ଓଟୋ ଓଲଟି ୫ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ ଅଫିସ,୨୬।୧୨: ରାଜପଥରୁ ତଳକୁ ଓହ୍ଲାଉଥିବା ବେଳେ ଓଟୋ ଓଲଟି ୫ ଜଣ ଗୁରୁତର ହୋଇଛନ୍ତି। ଅଟୋଟି ବାଲେଶ୍ୱର ଜିଲା ଡୁଙ୍ଗୁରା ଅଞ୍ଚଳରୁ ଭଦ୍ରକ ଆଡ଼କୁ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ୧୬ନମ୍ବର ଜାତୀୟ ରାଜପଥର ଚରମ୍ପା କେନାଲ ଛକ ନିକଟରେ ବାଲେଶ୍ୱର ଆଡୁ ଲୋକଙ୍କୁ ନେଇ ଆସୁଥିବା ଅଟୋ ରାଜପଥରୁ ତଳ ରାସ୍ତାକୁ ଖସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଭଦ୍ରକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଗୁରୁତରଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ଜଣ ପୁରୁଷ ଅଛନ୍ତି।