ଏ ଦୁନିଆ ଭଲଲାଗୁନି ଲେଖି ଝୁଲିପଡ଼ିଲେ ପାରା ମେଡିକାଲ ଛାତ୍ରୀ

ପାଟଣା,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗୋରାସ ପଞ୍ଚାୟତ କୁଚେଇ ବେଡା ଗାଁ ନିକଟ ହୁଡ଼ିରୁ ଶନିବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ଯୁବତୀ ଜଣକ ହେଲେ ଉକ୍ତ ଗାଁ ଶିକର ମୁଣ୍ଡାଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ମୁଣ୍ଡା।
ମିଳିଥିବା ସୂଚନା ଅନୁଯାୟୀ, ସେ ଭୁବନେଶ୍ୱରର ଏକ ଘରୋଇ କଲେଜର ପାରା ମେଡିକାଲ ଛାତ୍ରୀ ଥିଲେ। କିଛି ଦିନ ତଳେ ସେ ଘରକୁ ଯାଇଥିଲେ। ଶୁକ୍ରବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେ ପାଠ ପଢ଼ୁଥିଲେ। ମୃତଦେହ ନିକଟରୁ ଜବତ ହୋଇଥିବା ଡାଇରୀରେ ଏ ଦୁନିଆ ଭଲଲାଗୁନାହିଁ ବୋଲି ସେ ଲେଖିଥିଲେ। ପାଟଣା ଥାନା ପକ୍ଷରୁ ଏଏସ୍‌ଆଇ ଏନ୍‌ ଲୁଗୁନ ଡାଇରୀକୁ ଜବତ କରି ପାଟଣା ଥାନାରେ ୮/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।