Categories: ବାଣିଜ୍ୟ

ଓଏଚ୍‌ପିସି ପକ୍ଷରୁ ୨୭.୮୫ ଲକ୍ଷ ଫନୀ ସହାୟତା

ଭୁବନେଶ୍ୱର,୧-୭:ରାଜ୍ୟ ଜଳ ବିଦ୍ୟୁତ ନିଗମ (ଓଏଚ୍‌ପିସି) ପକ୍ଷରୁ ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ୨୭.୮୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସଂକ୍ରାନ୍ତ ଚେକ୍‌ ଦିଆଯାଇଛି। ଏହି ଅବସରରେ ନିଗମର ସିଏମ୍‌ଡି ବିଶାଲ କୁମାର ଦେବ, ବିତ୍ତ ନିର୍ଦ୍ଦେଶକ ପ୍ରଭାକର ମହାନ୍ତି, ମାନବ ସମ୍ବଳ ନିର୍ଦ୍ଦେଶକ ଡ. ପ୍ରବୋଧ କୁମାର ମହାନ୍ତି ଉପସ୍ଥିତ ଥିଲେ।

Share