ଓଜନ କମ୍‌ ସାଙ୍ଗକୁ ଚିନ୍ତା ଦୂର କରିଥାଏ ନୃତ୍ୟ

ଓଜନ କମ୍‌ କରିବା ପାଇଁ ନୃତ୍ୟ ସବୁଠାରୁ ଭଲ ଥେରାପି, ଏ କଥା ଅଧିକାଂଶ ଲୋକେ ଜାଣନ୍ତି। ଏଥିସହିତ ରକ୍ତସଞ୍ଚାଳନ ମଧ୍ୟ ଠିକ୍‌ ହୋଇଥାଏ। ଏହା ଏପରି ଏକ ବ୍ୟାୟାମ ଯାହାକି ଜଣେ ବ୍ୟକ୍ତିକୁ ଶାରୀରିକ ଓ ମାନସିକ ଭାବେ ଫିଟ୍‌ ରଖିଥାଏ।

ନୃତ୍ୟ କରିବାର ଉପକାରିତା:
ଚିନ୍ତା ଦୂର କରେ: ନୃତ୍ୟ ଚିନ୍ତା ଦୂର କରିବା ସାଙ୍ଗକୁ ଜଣେ ବ୍ୟକ୍ତିକୁ ଫିଟ୍‌ ରଖିବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ମସ୍ତିଷ୍କ ମଧ୍ୟ ସକ୍ରିୟ ହୋଇଥାଏ।
ହାଡ଼ ଶକ୍ତ ରଖେ: ନୃତ୍ୟ କରିବା ଦ୍ୱାରା ହାଡ଼ରେ କ୍ୟାଲସିୟମ୍‌ ଠିକ୍‌ ଭାବେ ପ୍ରବାହିତ ହୋଇଥାଏ। ଫଳରେ ଗଣ୍ଠି ରୋଗ ହେବାର ସମ୍ଭାବନା କମ୍‌ ଥାଏ।
ଭଲ ନିଦ ହୁଏ: ନୃତ୍ୟ କରିବା ଦ୍ୱାରା କ୍ଳାନ୍ତ ଲାଗେ, ଯଦ୍ଦ୍ବାରା ରାତିରେ ଭଲ ନିଦ ହୋଇଥାଏ।
ସୁନ୍ଦର ତ୍ୱଚା: ନୃତ୍ୟ କରିବା ଦ୍ୱାରା ଶରୀରରୁ ଭୂତାଣୁ ନଷ୍ଟ ହୋଇ ତ୍ୱଚାରେ ଚମକ ଆସିଥାଏ।
ସୁନ୍ଦର ଶରୀର ଗଠନରେ ସହାୟକ: ଶରୀରକୁ ସୁନ୍ଦର ଓ ସୁଢ଼ଳ ଆକୃତି ଦେବାରେ ନୃତ୍ୟ ସବୁଠାରୁ ଭଲ ମାଧ୍ୟମ।
ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ: ନୃତ୍ୟ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ। ଫଳରେ ଶରୀର ସୁସ୍ଥ ରହିଥାଏ।