Categories: ଫୁରସତ

ଏୟାରପୋର୍ଟରେ ନାବାଳକଙ୍କ ଟି-ଶାର୍ଟ ବଦଳାଇଲେ ଅଧିକାରୀ, ଜାଣନ୍ତୁ କାହିଁକିି

ଜୋହାନ୍ସବର୍ଗ: ଦକ୍ଷିଣଆଫ୍ରିକା ଏୟାରପୋର୍ଟ ଅଫିସର ଜଣେ ୧୦ ବର୍ଷର ନାବାଳକଙ୍କ ଟି-ଶାର୍ଟ ବଦଳାଇଛନ୍ତି। ଶାର୍ଟ ବଦଳାଇବା ପଛରେ ଏକ କାରଣ ରହିଛି। ଯାହା ଜାଣିଲେ ଚକିତ ହେବେ। ଷ୍ଟିଭ୍‌ ଲୁକ୍‌ସ ନାମକ ଜଣେ ନାବାଳକ ନିଜ ପରିବାର ସହ ନ୍ୟୁଜିଲାଣ୍ଡରୁ ଆଫ୍ରିକା ଯାଉଥିଲେ। ଯାଞ୍ଚ ସମୟରେ ଷ୍ଟିଭ୍‌ଙ୍କ ଏହି ଶାର୍ଟ ଉପରେ ଅଧିକାରୀଙ୍କ ନଜର ପଡ଼ିବାରୁ ସେ ଏହାକୁ ବଦଳାଇବା ପାଇଁ କହିଥିଲେ। କାରଣ ଏହା ଉପରେ ଏକ ସାପର ଚିତ୍ର ଥିଲା। ଏୟାରପୋର୍ଟ ଅଧିକାରୀ ଏହା ବିମାନଯାତ୍ରୀଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି କହିଥିଲେ। ତେଣୁ ଟି-ଶାର୍ଟଟି ବଦଳାଇ ଷ୍ଟିଭ୍‌ଙ୍କୁ ଆଉ ଏକ ଡ୍ରେସ ପିନ୍ଧିବାକୁ କୁହାଯାଇଥିଲା। ଏହା ପରେ ସେ ଶାର୍ଟଟି ଚେଞ୍ଜ କରି ପ୍ଲେନ୍‌ରେ ଯାତ୍ରା କରିଥିଲେ। ଜୋହାନ୍ସବର୍ଗର ଓଆର୍‌ ଟାମ୍ବୋ ଏୟାରପୋର୍ଟର ସିକ୍ୟୁରିଟି ଅଫିସର କୁହନ୍ତି, ବିମାନରେ ସାପ ଖେଳନା କିମ୍ବା ଚିତ୍ର ଥିବା ପୋଷାକ ପିନ୍ଧି ଯିବା ପାଇଁ ଅନୁମତି ନାହିଁ।

Share