Posted inଫୁରସତ

ଐତିହାସିକ ସହର ପାଲ୍‌ଘର: କେବେ ଓ କେମିତି ଯିବେ; କ’ଣ ଦେଖିବେ

ମହାରାଷ୍ଟ୍ରସ୍ଥିତ ଏକ ଐତିହାସିକ ସହର ଭାବେ ପାଲ୍‌ଘର୍‌ର ସ୍ବତନ୍ତ୍ର ପରିଚୟ ରହିଛି। ପ୍ରାଚୀନ ମନ୍ଦିର, ଆକର୍ଷଣୀୟ ସମୁଦ୍ରତଟ ସାଙ୍ଗକୁ ଐତିହାସିକ କୀର୍ତ୍ତିରାଜିମାନ ଏହି ସହରର ମହତ୍ତ୍ୱକୁ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି…

ମହାରାଷ୍ଟ୍ରସ୍ଥିତ ଏକ ଐତିହାସିକ ସହର ହେଉଛି ପାଲ୍‌ଘର୍‌। ଏଠାରେ ଅନେକ ପ୍ରାଚୀନ ମନ୍ଦିର ସାଙ୍ଗକୁ ସୌନ୍ଦର୍ଯ୍ୟପୂର୍ଣ୍ଣ ସମୁଦ୍ରତଟ ଦେଖିବାକୁ ମିଳିଥାଏ। ତା’ଛଡ଼ା ଏଠାକାର ଐତିହାସିକ କୀର୍ତ୍ତିରାଜି ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଖାସ୍‌ ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଜମେ।

କେବେ ଓ କେମିତି ଯିବେ
ପର୍ଯ୍ୟଟକ ଚାହିଁଲେ ପାଲ୍‌ଘର୍‌କୁ ବର୍ଷର ଯେ କୌଣସି ସମୟରେ ବୁଲିବାକୁ ଯାଇପାରିବେ। କିନ୍ତୁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ଅକ୍ଟୋବରରୁ ମାର୍ଚ୍ଚ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ତାପମାତ୍ରା ପ୍ରାୟ ୧୫ରୁ ୨୫ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହିଥାଏ, ଯଦ୍ଦ୍ବାରା ବୁଲାବୁଲି କରିବାକୁ ସୁବିଧା ହୋଇଥାଏ। ସେହିପରି ପାଲ୍‌ଘର୍‌କୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ବମ୍ବେସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ଏକ ପ୍ରମୁଖ ବିମାନବନ୍ଦର, ଯାହା ପାଲ୍‌ଘର୍‌ଠାରୁ ପ୍ରାୟ ୭୦ କି.ମି. ଦୂରରେ ଅବସ୍ଥିତ। ଅନ୍ୟପକ୍ଷେ ପାଲ୍‌ଘର୍‌ ରେଲଓ୍ବେ ଷ୍ଟେଶନ ସହରର କେନ୍ଦ୍ରସ୍ଥଳୀରେ ରହିଛି, ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ନିୟମିତ ବ୍ୟବଧାନରେ ଟ୍ରେନ୍‌ ଚଳାଚଳ କରିଥାଏ। ତା’ଛଡ଼ା ଏଠାକୁ ଯିବା ପାଇଁ ଟୁରିଷ୍ଟ ବସ୍‌ର ବି ବ୍ୟବସ୍ଥା ରହିଛି।

କ’ଣ ଦେଖିବେ
ପାଲ୍‌ଘର୍‌ର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ମିଳିଥାଏ, ଯେମିତିକି:
କେଲଓ୍ବା ବିଚ୍‌: ପାଲ୍‌ଘର୍‌ସ୍ଥିତ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି ଟିକେ ନିରୋଳାରେ କିଛି ସମୟ ବିତାଇବା ପାଇଁ ଏଠାକୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି। ମାତ୍ର ୮ କି.ମି.ପର୍ଯ୍ୟନ୍ତ ବ୍ୟାପ୍ତ ଥିବା ଏହି ସମୁଦ୍ରତଟରେ ପର୍ଯ୍ୟଟକ ସି-ଫୁଡ୍‌ ଖାଇବାର ମଜା ନେବା ସହ ବିଭିନ୍ନ ପ୍ରକାର ଓ୍ବାଟର୍‌ ସ୍ପୋଟର୍‌ସ ଖେଳିବାର ଆନନ୍ଦ ବି ଉପଭୋଗ କରିପାରିବେ।

