Categories: ଫୁରସତ

ଏହି ଦୁର୍ଗରେ ରାତିରେ ରୁହନ୍ତିନି କେହି…

ମହାରାଷ୍ଟ୍ରର ପୁଣେ ସହରରେ ରହିଛି ଶନିୱାର୍‌ୱାଡ଼ା ଦୁର୍ଗ। ୧୭୪୬ରେ ଏହା ନିର୍ମାଣ କରାଯାଇଥିଲା। ୧୮୧୮ ମସିହା ପର୍ଯ୍ୟନ୍ତ ଏଠାରେ ମରହଟ୍ଟା ପେଶୱାମାନଙ୍କର ରାଜତ୍ୱ ଥିଲା। ଏହାପରେ ପେଶୱାମାନେ ବ୍ରିଟିଶ୍‌ମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ଦୁର୍ଗ ପେଶୱାମାନଙ୍କ ଉନ୍ନତଶୈଳୀର କଳାକୃତି ପାଇଁ ପ୍ରସିଦ୍ଧ ଥିଲା। ତେବେ ଏହି ଦୁର୍ଗରେ ପ୍ରତିଦିନ ରାତିରେ ରହସ୍ୟମୟ ଘଟଣା ଘଟିଥାଏ ବୋଲି ଲୋକେ କୁହନ୍ତି। ଜଣେ ୧୩ ବର୍ଷର ଯୁବରାଜଙ୍କୁ ଏହି ଦୁର୍ଗରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମଧ୍ୟରାତ୍ରିରେ ଏହି ଦୁର୍ଗ ମଧ୍ୟରୁ ଯୁବରାଜଙ୍କ ବିକଳ ଚିତ୍କାର ଶୁଣିବାକୁ ମିଳେ ବୋଲି ସ୍ଥାନୀୟ ଲୋକେ କୁହନ୍ତି। ପୂର୍ଣ୍ଣିମା ରାତିରେ ଏଭଳି ଚିତ୍କାର ଅଧିକ ଜୋରରେ ଶୁଣାଯାଇଥାଏ। କେତେକ ଏହାର ରହସ୍ୟ ଜାଣିବା ପାଇଁ ରାତିରେ ଦୁର୍ଗରେ ରହିଥିଲେ ତେବେ ପରଦିନ ସକାଳେ ସେମାନଙ୍କର ମୃତ ଦେହ ମିଳିଥିଲା। ଏଭଳି ଘଟଣା ବାରମ୍ବାର ଘଟିବାରୁ ଏଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସତର୍କ ସୂଚନା ବୋର୍ଡ ଲଗାଯାଇଛି।

Share