Categories: ଫୁରସତ

ଏହି ଦୁର୍ଗରେ ରହିଛି ଚମତ୍କାର ପାରସ ପଥର: ଯାହା ଲୁହାକୁ କରେ ସୁନା

ଦୁନିଆରେ ଏପରି କିଛି ଚମତ୍କାର ଜିନିଷ ଅଛି, ଯାହା ବିଷୟରେ ଲୋକେ କାହାଣୀରେ ପଢ଼ିଥିବେ। ଏପରି ଏକ ଚମତ୍କାର ପଥର ହେଉଛି ପାରସ ପଥର। ପାରସ ପଥର ଲୁହାକୁ ସୁନା କରିଥାଏ। ଏହି ପଥର ବିଷୟରେ ଆପଣ ଅନେକ ପଢ଼ିଥିବେ ମାତ୍ର ଏହି ପଥରକୁ ଖୋଜିବାରେ କେହି ସଫଳ ହୋଇ ନାହାନ୍ତି। ତେବେ ଏକ ଦୁର୍ଗରେ ଏହି ପଥର ଥିବା ଦାବି କରାଯାଉଛି।ଏଥିପାଇଁ ପ୍ରତିବର୍ଷ ଲୋକ ଏହି ବିଶ୍ୱାସ ନେଇ ଦୁର୍ଗ ଖୋଳିବାକୁ ଆସିଥାନ୍ତି।
ଭୋପାଳଠାରୁ ୫୦ କିଲୋମିଟର ଦୂର ରାଇସେନଠାରେ ଏହି ଦୁର୍ଗ ଅବସ୍ଥିତ। ଏହି ଦୁର୍ଗର ରାଜାଙ୍କ ପାଖରେ ପାରସ ପଥର ଥିଲା। ଏହାକୁ ନେବା ଲାଗି ଅନେକ ଥର ଯୁଦ୍ଧ ହୋଇଛି। ଏକଦା ରାଜା ଏହାକୁ ଦୁର୍ଗରେ ଫୋପାଡି ଦେଇଥିଲେ। ଏ ନେଇ ସେ କାହାକୁ ଜଣାଇ ନ ଥିଲେ। ପରେ ଯୁଦ୍ଧରେ ତାଙ୍କର ମୃତ୍ୟୁ ଘଟିଥିଲା। ଧିରେଧିରେ ଦୁର୍ଗ ମଧ୍ୟ ନଷ୍ଟ ହେବାରେ ଲାଗିଲା। ଏହାପରେ ଅନେକ ରାଜା ଦୁର୍ଗରେ ପଥର ଖୋଜି ନିରାଶ ହୋଇଛନ୍ତି। ଲୋକେ ଏବେ ମଧ୍ୟ ସେହି ପାରସ ପଥର ଆଶାରେ ଦୁର୍ଗରେ ଘୁରି ବୁଲନ୍ତି।
କୁହାଯାଏ କି, ଏହାକୁ ଖୋଜୁଥିବା ଲୋକ ସେମାନଙ୍କ ମାନସିକ ସନ୍ତୁଳନ ହରାଇ ଦେଇଛନ୍ତି। ପ୍ରତ୍ନତତ୍ୱଙ୍କୁ ଏ ନେଇ କୌଣସି ପ୍ରମାଣ ମିଳି ନ ଥିବା ବେଳେ ଲୋକେ ଲୁଚିଲୁଚି ପାରସ ଖୋଜିବାକୁ ଯାଇଥାନ୍ତି।

Share