ଶିରଗାଓ୍ବ ଦୁର୍ଗ: ପାଲ୍‌ଘର୍‌ଠାରୁ ମାତ୍ର ୬.୫ କି.ମି. ଦୂରରେ ଥିବା ଏହି ଐତିହାସିକ ଦୁର୍ଗଟିକୁ ଏକଦା ରାଜ୍ୟର ସୁରକ୍ଷା ତଥା ଶତ୍ରୁମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ନିର୍ମାଣ କରାଯାଇଥିଲା। ଇତିହାସ ପୃଷ୍ଠା ଓଲଟାଇଲେ ଏ ନେଇ ଅନେକ ସୂଚନା ନଜରକୁ ଆସିଥାଏ। ତେବେ ବର୍ତ୍ତମାନ ଏହି ଦୁର୍ଗଟିର ଅନେକ ଅଂଶ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ହେଁ, ଏହାର କଳାକୃତି ଏବେ ବି ମନେ ପକାଇ ଦେଉଛି ଇତିହାସର ସେହି ସ୍ମୃତି ସବୁକୁ।

ବାସାଇ ଦୁର୍ଗ: ପାଲ୍‌ଘର୍‌ର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଅନ୍ୟଏକ ଐତିହାସିକ ପର୍ଯ୍ୟଟନସ୍ଥଳୀ ହେଉଛି ବାସାଇ ଦୁର୍ଗ। ଏହି ଦୁର୍ଗଟିର ଏବେ କେବଳ ଭଗାଂବଶେଷ ଦେଖିବାକୁ ମିଳୁଛି। ତଥାପି ବି ଏହା ଇତିହାସର ଏକ ଗୌରବମୟ କିର୍ତ୍ତୀ ଭାବେ ନିଜକୁ ପ୍ରମାଣିତ କରିପାରୁଛି।

ମହାଲକ୍ଷ୍ମୀ ମନ୍ଦିର: ଏହା ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଦେବୀ ମନ୍ଦିର। ନବରାତ୍ରୀ ସମୟରେ ଏଠାରେ ଦେବୀଙ୍କର ସ୍ବତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ। ମନ୍ଦିରକୁ ସୁନ୍ଦର ଭାବେ ସଜାଯିବା ସହ ମା’ଙ୍କର ବି ସ୍ବତନ୍ତ୍ର ବେଶଭୂଷା ହୋଇଥାଏ, ଯାହା ଖୁବ୍‌ ଆକର୍ଷଣୀୟ ଲାଗେ।

ଏସବୁ ବ୍ୟତିତ ପର୍ଯ୍ୟଟକ ଚାହିଁଲେ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଅର୍ନଲା ଦୁର୍ଗ, ଗମ୍ଭୀରଗଡ଼, କାଳଦୁର୍ଗ, କମାନଦୁର୍ଗ, ତନ୍ଦୁଲଓ୍ବାଡ଼ି ଦୁର୍ଗ, ଜୀବଦାନୀ ମାତା ମନ୍ଦିର ଇତ୍ୟାଦି ଦର୍ଶନୀୟ ସ୍ଥାନ ବି ବୁଲି ଦେଖିପାରିବେ।
ଶିକ୍ଷା ଓ କ୍ରୀଡ଼ା ଦିଗରେ ସ୍ବତନ୍ତ୍ର ଧ୍ୟାନ

ପାଲ୍‌ଘର୍‌ରେ ଶିକ୍ଷା ଓ କ୍ରୀଡ଼ାକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ସେଥିପାଇଁ ଏଠାରେ ବହୁ ନାମୀଦାମୀ ସ୍କୁଲ୍‌ ଓ କଲେଜ ନିର୍ମାଣ କରାଯିବା ସହ ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ କିପରି ନାଁ କରିବେ ସେ ନେଇ ସ୍ବତନ୍ତ୍ର ଧ୍ୟାନ ବି ଦିଆଯାଏ। ଖାସ୍‌ କରି କ୍ରିକେଟ୍‌ ଖେଳ ପ୍ରତି ଏଠାରେ ଅଧିକ ଦୃଷ୍ଟି ଦିଆଯାଉଥିବା ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri