ଐତିହାସିକ ବିଜୟ, ତଥାପି ମନଉଣା

ବଇଣ୍ଡା, ୨୫ା୫(ଡି.ଏନ.ଏ.)- ବିଜୟ ବାସ୍ନା ପାଉ ପାଉ ଅନେକ ପ୍ରାର୍ଥୀ ଉତ୍ସବ ଆୟୋଜନରେ ଲାଗିପଡ଼ନ୍ତି। ଫୁଲ, ତେଲ, ବାଜା, ବାଣ ଆଦି ପାଇଁ ଆଗୁଆ ବରାଦ ଦେଇଦିଅନ୍ତି। ଆଉ ବିଜୟୀ ଘୋଷିତ ହେବାମାତ୍ରେ ସେଲିବ୍ରେସନ ଆରମ୍ଭ ହୋଇଯାଏ ଶୋଭାଯାତ୍ରାରୁ। ହେଲେ ଏକ ଐତିହାସିକ ବିଜୟ ପାଇଥିଲେ ବି ଆଠମଲ୍ଲିକରୁ ନବ ନିର୍ବାଚିତ ବିଜେଡି ବିଧାୟକ ରମେଶ ଚନ୍ଦ୍ର ସାଏ ଉତ୍ସବ ପାଳନ ବଦଳରେ ମନଉଣା କରିଥିବା ଏବେ ଚାରିଆଡ଼େ ଚର୍ଚ୍ଚା। କାରଣ ବି ନିଆରା। ତାଙ୍କ ରାଜନୈତିକ ଜୀବନ ଓ ବିଜୟରେ ପ୍ରମୁଖ ଭୂମିକା ନେଇଥିବା ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ତଥା ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ନିର୍ବାଚନରେ ପରାଜିତ ହୋଇଥିବାରୁ ସାଏ ଉତ୍ସବ ପାଳନରୁ ବିରତ ରହିଥିବା କର୍ମୀଙ୍କ ମହଲରେ ଜୋରଦାର ଆଲୋଚନା ହେଉଛି।
ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଛି ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ। ପୂର୍ବରୁ ଏଠାରେ ବିଧାୟକ ଥିବା ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁଙ୍କୁ ଦଳ ଏଥର ଟିକେଟ୍‌ ଦେଇ ନ ଥିଲା। ତାଙ୍କ ବଦଳରେ କଟକ ମହାନଗର ନିଗମ କମିଶନର ଦାୟିତ୍ୱରେ ଥିବା ରମେଶ ଚନ୍ଦ୍ର ସାଏଙ୍କୁ ବିଜେଡି ଆଠମଲ୍ଲିକରୁ ପ୍ରାର୍ଥୀ କରିଥିଲା। ତେବେ ସରକାରୀ ଉଚ୍ଚ ପଦବୀ ଛାଡ଼ିବାଠାରୁ ଆରମ୍ଭ କରି ବିଧାୟକ ନିର୍ବାଚିତ ହେବା ଯାଏ ତାଙ୍କ ରାଜନୈତିକ ଯାତ୍ରା ପଛରେ ନଳିନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏପରି କି ଦଳର ରାଜ୍ୟ ସଭାପତି ଏକାଦିନେ ଉଭୟଙ୍କ ପ୍ରାର୍ଥତ୍ତ୍ୱ ସମ୍ପର୍କରେ ଘୋଷଣା ବି କରିଥିଲେ। ସେବେଠାରୁ ଦୁହେଁ ଏକାଠି ନିର୍ବାଚନ ପ୍ରଚାର କରୁଥିଲେ। ଆଠମଲ୍ଲିକ ଅଞ୍ଚଳରେ ନଳିନୀ ନିଜ ପାଇଁ ଭୋଟ ମାଗିବା ସହ ସାଏଙ୍କ ନିମନ୍ତେ ମଧ୍ୟ ଭୋଟରଙ୍କୁ ଅନୁରୋଧ କରୁଥିଲେ। ହେଲେ ଗୁରୁବାର ପ୍ରକାଶିତ ଫଳାଫଳ ସାଏଙ୍କ ସପକ୍ଷରେ ଯାଇଛି। ସେ ୪୭,୧୩୫ ଖଣ୍ଡ ଭୋଟରେ ଭାଜପାର ଭାଗୀରଥି ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ଆଠମଲ୍ଲିକ ନିର୍ବାଚନ ଇତିହାସରେ ଏତେ ବଡ଼ ବ୍ୟବଧାନରେ କେବେ ବି କୌଣସି ପ୍ରାର୍ଥୀ ବିଜୟୀ ହୋଇ ନ ଥିଲେ। ହେଲେ ସାଏ ଏପରି ଏକ ଐତିହାସିକ ବିଜୟ ପାଇ ଆଠମଲ୍ଲିକ ଇତିହାସରେ ନୂତନ ଫର୍ଦ୍ଦ ଯୋଡିଛନ୍ତି। ଶୁକ୍ରବାର ଆଠମଲ୍ଲିକ ଉପଜିଲାପାଳ ତଥା ରିଟର୍ନିଂ ଅଫିସର ସୁବାସ ଚନ୍ଦ୍ର ରାୟଙ୍କଠାରୁ ସାଏ ପ୍ରମାଣପତ୍ର ଗ୍ରହଣ କରିସାରିଛନ୍ତି। ସ୍ତ୍ରୀ ଲିନା ସାଏ ଓ ଆଠମଲ୍ଲିକ ବିଜେଡି ବ୍ଲକ ସଭାପତି ମହେଶ୍ୱର ଦେହୁରୀଙ୍କ ଉପସ୍ଥିତିରେ ସାଏ ପ୍ରମାଣପତ୍ର ନେଇ ବିନା ଆଡମ୍ବରରେ ଫେରି ଯାଇଥିଲେ। ନଳିନୀଙ୍କ ପରାଜୟର ଗ୍ଲାନି ସାଏଙ୍କୁ ଘରିଥିବାରୁ ବିଜୟ ଉତ୍ସବ ପାଳନ ନ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri