ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରବିବାର ୯ଘଣ୍ଟା ବିଦ୍ୟୁତ୍ କାଟ ହେବ। ବରଗଡ଼ ଜିଲା ଅନ୍ତର୍ଗତ ପ୍ରଧାନପାଲି, ଅମ୍ବାପାଲି, ତୋରା, ଟାଙ୍ଗରପାଲି, ସରସରା, ସରଧାପାଲି, ପ୍ରାଇଭେଟ ବସଷ୍ଟାଣ୍ଡ ଅଞ୍ଚଳ, ବାନ୍ଦୁଟିକିରା, ବରାହଗୁଡ଼ା, ବଣ୍ଡା, ଡେବ୍ରିଗଡ, ଦେଓଗାଁ, ଗାଇସିମା, ଗୋବିନ୍ଦପୁର, ଗୋପାଳପୁର, ଗୋବିନ୍ଦପାଲି, କାମଗାଁ, କଟାପାଲି, ଲଚିଦା, ଲାଣ୍ଡିଜୁରୀ ଆଦି ଅଞ୍ଚଳ ଓ ଏହାର ଆଖାପାଖ ଅଞ୍ଚଳରେ ବିଦ୍ୟୁତ୍ କଟକଣା କରାଯାଇଛି। ଉକ୍ତ ଦିନ
ସମ୍ପୃକ୍ତ ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ । ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲୁଓଡିଏଲ କର୍ତ୍ତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।


