Categories: ଫୁରସତ

ଏହି ଦେଶର ନାହିଁ କୌଣସି ଜାତୀୟ ଫୁଲ

ବିଶ୍ୱରେ ଅନେକ ଦେଶ ରହିଛି, ଯାହା କୌଣସି ନା କୌଣସି କାରଣକୁ ନେଇ ସ୍ବତନ୍ତ୍ର ଏବଂ ଅନନ୍ୟ। ସେହିପରି ଏକ ଦେଶ ହେଉଛି ପୂର୍ବ ଆଫ୍ରିକାରେ ଅବସ୍ଥିତ ଉଗାଣ୍ଡା। ଏହି ଦେଶ ଭାରତୀୟଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର। କାରଣ ଏପରି ଏକ ସମୟ ଥିଲା ଯେତେବେଳେ ଏଠାରେ ବହୁ ସଂଖ୍ୟାରେ ଭାରତୀୟ ରହୁଥିଲେ। କିନ୍ତୁ ୧୯୭୨ମସିହାରେ ସେମାନଙ୍କୁ ବାଧ୍ୟ ହୋଇ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ଏଠାରେ ଏସୀୟ ବଂଶର ଲୋକମାନଙ୍କର ଅଭାବ ନାହିଁ । ଏହି ଦେଶ ବିଷୟରେ ଆଉ ଏକ କଥା ଜାଣି ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ପ୍ରାୟ ପ୍ରତ୍ୟେକ ଦେଶର ଜାତୀୟ ଫୁଲ ରହିଛି। ଯେପରି ଆମ ଦେଶ ଭାରତର ଜାତୀୟ ଫୁଲ ପଦ୍ମ ଅଟେ। କିନ୍ତ ଉଗାଣ୍ଡାରେ କୌଣସି ଜାତୀୟ ଫୁଲ ନାହିଁ। ଏହାର କାରଣ କେବଳ ଏହି ଦେଶକୁ ହିଁ ଜଣା।


ଉଗାଣ୍ଡା ଏକ ଭୂମିହୀନ ଦେଶ । ଏହା ପୂର୍ବରେ କେନିଆ, ପଶ୍ଚିମରେ କଙ୍ଗୋ, ଉତ୍ତରରେ ସୁଦାନ ଏବଂ ଦକ୍ଷିଣରେ ତାଞ୍ଜାନିଆ ରହିଛି। ଏଠାରେ ଜନସଂଖ୍ୟାର ଏକ ତୃତୀୟାଂଶ ଅନ୍ତର୍ଜାତୀୟ ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି। ଏଠାରେ ଥିବା ଲୋକମାନଙ୍କର ଦୈନିକ ଆୟ ଦୁଇ ଡଲାରରୁ କମ୍‌ ଅର୍ଥାତ୍‌ ମାତ୍ର ୧୫୩ ଟଙ୍କା।

Share