ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଯୋଡ଼ି ଏହିସବୁ ଫିଲ୍ମରେ ହିଟ୍‌ ହୋଇଥିଲା

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କୁ ବିଗ୍‌ ଟାଉନର ବେଷ୍ଟ ଯୋଡ଼ି କୁହାଯାଏ। ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଯୋଡ଼ି ରିଲ୍‌ରେ ଦର୍ଶକଙ୍କ ଯେତିକି ପସନ୍ଦ ଆସିଥାଏ ରିୟଲରେ ମଧ୍ୟ ତା’ଠୁ ବେଶୀ ପସନ୍ଦ ଆସିଥାଏ। ଅଭି ପରିବାରର ଆଦର୍ଶ। ସେ କେବଳ ଜଣେ ଭଲ ପୁଅ ନୁହନ୍ତି, ଜଣେ ଭଲ ସ୍ବାମୀ ଆଉ ଭଲ ବାପା ମଧ୍ୟ। ଆଜିର ଠିକ୍‌ ଏହି ଦିନରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହକୁ ୧୨ ବର୍ଷ ପୂରିଛି। ଆସନ୍ତୁ ଆଜିର ଦିନରେ ତାଙ୍କ ଫିଲ୍ମ କ୍ୟାରିୟର ସମ୍ପର୍କରେ ଜାଣିବା। କେଉଁ ଫିଲ୍ମରେ ଦୁଇଜଣ ଧମାଲ କରିଥିଲେ।

ଢାଇ ଅକ୍ଷର ପ୍ରେମ କେ : ଐଶ୍ୱର୍ଯ୍ୟା ଏବଂ ଅଭିଷେକ ପ୍ରଥମେ ‘ଢାଇ ଅକ୍ଷର ପ୍ରେମ କେ’ରେ ଅଭିନୟ କରିଥିଲେ। ଏହି ଫିଲ୍ମ ୨୦୦୦ ମସିହାରେ ରିଲିଜ ହୋଇଥିଲା। ଦର୍ଶକ ଦୁଇଜଣଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରିଥିଲେ। ରାଜ କନଓ୍ବରଙ୍କ ନିର୍ଦ୍ଦେଶନାରେ  ନିର୍ମିତ ଏହି ଫିଲ୍ମରେ ଅଭିଷେକ ଜଣେ ଆର୍ମି କ୍ୟାପଟେନ୍‌ କରଣ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଐଶ୍ୱର୍ଯ୍ୟା ସାହିବା ନାମକ ଜଣେ ଝିଅ ଭୂମିକାରେ ଅଭିନୟ କରିଥିଲେ।

କୁଛ୍‌ ନା କହୋ : ଐଶ୍ୱର୍ଯ୍ୟା ଏବଂ ଅଭିଷେକ ରୋହନ୍‌ ସିପିଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘କୁଛ୍‌ ନା କହୋ’ରେ ନଜର ଆସିଥିଲେ। ୨୦୦୩ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ୮ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ୧୩ କୋଟିର ବିଜନେସ୍‌ କରିଥିଲା। ତଥାପି ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା। କିନ୍ତୁ ଦର୍ଶକ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଯୋଡ଼ିକୁ ବହୁ ପସନ୍ଦ କରିଥିଲେ।

ଉମରାଓ ଜାନ୍‌ : ୨୦୦୬ରେ ରିଲିଜ ହୋଇଥିଲା ‘ଉମରାଓ ଜାନ୍‌’। ଏଥିରେ ମଧ୍ୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଯୋଡ଼ି ଦେଖିବାକୁ ମିିଳିଥିଲା। ଏହି ଫିଲ୍ମରେ ବୋଲ୍‌ଡ ସିନ୍‌ରେ ନଜର ଆସିଥିଲେ ଐଶ୍ୱର୍ଯ୍ୟା।

ଗୁରୁ : ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ଗୁରୁ’ରେ ଐଶ୍ୱର୍ଯ୍ୟା-ଅଭିଷେକ ଦମ୍‌ଦାର ଅଭିନୟ କରିଥିଲେ। ଏହି ଫିଲ୍ମଟି ପ୍ରତ୍ୟେକ ସ୍ଥାନରେ ହିଟ୍‌ ହୋଇଥିଲା। ଆଉ ଏକ ଖାସ୍‌ କଥା ହେଉଛି ଫିଲ୍ମର ଶୁଟିଂ ସେଟ୍‌ରେ ଅଭିଷେକ କୁଆଡ଼େ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍‌ କରିଥିଲେ।

 

 

ରାବଣ : ଶେଷଥର ଅର୍ଥାତ୍‌ ୨୦୧୦ରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ‘ରାବଣ’ ଫିଲ୍ମରେ ନଜର ଆସିଥିଲେ।

Share