Posted inଫୁରସତ

ଐତିହାସିକ ସହର ପାଲ୍‌ଘର: କେବେ ଓ କେମିତି ଯିବେ; କ’ଣ ଦେଖିବେ

ମହାରାଷ୍ଟ୍ରସ୍ଥିତ ଏକ ଐତିହାସିକ ସହର ଭାବେ ପାଲ୍‌ଘର୍‌ର ସ୍ବତନ୍ତ୍ର ପରିଚୟ ରହିଛି। ପ୍ରାଚୀନ ମନ୍ଦିର, ଆକର୍ଷଣୀୟ ସମୁଦ୍ରତଟ ସାଙ୍ଗକୁ ଐତିହାସିକ କୀର୍ତ୍ତିରାଜିମାନ ଏହି ସହରର ମହତ୍ତ୍ୱକୁ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି…

ମହାରାଷ୍ଟ୍ରସ୍ଥିତ ଏକ ଐତିହାସିକ ସହର ହେଉଛି ପାଲ୍‌ଘର୍‌। ଏଠାରେ ଅନେକ ପ୍ରାଚୀନ ମନ୍ଦିର ସାଙ୍ଗକୁ ସୌନ୍ଦର୍ଯ୍ୟପୂର୍ଣ୍ଣ ସମୁଦ୍ରତଟ ଦେଖିବାକୁ ମିଳିଥାଏ। ତା’ଛଡ଼ା ଏଠାକାର ଐତିହାସିକ କୀର୍ତ୍ତିରାଜି ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଖାସ୍‌ ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଜମେ।

କେବେ ଓ କେମିତି ଯିବେ
ପର୍ଯ୍ୟଟକ ଚାହିଁଲେ ପାଲ୍‌ଘର୍‌କୁ ବର୍ଷର ଯେ କୌଣସି ସମୟରେ ବୁଲିବାକୁ ଯାଇପାରିବେ। କିନ୍ତୁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ଅକ୍ଟୋବରରୁ ମାର୍ଚ୍ଚ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ତାପମାତ୍ରା ପ୍ରାୟ ୧୫ରୁ ୨୫ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହିଥାଏ, ଯଦ୍ଦ୍ବାରା ବୁଲାବୁଲି କରିବାକୁ ସୁବିଧା ହୋଇଥାଏ। ସେହିପରି ପାଲ୍‌ଘର୍‌କୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ବମ୍ବେସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ଏକ ପ୍ରମୁଖ ବିମାନବନ୍ଦର, ଯାହା ପାଲ୍‌ଘର୍‌ଠାରୁ ପ୍ରାୟ ୭୦ କି.ମି. ଦୂରରେ ଅବସ୍ଥିତ। ଅନ୍ୟପକ୍ଷେ ପାଲ୍‌ଘର୍‌ ରେଲଓ୍ବେ ଷ୍ଟେଶନ ସହରର କେନ୍ଦ୍ରସ୍ଥଳୀରେ ରହିଛି, ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ନିୟମିତ ବ୍ୟବଧାନରେ ଟ୍ରେନ୍‌ ଚଳାଚଳ କରିଥାଏ। ତା’ଛଡ଼ା ଏଠାକୁ ଯିବା ପାଇଁ ଟୁରିଷ୍ଟ ବସ୍‌ର ବି ବ୍ୟବସ୍ଥା ରହିଛି।

କ’ଣ ଦେଖିବେ
ପାଲ୍‌ଘର୍‌ର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ମିଳିଥାଏ, ଯେମିତିକି:
କେଲଓ୍ବା ବିଚ୍‌: ପାଲ୍‌ଘର୍‌ସ୍ଥିତ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି ଟିକେ ନିରୋଳାରେ କିଛି ସମୟ ବିତାଇବା ପାଇଁ ଏଠାକୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି। ମାତ୍ର ୮ କି.ମି.ପର୍ଯ୍ୟନ୍ତ ବ୍ୟାପ୍ତ ଥିବା ଏହି ସମୁଦ୍ରତଟରେ ପର୍ଯ୍ୟଟକ ସି-ଫୁଡ୍‌ ଖାଇବାର ମଜା ନେବା ସହ ବିଭିନ୍ନ ପ୍ରକାର ଓ୍ବାଟର୍‌ ସ୍ପୋଟର୍‌ସ ଖେଳିବାର ଆନନ୍ଦ ବି ଉପଭୋଗ କରିପାରିବେ।

ଶିରଗାଓ୍ବ ଦୁର୍ଗ: ପାଲ୍‌ଘର୍‌ଠାରୁ ମାତ୍ର ୬.୫ କି.ମି. ଦୂରରେ ଥିବା ଏହି ଐତିହାସିକ ଦୁର୍ଗଟିକୁ ଏକଦା ରାଜ୍ୟର ସୁରକ୍ଷା ତଥା ଶତ୍ରୁମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ନିର୍ମାଣ କରାଯାଇଥିଲା। ଇତିହାସ ପୃଷ୍ଠା ଓଲଟାଇଲେ ଏ ନେଇ ଅନେକ ସୂଚନା ନଜରକୁ ଆସିଥାଏ। ତେବେ ବର୍ତ୍ତମାନ ଏହି ଦୁର୍ଗଟିର ଅନେକ ଅଂଶ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ହେଁ, ଏହାର କଳାକୃତି ଏବେ ବି ମନେ ପକାଇ ଦେଉଛି ଇତିହାସର ସେହି ସ୍ମୃତି ସବୁକୁ।

ବାସାଇ ଦୁର୍ଗ: ପାଲ୍‌ଘର୍‌ର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଅନ୍ୟଏକ ଐତିହାସିକ ପର୍ଯ୍ୟଟନସ୍ଥଳୀ ହେଉଛି ବାସାଇ ଦୁର୍ଗ। ଏହି ଦୁର୍ଗଟିର ଏବେ କେବଳ ଭଗାଂବଶେଷ ଦେଖିବାକୁ ମିଳୁଛି। ତଥାପି ବି ଏହା ଇତିହାସର ଏକ ଗୌରବମୟ କିର୍ତ୍ତୀ ଭାବେ ନିଜକୁ ପ୍ରମାଣିତ କରିପାରୁଛି।

ମହାଲକ୍ଷ୍ମୀ ମନ୍ଦିର: ଏହା ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଦେବୀ ମନ୍ଦିର। ନବରାତ୍ରୀ ସମୟରେ ଏଠାରେ ଦେବୀଙ୍କର ସ୍ବତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ। ମନ୍ଦିରକୁ ସୁନ୍ଦର ଭାବେ ସଜାଯିବା ସହ ମା’ଙ୍କର ବି ସ୍ବତନ୍ତ୍ର ବେଶଭୂଷା ହୋଇଥାଏ, ଯାହା ଖୁବ୍‌ ଆକର୍ଷଣୀୟ ଲାଗେ।

ଏସବୁ ବ୍ୟତିତ ପର୍ଯ୍ୟଟକ ଚାହିଁଲେ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଅର୍ନଲା ଦୁର୍ଗ, ଗମ୍ଭୀରଗଡ଼, କାଳଦୁର୍ଗ, କମାନଦୁର୍ଗ, ତନ୍ଦୁଲଓ୍ବାଡ଼ି ଦୁର୍ଗ, ଜୀବଦାନୀ ମାତା ମନ୍ଦିର ଇତ୍ୟାଦି ଦର୍ଶନୀୟ ସ୍ଥାନ ବି ବୁଲି ଦେଖିପାରିବେ।
ଶିକ୍ଷା ଓ କ୍ରୀଡ଼ା ଦିଗରେ ସ୍ବତନ୍ତ୍ର ଧ୍ୟାନ

ପାଲ୍‌ଘର୍‌ରେ ଶିକ୍ଷା ଓ କ୍ରୀଡ଼ାକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ସେଥିପାଇଁ ଏଠାରେ ବହୁ ନାମୀଦାମୀ ସ୍କୁଲ୍‌ ଓ କଲେଜ ନିର୍ମାଣ କରାଯିବା ସହ ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ କିପରି ନାଁ କରିବେ ସେ ନେଇ ସ୍ବତନ୍ତ୍ର ଧ୍ୟାନ ବି ଦିଆଯାଏ। ଖାସ୍‌ କରି କ୍ରିକେଟ୍‌ ଖେଳ ପ୍ରତି ଏଠାରେ ଅଧିକ ଦୃଷ୍ଟି ଦିଆଯାଉଥିବା ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri