ଓଏମ୍‌ସି ଦୈତାରି ଲୌହ, ମାଙ୍ଗାନିଜ ଖଣି ଜନଶୁଣାଣି: ସମର୍ଥନ ପାଇଁ ସର୍ତ୍ତ ରଖିଲେ ଅଞ୍ଚଳବାସୀ

କାଳିଆପାଣି,୫ା୧୦(ଡି.ଏନ୍‌.ଏ.): ଓଡ଼ିଶା ଖଣି ନିଗମ(ଓଏମ୍‌ସି) ପରିଚାଳିତ ଦୈତାରୀିଲୌହ ଓ ମାଙ୍ଗାନିଜ ଖଣିର ବାର୍ଷିକ ୩ ଲକ୍ଷ ଟନ୍‌ରୁ ୬ ଲକ୍ଷ ଟନ୍‌ କ୍ରୋମାଇଟ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଶୁକ୍ରବାର ଜନଶୁଣାଣି ହୋଇଛି। ପରିବେଶ ମଞ୍ଜୁରୀ ନିମନ୍ତେ କରାଯାଇଥିବା ଜନଶୁଣାଣିରେ ବିଭନ୍ନ ସର୍ତ୍ତ ରଖି ପ୍ରଭାବିତ ଅଞ୍ଚଳବାସୀ ସମର୍ଥନ ପ୍ରସ୍ତାବ ଦେଇଛନ୍ତି। । ଖଣି ନିଗମ ମହାପ୍ରବନ୍ଧକ ଅଶୋକ କୁମାର ବେହେରା ପର୍ଯ୍ୟାୟକ୍ରମେ ସମସ୍ତ ଦାବି ପୂରଣ କରିବାକୁ ଖଣି ନିଗମ ପ୍ରୟାସ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଶେଷକରି ଅଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟର ଗୁରୁତ୍ୱ ଦୃଷ୍ଟିରୁ ତୁରନ୍ତ ଏକ ଯୁକ୍ତ ୨ କଲେଜ ନିର୍ମାଣ ଏବଂ ଖାଲି ପଡିଥିବା ଡାକ୍ତର ନିଯୁକ୍ତି କରିବାକୁ ପ୍ରୟାସ କରାଯାଉଥିବା ଅଶୋକ କୁମାର କହିଛନ୍ତି।
ଚିଙ୍ଗୁଡ଼ିପାଳ ପଞ୍ଚାୟତ ପଟଣା ଆମ୍ବତୋଟାଠାରେ ରାଜ୍ୟ ପ୍ରଦୂଷଣ ବୋର୍ଡ଼ ପକ୍ଷରୁ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ପ୍ରଦୂଷଣ ବୋର୍ଡର କଳିଙ୍ଗନଗର ପରିଚାଳକ ପ୍ରମୋଦ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। କଳିଙ୍ଗନଗର ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିଲେ। ଜନଶୁଣାଣି ଆଭିମୁଖ୍ୟ ସମ୍ପର୍କରେ ପ୍ରଦୂଷଣ ବୋର୍ଡ଼ ପରିଚାଳକ ପ୍ରମୋଦ କୁମାର ଉପସ୍ଥାପନ କରି ମତାମତ ରଖିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଖଣି ନିଗମ ଦୈତାରିର ଆଞ୍ଚଳିକ ପରିଚାଳକ ସୁବ୍ରତ ମିଶ୍ର ନିଗମ ପକ୍ଷରୁ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନ କରି ଜନଶୁଣାଣିକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ଖଣି ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ୫୮ ଜଣ ପୁରୁଷ ମହିଳା ସ୍ଥାନୀୟ ଅଞ୍ଚଳରେ ହେଉଥିବା ସମସ୍ୟାକୁ ଉପସ୍ଥାପନ କରିଥିଲେ। ଏଥିସହ ବେକାରିଙ୍କୁ ସ୍ଥାୟୀ ନିଯୁକ୍ତି, ଯୁକ୍ତ ୨ କଲେଜ, ଖଣି ନିଗମ ଡାକ୍ତରଖାନରେ ଅଧିକସଂଖ୍ୟକ ଡାକ୍ତର ସହ ପ୍ରସୂତି ବିଭାଗ ଓ ଶିଶୁ ବିଭାଗ ଡାକ୍ତର ନିଯୁକ୍ତି, ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା, ପାନୀୟ ଜଳ ସମସ୍ୟା ସମାଧାନ, ରାସ୍ତାଘାଟ ମରାମତି, ସ୍ଥାନୀୟ ସ୍କୁଲଗୁଡିକୁର ସମସ୍ୟା ସମାଧାନ ପରି ବିଭିନ୍ନ ପ୍ରକାର ଦାବି ଉପସ୍ଥାପନ କରି ସର୍ତ୍ତ ମୂଳକ ସମର୍ଥନ ପାଇଁ ପ୍ରସ୍ତାବ ଦେଇଥିଲେ। ସୂଚନା ଯୋଗ୍ୟ, ଓଡ଼ିଶା ଖଣି ନିଗମର ଦୈତାରି ସଂରକ୍ଷିତ ଜଙ୍ଗଲରେ ୧୦୧୮.୩୦୮୫ ହେକ୍ଟର ମଧ୍ୟରୁ ୪୬.୩୯୯୫ ହେକ୍ଟର ଜଙ୍ଗଲ ଜମି ଏବଂ ୧୭୧.୯୦୯ ହେକ୍ଟର ଅଣ ଜଙ୍ଗଲ ଜମି ଅନ୍ତର୍ଭୁକ୍ତ ରହିଛି। ଅଣଜଙ୍ଗଲ ଜମିକୁ ପରିବେଶ ମଞ୍ଜୁରୀ ମିଳିଥିଲେ ମଧ୍ୟ ଉତ୍ପାଦନ ବୃଦ୍ଧି ପାଇଁ ମଞ୍ଜୁରୀ ନିତାନ୍ତ ଆବଶ୍ୟକତା ଦୃଷ୍ଟିରୁ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଶୁଣାଣି ଆରାମ୍ଭ ହୋଇଥିଲା। ଏଥିରେ ଖଣି ନିକଟର୍ତ୍ତିୀ ଚିଙ୍ଗୁଡ଼ିପାଳ ସରପଞ୍ଚ ନୀଳେନ୍ଦ୍ର ପ୍ରଧାନ, କାଳିଆପାଣି ସମିତି ସଭ୍ୟ ମୋତିଲାଲ ମହାନ୍ତ, ରାଁଶୋଳ ସରପଞ୍ଚ ବିଶ୍ୱଜିତ ମହାନ୍ତି, ପୂର୍ବତନ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ଉପାଧ୍ୟକ୍ଷ ବିବେକା ବୋଷ, ଯୁବନେତା ପ୍ରଭାତ ପ୍ରଧାନ, ପାଟଣା ଗ୍ରାମର ତ୍ରିଲୋଚନ ମୁଣ୍ଡାରୀ ପ୍ରମୁଖ ନିଜ ମତାମତ ରଖିବା ସହ ସମର୍ଥନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ପ୍ରଦୂଷଣ ବୋର୍ଡର ମନମୋହନ ମୁର୍ମୁ, ଦିବ୍ୟଲୋଚନ ମହାପାତ୍ର, ମଦନ ମୋହନ ସାହୁ, ସତ୍ୟସ୍ବରୂଧିବେଦୀ ଓ ଖଣି ନିଗମ ବିଭୂତି ଭୂଷଣ ନାୟକ, ନଳିନକାନ୍ତ ନାୟକ, ପ୍ରଫୁଲ୍ଲ କୁମାର ସାହୁ, ସାଗରିକା ପାତ୍ର ସହ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧୀର ପ୍ରମୁଖ ଉପସ୍ଥିତ ରହିଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିକୁ ରଖି କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଏକ ପ୍ଲାଟୁନ ଫୋର୍ସ ସହ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri