Categories: ଫୁରସତ

ଏହି ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିଥାନ୍ତି ଗ୍ରାହକ

ଘରଖାଦ୍ୟ ଖାଇଖାଇ ଯେତେବେଳେ ପାଟି ଅରୁଚି ହୋଇଯାଏ ଲୋକେ ରେଷ୍ଟୁରାଣ୍ଟ ଯାଇଥାନ୍ତି କିଛି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ। ଖାଦ୍ୟ ତ ମିଳିଯାଏ ମାତ୍ର ରେଷ୍ଟୁରାଣ୍ଟ ଅଜବ ଧରଣର ହୋଇଥାଏ। ଯେଉଁ ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିବାକୁ ପଡ଼ିଥାଏ ଗ୍ରାହକଙ୍କୁ। ଆଉ କିଛି ରେଷ୍ଟୁରାଣ୍ଟରେ ନର୍ସ ପୋଷାକ ପିନ୍ଧି ଓ୍ବେଟର ଖାଦ୍ୟ ପରଷୁଛନ୍ତି ତ ଆଉ କେଉଁଠି କେବଳ  ଜାଆଁଳା  ଭଉଣୀ ଖାଦ୍ୟ ପରଷିଥାନ୍ତି। ଆସନ୍ତୁ ଜାଣିବା ଏପରି ରେଷ୍ଟୁରାଣ୍ଟ ସମ୍ପର୍କରେ…

ନ୍ୟୁୟର୍କ : ଏଠାରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଗ୍ରାହକଙ୍କୁ ଦେହରୁ କପଡ଼ା ଖୋଲି ଖାଦ୍ୟ ଖାଇବାକୁ ପଡ଼ିଥାଏ।

ତାଇପେଇ : ତାଇପେଇର ଏକ ରେଷ୍ଟୁରାଣ୍ଟରେ ମହିଳା ଓ୍ବେଟରଙ୍କୁ ନର୍ସ ପୋଷାକ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରଷିବାକୁ ପଡ଼ିଥାଏ।

ମସ୍କୋ : ଏଠାରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି, ଯେଉଁଠି କେବଳ ଜାଆଁଳା ଭଉଣୀ ଖାଦ୍ୟ ପରଷିଥାନ୍ତି।

ଟୋକିଓ : ଟୋକିଓରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ପୁରୁଷ ଓ୍ବେଟରଙ୍କୁ ମହିଳାଙ୍କ ପୋଷାକ ପିନ୍ଧି ଖାଦ୍ୟ ପରଷିବାକୁ ପଡ଼ିଥାଏ।

ଚାଇନା : ଚାଇନାର ଶେନ୍‌ଜେନ୍‌ସ୍ଥିତ ଏକ ହୋଟେଲରେ ଟେବୁଲ ଏବଂ ସିଟ୍‌ ଟଏଲେଟ୍‌ ପରି। ଏହି ସିଟ୍‌ରେ ବସି ଗ୍ରାହକ ତାସ୍‌ ଖେଳିବା ସହ କୋଲ୍ଡଡ୍ରିଙ୍କ୍‌ସ ପିଇଥାନ୍ତି। ଏଠାରେ ଆଉ ଏକ ରେଷ୍ଟୁରାଣ୍ଟ ରହିଛି ଯାହା ଦେଖିବାକୁ ଜେଲ୍‌ ପରି।

Share