Categories: ଫୁରସତ

ଏହି ମନ୍ଦିରରେ ଗୋଟିଏ ଲେମ୍ବୁର ଦାମ ହଜାର ହଜାର ଟଙ୍କା….

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ତାମିଲନାଡୁ ଭିଲ୍ଲୁପୁରମ୍‌ ଜିଲାରେ ରହିଛି ଏକ ମନ୍ଦିର। ଏଠାରେ ଗୋଟିଏ ଲେମ୍ବୁ ହଜାର ହଜାର ଟଙ୍କାରେ ବିକ୍ରି ହୋଇଥାଏ। ସ୍ଥାନୀୟ ତିରୁଭାନିନାଲରଠାରେ ଥିବା ବାଲାଥାଣ୍ଡାଉଥ୍ୟୁପାନି ମନ୍ଦିରରେ ମୁର୍ଗା ଦେବଙ୍କୁ ପୂଜା କରାଯାଇଥାଏ। ଏଠାରେ ପ୍ରତିବର୍ଷ ପାନଗୁନି ଉଥିରମ୍‌ ଉତ୍ସବ ପାଳିତ ହୋଇଥାଏ। ଏହି ୧୧ ଦିନିଆ ଉତ୍ସବରେ ମୁର୍ଗାଙ୍କ ପାଖରେ ଲେମ୍ବୁ ଲାଗିହୋଇଥାଏ। ସେଥିମଧ୍ୟରୁ ୯ ଟି ପବିତ୍ର ଲେମ୍ବୁର ନିଲାମ ହୋଇଥାଏ। ପ୍ରଥମ ୩ଟି ଲେମ୍ବୁ ହଜାର ହଜାର ଟଙ୍କାରେ ବିକ୍ରି ହୋଇଥାଏ। ଏହି ଲେମ୍ବୁ ଦ୍ୱାରା ନିଃସନ୍ତାନ ଦମ୍ପତିଙ୍କର ସନ୍ତାନ ଲାଭ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ରହିଛି ବିଶ୍ୱାସ। ପୂର୍ବରୁ ଏଠାରେ ପୂଜା ହୋଇଥିବା ଲେମ୍ବୁକୁ ମାଗଣାରେ ଶ୍ରଦ୍ଧାଳୁଙ୍କ ପ୍ରଦାନ କରାଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ଏହାର ନିଲାମ ହେଉଥିବା ଲୋକେ କୁହନ୍ତି।

Share