହି ସପ୍ତାହ ମେଷ, ବୃଷ ଏବଂ ମିଥୁନ ସମେତ ସମସ୍ତ ବାରୋଟି ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।...

ଶୀତଦିନେ ଅମୃତଭଣ୍ଡା ଖାଇବା ଉଚିତ ନା ନୁହେଁ? ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ….

ଅମୃତଭଣ୍ଡା ଏପରି ଏକ ଫଳ ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାର ଅନେକ ଲାଭ ରହିଛି । ଏହା ପାଚନ ଶକ୍ତିକୁ ଶକ୍ତିଶାଳୀ...

୩୦ବର୍ଷ ପରେ ଶନିଙ୍କ ବିରଳ ଗୋଚର, ୬ରାଶି ହେବେ ମାଲାମାଲ୍‌, ଅଚାନକ ଆସିବ ଟଙ୍କା!

ଶନି ଗ୍ରହଙ୍କ ଚଳନ ରାଶିଙ୍କ ପାଇଁ ବେଶ୍‌ ଗୁରୁତ୍ବ ବହନ କରିଥାଏ । କୁହାଯାଏ ଯେ ଯେଉଁମାନଙ୍କର କୁଣ୍ଡଳୀରେ ଶନିଙ୍କ ସ୍ଥିତି ଦୃଢ଼ ରହିଥାଏ, ସେମାନେ...

ଆଜିଠାରୁ ମାଘ ମେଳା ଆରମ୍ଭ: ପୁଣ୍ୟ ପାଇବା ସହ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଘରେ କରନ୍ତୁ ଏହି ୩ ଉପାୟ…

ମାଘ ମେଳାକୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପ୍ରତିବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜରେ...

ଜାନୁଆରୀ ୩ରୁ ସୃଷ୍ଟି ହେବ ପ୍ରଥମ ଦ୍ୱିଦ୍ୱାଦଶ ଯୋଗ: ଏହି ୩ ରାଶି ପାଇଁ…

ଜ୍ୟୋତିଷ ଶାସ୍ତ୍ରରେ, ବୁଧ ଗ୍ରହକୁ ବୁଦ୍ଧି, ଜ୍ଞାନ, ଯୋଗାଯୋଗ, ବ୍ୟବସାୟ ଏବଂ ଯୁକ୍ତି ପାଇଁ ଦାୟୀ ଗ୍ରହ ଭାବରେ ବିବେଚନା କରାଯାଏ, ସେହିପରି ଯମ ଗ୍ରହକୁ...

ନୋଷ୍ଟ୍ରାଡାମସଙ୍କ ଭୟଙ୍କର ଭବିଷ୍ୟବାଣୀ: ସମ୍ପୂର୍ଣ୍ଣ ଧ୍ୱଂସ ପାଇଯିବ ଏହି ସହର

ନୂଆଦିଲ୍ଲୀ,୨।୧: ୨୦୨୬ ବର୍ଷ ଆରମ୍ଭ ହୋଇସାରିଛି। ପ୍ରସିଦ୍ଧ ଫରାସୀ ଭବିଷ୍ୟବକ୍ତା ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ ସମ୍ପର୍କରେ ପୁଣି ଥରେ ଆଲୋଚନା ତୀବ୍ର ହୋଇଛି। ତାଙ୍କ ଅନୁଗାମୀମାନେ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri