ଓଜନ କମ୍‌ କରିବାକୁ ଚାହୁଁଥିଲେ ଡାଏଟ୍‌ରେ ସାମିଲ କରନ୍ତୁ ଘିଅ

ଦେଶୀ ଘିଅ ନିୟମିତ ଭାବେ ଖାଇଲେ ଶରୀର ପାଇଁ ଉପକାରୀ ହୋଇଥାଏ। ଆର୍ୟୁବେଦ ଅନୁଯାୟୀ, ଗାଈ ଘିଅ ଖାଇଲେ ମୋଟାପଣ ଦୂର ହେବା ସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ଠିକ ରଖିଥାଏ। ଘିଅର ନିୟମିତ ସେବନ ଦ୍ୱାରା ବ୍ୟକ୍ତି ନିଜ ମୋଟାପଣରୁ ମୁକ୍ତି ପାଇପାରିଥାଏ। ଦେଶୀ ଘିଅରେ ମହଜୁଦ ଥିବା ତତ୍ତ୍ୱ ମେଟାବୋଲିଜିମକୁ ଠିକ ରଖିଥାଏ। ଏହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ। ଗାଈ ଘିଅରେ କୋଲେଷ୍ଟୋରଲ ନ ଥାଏ । ବରଂ ଏହାର ଶରୀରରେ ଜମି ରହିଥିବା ଚର୍ବିକୁ ତରଳାଇ ମେଟାବୋଲିଜମକୁ ବଢାଇବାରେ ସାହାଯ୍ୟ କରିଥାଏ। ଏଥିଯୋଗୁ ବ୍ୟକ୍ତି ମୋଟାପଣରୁ ନିସ୍ତାର ପାଇଥାଏ। ଗାଈ ଘିଅ ଖାଇବା ଦ୍ୱାରା କବଜ ପରି ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ।