Categories: ବାଣିଜ୍ୟ

ଏୟାର ଇଣ୍ଡିଆ ବିକ୍ରି:ଜାନୁୟାରୀରେ ଆସିବ ଇଓଆଇ

ନୂଆଦିଲ୍ଲୀ,୮-୧: ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ଗୋଷ୍ଠୀ ଏୟାର ଇଣ୍ଡିଆ ବିକ୍ରି ପାଇଁ ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ (ଇଓଆଇ) ଏବଂ ଶେୟାର ପରଚେଜ୍‌ ଏଗ୍ରିମେଣ୍ଟକୁ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛି। ଏହା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଘରୋଇକରଣ ଦିଗରେ ଏକ ବଡ ପଦକ୍ଷେପ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବିଡରଙ୍କ ଲାଗି ଚଳିତ ମାସରେ ଇଓଆଇ ଜାରି କରାଯିବ ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି। ଏଥିଲାଗି ମନ୍ତ୍ରୀଗୋଷ୍ଠୀ ଗତ ବର୍ଷ ସେପ୍ଟେମ୍ବରରେ ମଞ୍ଜୁରୀ ପ୍ରଦାନ କରିଥିଲା। ଗତ ବର୍ଷ ଏୟାର ଇଣ୍ଡିଆ ସ୍ପେଶିଫିକ ଅଲଟରନେଟିଭ ମେକାନିଜମ (ଏଆଇଏସ୍‌ଏଏମ୍‌) ବିମାନ କମ୍ପାନୀର ୧୦୦% ଅଂଶଧନ ବିକ୍ରିକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହା ସହ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଯୌଥ ଉଦ୍ୟୋଗ ଏଆଇଏସ୍‌ଏଟିଏସ୍‌ର ମଧ୍ୟ ଘରୋଇକରଣ ନେଇ ପଥ ପରିସ୍କାର ହୋଇଛି। ବର୍ତ୍ତମାନ ଏୟାର ଇଣ୍ଡିଆ ଉପରେ ୮୦ ହଜାର କୋଟି ଟଙ୍କାର ଋଣ ରହିଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଏହା ୮,୫୫୬ କୋଟି ଟଙ୍କାର ନେଟ୍‌ କ୍ଷତି ସହିଛି। ସେହିଭଳି ଏହି ବିମାନ କମ୍ପାନୀ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌) ଏବଂ ଋଣ ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି।

Share