ଓଜନ ହ୍ରାସରେ ସହାୟକ ହୁଏ ତେନ୍ତୁଳି

ତେନ୍ତୁଳି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ବିଭିନ୍ନ ରୋଗ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ତେନ୍ତୁଳିର ଉପକାରୀ ଗୁଣ ବିଷୟରେ..

ଓଜନ କମ୍‌ କରେ
ତେନ୍ତୁଳି ଖାଇଲେ ଓଜନ ହ୍ରାସ ଘଟେ। ତେନ୍ତୁଳିରେ ହାଇଡ୍ରୋସିଟ୍ରିକ୍‌ ନାମକ ଏକ ଏସିଡ୍‌ ଥାଏ, ଯାହା, ଶରୀରରେ ଫ୍ୟାଟ୍‌ ଅଂଶ କମ୍‌ କରେ।

କ୍ୟାନ୍‌ସର ପାଇଁ ଉପକାରୀ
କ୍ୟାନ୍‌ସରରୁ ଦୂରେଇ ରହିବାକୁ ଚାହୁଁଥିଲେ ତେନ୍ତୁଳି ଖାଆନ୍ତୁ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଏବଂ ଟ୍ୟାଟ୍ରିକ୍‌ ଏସିଡ୍‌ ଭରପୂର ମାତ୍ରାରେ ଥାଏ। ଏହା କ୍ୟାନ୍‌ସର କୋଷିକାଗୁଡିକୁ ବଢିବାରୁ ରୋକିଥାଏ।

ଡାଇବେଟିସ୍‌ ନିୟନ୍ତ୍ରଣ କରେ
ଡାଇବେଟିସ୍‌ ରୋଗୀଙ୍କ ପାଇଁ ତେନ୍ତୁଳି ବେଶ୍‌ ଉପକାରୀ। ଏହା ବ୍ଲଡ୍‌ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ
ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଏହା ଅନେକ ଉପକାରୀ ହୋଇଥାଏ। ତେନ୍ତୁଳିରେ ଥିବା ପୋଟାସିୟମ ରକ୍ତରେ ଥିବା ସୋଡିୟମ ମାତ୍ରାକୁ କ୍ମ୍‌ କରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

ଥଣ୍ଡା ଦୂରକରେ
ଥଣ୍ଡା ହୋଇଥିଲେ ଏକ ଗ୍ଲାସ୍‌ ଉଷୁମପାଣିରେ ଗୋଟେ ଚାମଚ ତେନ୍ତୁଳି ରସ ପକାଇ ପିଇଲେ ଥଣ୍ଡାରୁ ଉପଶମ ମିଳିବ।

ହଜମ ହେଉ ନ ଥିଲେ
ତେନ୍ତୁଳି ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରେ ତେନ୍ତୁଳି।