ଓଟିଇଟି ପରୀକ୍ଷା ପାଇଁ ହିନସ୍ତା ହେଲେ ପରୀକ୍ଷାର୍ଥୀ: ଶଙ୍ଖା, ମଙ୍ଗଳସୂତ୍ର କାଢ଼ି ପରୀକ୍ଷା ଦେଲେ ସଧବା

ଖଣ୍ଡପଡା,୬।୮(ସ୍ବ.ପ୍ର.)-ଚଳିତ ଓଟିଇଟି ପରୀକ୍ଷାରେ ନୟାଗଡ଼ ଜିଲା ପାଣିପଇଲା ନିକଟ ଇଞ୍ଜିନିୟରିଂ କଲେଜ ପରୀକ୍ଷାକେନ୍ଦ୍ରରେ ସୋମବାର ପରୀକ୍ଷାର୍ଥୀମାନଙ୍କୁ ବହୁ ହିନସ୍ତା ହେବାକୁ ପଡିଛି। ପରୀକ୍ଷାକେନ୍ଦ୍ର ଭିତରକୁ ପଶିବା ପୂର୍ବରୁ ସେମାନଙ୍କ ହାତ, ବେକରୁ ଚୁଡି ଗହଣା କାଢିବା ପାଇଁ ବାଧ୍ୟ କରାଯାଇଛି। ସେମାନଙ୍କ ମଧ୍ୟରେ ଥିବା ବହୁ ନବ ବିବାହିତା ତଥା ସଧବାଙ୍କ ହାତରୁ ଶଙ୍ଖା, ବେକରୁ ମଙ୍ଗଳସୂତ୍ର କାଢ଼ିବା ନେଇ ଅଭିଭାବକ ତଥା ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ପ୍ରକାଶ ଯେ, ନୟାଗଡ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି, ବିଦ୍ୟାବିହାରରେ ସୋମବାର ୩ ସିଟିଂରେ ଶତାଧିକ ଗୁରୁ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ସମେତ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ ଶିକ୍ଷକ ଓଟିଇଟି (ଓଡ଼ିଶା ଟିଚର୍ସ ଏଲିଜିବିଲିଟି) ଦେଇଥିଲେ ା ସଂପୃକ୍ତ ପରୀକ୍ଷାର୍ଥୀମାନେ ପୂର୍ବରୁ ଅନ ଲାଇନରେ ମିଳିଥିବା ଆଡିମିଟ କାର୍ଡର ସୂଚନା କ୍ରମେ କୌଣସି ପ୍ରାର୍ଥିନୀ/ ପ୍ରାର୍ଥୀ ପରୀକ୍ଷା କେନ୍ଦ୍ରକୁ କଲମ, ମୋବାଇଲ ନ ନେବା ପାଇଁ ସୂଚନା ରହିଥିବା ବେଳେ କେବଳ ନିଜର ପରିଚୟ ପାଇଁ ଭୋଟର ଆଇଡି କିମ୍ବା ଆଧାର କାର୍ଡ ନେବାକୁ ପଡିବ ବୋଲି ଉଲ୍ଲେଖ ଥିଲା। ଏହି ସୂଚନା କ୍ରମେ ସମସ୍ତ ପରୀକ୍ଷାର୍ଥିନୀ/ ପରୀକ୍ଷାର୍ଥୀ କେବଳ ଆଧାର କାର୍ଡ କିମ୍ବା ଭୋଟର ଆଇଡି ନେଇ ପରୀକ୍ଷା କେନ୍ଦ୍ର ପରିସର ମଧ୍ୟକୁ ଯିବାକୁ ଅନୁଷ୍ଠାନର ମୁଖ୍ୟ ଫାଟକ ପାଖରେ ଅପେକ୍ଷା କରିଥିଲେ ା ଗେଟକିପର ପରୀକ୍ଷା ଦେବାକୁ ଆସିଥିବା ସମସ୍ତ ପିଲାଙ୍କୁ ବିଶେଷକରି ମହିଳାମାନଙ୍କୁ (ବିବାହିତ ଅବା ଅବିବାହିତ) ସମସ୍ତ ଅଳଙ୍କାର ଏପରିକି ବିବାହିତା ମହିଳାମାନଙ୍କୁ ମଙ୍ଗଳସୂତ୍ର, ହାତର ଚୁଡି, ଶଙ୍ଖା, ମୁଦି, ପାଉଁଜି ଓ ନାକଫୁଲ ବାହାର କରି ଯିବାକୁ ପରାମର୍ଶ ଦେଇଥିଲେ ା ସାଥିରେ ଆସିଥିବା ଅଭିଭାବକମାନେ ଏହାର ପ୍ରତିବାଦ କରି ଅନୁଷ୍ଠାନର ମୁଖ୍ୟଙ୍କ ସହ ଆଲୋଚନା କରିବାକୁ କହିଥିଲେ ମଧ୍ୟ ଗେଟ୍‌କିପର ସେମାନଙ୍କ କଥାକୁ କର୍ଣ୍ଣପାତ କରି ନଥିଲା ା ବହୁ ଚେଷ୍ଟା କଲେ ମଧ୍ୟ ଅନୁଷ୍ଠାନର ମୁଖ୍ୟଙ୍କ ସହ ଯୋଗାଯୋଗ ହୋଇ ପାରିଲା ନାହିଁ ା ସେହିପରି କେନ୍ଦ୍ର ବାହାରେ ତନଖି କରୁଥିବା କେତେକ କର୍ମଚାରୀ ମଧ୍ୟ ସବୁ ଅଳଙ୍କାର ଖୋଲି ପରୀକ୍ଷା ଦେବାକୁ କହିଥିଲେ ା ବିବାହିତା ପରୀକ୍ଷାର୍ଥୀମାନେ ବାଧ୍ୟ ହୋଇ ବେକରୁ ମଙ୍ଗଳସୂତ୍ର, ହାତରୁ ଶଙ୍ଖା, ଚୁଡି, ପାଉଁଜି, ମୁଦି ଖୋଲି ମୁଖ୍ୟ ଫାଟକ ମଧ୍ୟକୁ ପ୍ରବେଶ କରିଥିଲେ ା ଜଣେ ହିନ୍ଦୁ ସଧବାଙ୍କ ବେକରୁ ମଙ୍ଗଳସୂତ୍ର ଓ ହାତରୁ ଶଙ୍ଖା, ଚୁଡ଼ି ଖୋଲିବା ଦୃଶ୍ୟ ଖୁବ୍‌ ଅଶୋଭନୀୟ ଥିଲା। ନବ ବିବାହିତା ଅନେକ ଛାତ୍ରୀ ନିଜକୁ ଖୁବ୍‌ ଅସହାୟ ମନେକରି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ମୁଣ୍ଡପାତି ସହି ଯାଇଥିଲେ ା ଏପରି ଅଭାବନୀୟ ଘଟଣା ସମ୍ପର୍କରେ ନୟାଗଡ ଜିଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ କୌଣସି ଜଣେ ହିନ୍ଦୁନାରୀ ହାତରୁ ଶଙ୍ଖା କିମ୍ବା ମଙ୍ଗଳସୂତ୍ର ଖୋଲିବା ଆଦୌ ସମିଚୀନ ନୁହେଁ ବୋଲି କହିଥିଲେ। ଏପରି ଏକ ଅଭାବନୀୟ ଘଟଣା ପାଇଁ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ଷମା ମାଗିବା ସହ ଦୁଃଖ ପ୍ରକାଶ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri